ଜୁଲାଇ ୨୦ ରୁ ୩୧ ତାରିଖ ପର୍ଯ୍ୟନ୍ତ ପ୍ରଶାସନ ଜିଲ୍ଲାର କିଛି ଅଞ୍ଚଳରେ ଲୋକ ଡାଉନ୍ କୁ ଲାଗୁ କରିବା ପାଇଁ ଘୋଷଣା କରିଛି l
ପାରଳଖେମୁଣ୍ଡି ୧୯/୭(ଗରୁଡ଼ ଧ୍ଵଜଚୌଧୁରୀ)ଗଜପତିଜିଲ୍ଲାରେ ଆଜି ପୁଣି କରୋନା ସଂକ୍ରମିତଙ୍କ ସଂଖ୍ୟା ତାଲିକାରେ ଯୋଡ଼ି ହେଲେ ଆଉ୩୯ ଆକ୍ରାନ୍ତ। ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇ ୬୯୯। ସଂକ୍ରମଣର ତଥ୍ୟକୁ ଅନୁଧ୍ୟାନ କଲେ ଏହାର ବିସ୍ପୋରକ ରୂପ ନେଉଥିବା ସ୍ପଷ୍ଟ ବାରି ହେଉଛି। ଏଥିମଧ୍ୟରୁ ୨୩ଜଣ କରୋନା ଯୋଦ୍ଧା ହୋଇଥିବା ବେଳେ ୧୩ ଜଣ ଲୋକଲରୁ ଚିହ୍ନଟ ହୋଇଛନ୍ତି। ଅନ୍ୟମାନଙ୍କ ସଂସ୍ପୋର୍ଷ ରେ ଆସିଥିବା୨ ଜଣ ଏବଂ ଜଣେ ଅସ୍ଥାୟୀ ସ୍ବାସ୍ଥ୍ୟ କେନ୍ଦ୍ରରୁ ହୋଇଥିବା ସୂଚନା ମିଳିଛି।
ଜିଲ୍ଲାର ସଦରମହକୁମା ପାରଳାଖେମୁଣ୍ଡି ସହରରେ ମଧ୍ୟ ସ୍ଥିତି ଗମ୍ଭୀର ହେବାରେ ଲାଗଛି। ଚିହ୍ନଟ ହୋଇଥିବା ୩୯ ଜଣଙ୍କ ମଧ୍ୟରୁ ଗୋଷାଣୀ ବ୍ଲକରୁ୫ ଜଣ , କାଶୀନଗର ବ୍ଲକରୁ୨, ଗୁମ୍ମା ବ୍ଲକ ରୁ ୧, ନୂଆଁଗଡ ବ୍ଲକ ରୁ ୭, ଆର. ଉଦୟଗିରି ବ୍ଲକ ରୁ ୧୯ ଏବଂ ମୋହନା ବ୍ଲକ ରୁ ୫ ଜଣ ଚିହ୍ନଟ ହୋଇଥିବା ଗଜପତି ଜିଲ୍ଲାପାଳ ଅନୁପମ ଶାହା ଏକ ଭିଡିଓ ବାର୍ତ୍ତା ଜାରୀ କରି ସୂଚନା ଦେଇଛନ୍ତି l ଆଜି ସୁଦ୍ଧା କୋଭିଡରେ୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ସେମାନଙ୍କ ମଧ୍ୟରୁ ୩ ଜଣ ହେଉଛନ୍ତି ପାରଳାଖେମୁଣ୍ଡି ସହରର ଏବଂ ଅନ୍ୟ ଜଣେ ହେଉଛନ୍ତି ପାରଳାଖେମୁଣ୍ଡି ଉପଖଣ୍ଡ ରେ ଥିବା କେର଼ାଣ୍ଡି ପଞ୍ଚାୟତ ର ଡାଳିମ୍ବ ପୁର ଗ୍ରାମର ଅଟନ୍ତି l
ଏହା ଗୋଷ୍ଠୀ ସଂକ୍ରମଣର ସ୍ପଷ୍ଟ ନିଦର୍ଶନ। ଯାହାକୁ ଆଖି ଆଗରେ ରଖି ଜିଲ୍ଲା ପ୍ରଶାସନ ଆସନ୍ତା କାଲି ଜୁଲାଇ ୨୦ ତାରିଖ ସକାଳ୫ ଘଣ୍ଟାରୁ ୩୧ ଜୁଲାଇ ରାତ୍ର ୧୨ ଟା ପର୍ଯ୍ୟନ୍ତ ଲୋକ ଡାଉନ୍ ଘୋଷଣା କରିଛନ୍ତି l ଏହି ଲୋକ ଡାଉନ ସମୟରେ ପାରଳାଖେମୁଣ୍ଡି ଓ କାଶୀନଗର ପୌରାଞ୍ଚଳ ସହ ଗଜପତି ଜିଲ୍ଲାର ସମସ୍ତ ବ୍ଲକ୍ ମୁଖ୍ୟାଳୟ ବନ୍ଦ ରହିବ l ସେହିଭଳି ଲୋକଡାଉନ ସମୟରେ କାଶୀନଗର ବ୍ଲକ୍ ର ହାଡୁଭାଙ୍ଗି ଓ ରଣିପେଣ୍ଠl ପଞ୍ଚାୟତ, ଗୋଷାଣୀ ବ୍ଲକର କତଲକୈଠା ଓ କେରାଣ୍ଡି ପଞ୍ଚାୟତ, ଗୁମ୍ମା ବ୍ଲକର ଅଶ୍ରାୟଗଡ ଓ ଝାମି ପଞ୍ଚାୟତ, ରାୟଗଡ଼ ବ୍ଲକ୍ ର କୋରଡ଼ାସିଂ ଓ ନରୟାଣପୁର ପଞ୍ଚାୟତ, ନୂଆଁଗଡବ୍ଲକର ଝାଲର- ସିଂ ପଞ୍ଚାୟତ, ଆର. ଉଦୟଗିରି ବ୍ଲକର ଶବରପଲ୍ଲି ପଞ୍ଚାୟତ, ମୋହନା ବ୍ଲକର ପିଣ୍ଡିକି ପଞ୍ଚାୟତ ଏହି ସମୟରେ ବନ୍ଦ ରହିବ l
ଲୋକ ଡାଉନ୍ ସମୟରେ ଅତ୍ୟାବଶ୍ୟକ ସାମଗ୍ରୀ ଯଥା: ପନିପରିବା, ତେଜରାତି, ଦୁଗ୍ଧ, ଫୋଳ, ମାଂସ, ଓ ଅଣ୍ଡା ଇତ୍ୟାଦି ଦୋକାନ ସକାଳ ୭ ରୁ ୨ ଟା ପର୍ଯ୍ୟନ୍ତ ଖୋଲା ରହିବ l ବାକି ସବୁ ଦୋକାନ ବନ୍ଦ ରହିବl ଅପରପକ୍ଷରେ ଗ୍ରାମାଞ୍ଚଳରେ କରନା ସମାନ ଭାବରେ ବୃଦ୍ଧି ପାଉଥିବାର ଦେଖିବାକୁ ମିଳିଛି, ହୋଇଛି ତେବେ ଏ ସମସ୍ତ ଭିତରେ ଜନସାଧାରଣ ଜିଲ୍ଲା ପ୍ରଶାସନ ନେଇଥିବା ଏହି ଲୋକ ଡାଉନ୍ ପଦକ୍ଷେପ କୁ ସମସ୍ତ ସାହାଯ୍ୟ ଓ ସହଯୋଗ କରିବା ସହ ନିଜ ଆଡୁ ଗଜପତି ଜିଲ୍ଲା ବାସୀ ଓ ପାରଳାେମୁଣ୍ଡି ସହରର ଜନସାଧରଣ ବ୍ୟାପକ ସଚେତନ ହେବା ଜରୁରୀ ହୋଇପଡିଛି ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ନିବେଦନ କରାଯାଇଛି l