Odisha news

କରୋନା କାୟା : ଦ୍ୱୈତନଗରୀରେ ହେବନାହିଁ ସମ୍ମିଳିତ ଗଣେଶ ପୂଜା

0

ଭୁବନେଶ୍ୱର,(ନି.ପ୍ର): ଦ୍ୱୈତନଗରୀ କଟକ-ଭୁବନେଶ୍ୱରରେ ମହାମାରୀ କରୋନର ପ୍ରଭାବ ଗୁରୁତର ରୂପ ଧାରଣ କରିଥିବାରୁ ଚଳିତବର୍ଷ ଗଣେଶ ପୂଜାକୁ ସମ୍ମିଳିତ ଭାବେ ପାଳନ ନ କରିବାକୁ ପରାମର୍ଶ ଦେଇଛି କମିଶନରେଟ୍ ପୋଲିସ । କମିଶନରେଟ୍ ପୋଲିସ ପକ୍ଷରୁ କରାଯାଇଥିବା ଟୁଇଟ୍ରେ ସ୍ପଷ୍ଟ ଭାବେ କୁହାଯାଇଛି କୌଣସି ମଣ୍ଡପ କିମ୍ବା ବହୁ ଲୋକ ଏକତ୍ରିତ ହୋଇ ଗଣେଶ ପୂଜା କରିବେ ନାହିଁ । ଏହି ନିଦେ୍ର୍ଦଶକୁ ପାଳନ ନ କଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ମିଳିଛି ।

କରୋନା ପାଇଁ ଟୁଇନ ସିଟିରେ ଏଥର ମଣ୍ଡପରେ ପୂଜା ଉପରେ ଲାଗିଲା କଟକଣା  । ସାର୍ବଜନୀନ ସ୍ଥାନରେ ଧାର୍ମିକ ଉତ୍ସବ ସମୟରେ ଶହ ଶହ ଲୋକ ଏକାଠି ହେବାର ସମ୍ଭାବନା ରହିଛି  । ତେଣୁ ସଂକ୍ରମଣ ଏଡାଇବାକୁ ଏଥର ଆଗୁଆ ପଦକ୍ଷେପ ଗ୍ରହଣ କରିଛି କମିଶନରେଟ୍ ପୋଲିସ  । ସେଥିପାଇଁ ଟୁଇନ୍ ସିଟିରେ ଚଳିତ ବର୍ଷ ଗଣେଶ ପୂଜା ପାଇଁ ମଣ୍ଡପ ଗୁଡିକୁ ଅନୁମତି ଦିଆଯିବ ନାହିଁ ବୋଲି ଆଗୁଆ ଟୁଇଟ୍ କରି ସୂଚନା ଦେଇଛି କମିଶନରେଟ୍ ପାଲିସ  । ଚଳିତ ବର୍ଷ ମୁମ୍ବାଇରେ ଗଣେଶ ମହୋତ୍ସବ ପାଇଁ ମଧ୍ୟ ଅନୁମତି ଦିଆଯାଇନାହିଁ  । ତେଣୁ ଟୁଇନ୍ ସିଟିରେ ଗଣେଶ ପୂଜାକୁ ମନା ନିଷ୍ପତିକୁ ସମସ୍ତେ ସହଯୋଗ କରିବାକୁ ନିବେଦନ କରିଛି  କମିଶନରେଟ୍ ପାଲିସ  ।

 

Leave A Reply