Odisha news

ପାର୍ବଣ ଋତୁରେ ରସାୟନ ନିର୍ମିତ ମୂର୍ତ୍ତି ବାରଣ ସକାଶେ ଛାତ୍ରଛାତ୍ରୀଙ୍କୁ ସଚେତନତା କାର୍ଯ୍ୟକ୍ରମ

0

ବ୍ରହ୍ମପୁର :  ବ୍ରହ୍ମପୁର ସବୁଜ ବାହିନୀ,ସତ୍ୟ ଆର୍ଟ ଏଣ୍ଡ କ୍ରାଫ୍ଟ, ବ୍ରହ୍ମପୁର ପୋୖର ଉଚ୍ଚ ବିଦ୍ୟାଳୟ, ପୁରୁଣା ବ୍ରହ୍ମପୁର ମିଳିତ ଉଦ୍ୟମରେ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ପ୍ରାକୃତିକ ଅନୁକୂଳ ବା ଇକୋ ଫ୍ରେଣ୍ଡଲି ପଦାର୍ଥରେ ଗଣେଶ ମୂର୍ତ୍ତି ନିର୍ମାଣର ପ୍ରଶିକ୍ଷଣ ଦିଆଯାଇଥିଲା।ବାଲୁକା ଶିଳ୍ପୀ ସତ୍ୟନାରାୟଣ ମହାରଣା ଛାତ୍ରଛାତ୍ରୀଙ୍କୁ ମାଟି କାଦୁଅ, ହଳଦୀ ଏବଂ କୁଙ୍କୁମ ସହାର୍ଯ୍ୟରେ ଗଣେଶ ମୂର୍ତ୍ତି ନିର୍ମାଣର ପ୍ରଶିକ୍ଷଣ ଦେଇଥିଲେ।  ବିଦ୍ୟାଳୟର ଛାତ୍ରଛାତ୍ରୀ ମଧ୍ୟ ନିଜ ଉଦ୍ୟମରେ ମୂର୍ତ୍ତି ନିର୍ମାଣ କରିଥିଲେ। ବର୍ତ୍ତମାନର ପାର୍ବଣ ଋତୁରେ ବିଭିନ୍ନ ରସାୟନ ବା  କେମିକାଲ  ପଦାର୍ଥ ମାଧ୍ୟମରେ ଆକର୍ଷଣୀୟ ମୂର୍ତ୍ତି ନିର୍ମାଣ କରିବାର ନଜିର ରହିଛି। କିନ୍ତୁ ମୂର୍ତ୍ତି ବିସର୍ଜନ ସମୟରେ ଜଳାଶୟ ଗୁଡ଼ିକ ଦୂଷିତ ହେବାର ସମ୍ଭାବନା ରହୁଛି।  ଯାହାଦ୍ୱାରା ଜଳାଶୟରେ ନିର୍ଭର କରୁଥିବା ସ୍ଥାନୀୟ ଅଧିବାସୀଙ୍କ ବିଭିନ୍ନ ଚର୍ମ ରୋଗ ସମସ୍ୟାର ସମ୍ମୁଖୀନ ହେବା ସହ ଜଳାଶୟରେ ରହୁଥିବା ମାଛ ଅନ୍ୟାନ୍ୟ  ସରୀସୃପଙ୍କୁ  ମଧ୍ୟ କ୍ଷତି ପହଞ୍ଚାଇଥାଏ। ଏହାକୁ ଭିର୍ତ୍ତିକରି ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ପ୍ରକୃତିକୁ ସୁହାଉଥିବା ପଦାର୍ଥରେ ମୂର୍ତ୍ତି ନିର୍ମାଣ ପ୍ରଶିକ୍ଷଣ ଦିଆଯାଇଥିଲା। ଯାହାଦ୍ୱାରା ସେମାନେ ପରିବେଶ ପ୍ରତି ସଚେତନ ମଧ୍ୟ ହେଇପାରିବେ। ଉକ୍ତ କାର୍ଯ୍ୟକ୍ରମରେ ବ୍ରହ୍ମପୁର ସବୁଜ  ଵହିନୀ ସଭାପତି ଶିବରାମ ପାଣିଗ୍ରାହୀ, ସମ୍ପାଦକ ଏ ପ୍ରକାଶ, ସଙ୍ଗଠନର ସଦସ୍ୟ ପି ବିନୋଦ, ସାଗର କୁମାର ପାତ୍ର, ସୁଜିତ ଗୌଡ଼, ମୁନ୍ନା ଶତପଥୀ, ସତ୍ୟ ଆର୍ଟ ଏଣ୍ଡ କ୍ରାଫ୍ଟ ମୁଖ୍ୟ ସତ୍ୟ ନାରାୟଣ ମହାରଣା,ସରକାରୀ ପୋୖର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ପ୍ରମିଳା କୁମାରୀ ପଟନାୟକ, ଇକୋ କ୍ଳବ ଶିକ୍ଷୟତ୍ରୀ ଲୋପମୁଦ୍ରା ପଟନାୟକ, ପୁର୍ବତନ ଶିକ୍ଷକ ସନ୍ତୋଷ କୁମାର ରଥ ସହ ବିଦ୍ୟାଳୟର  ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଉପସ୍ଥିତ ଥିଲେ।

Leave A Reply