Odisha news

ଏହିସବୁ ଫଳକୁ ଖାଇ ପାଣି ପିଇବା ଉଚିତ ନୁହେଁ, ଶରୀରରେ ଦେଖା ଦେଇପାରେ ଗମ୍ଭୀର ସମସ୍ୟା

0
ଆମେ ସମସ୍ତେ ଜାଣିଚୁ ଯେ ଫଳ ଖାଇବା ସ୍ୱାସ୍ଥ୍ୟ ପକ୍ଷରେ ଖୁବ ହିତକର ହୋଇଥାଏ l କିନ୍ତୁ ଫଳ ଖାଇବା ପରେ ତୁରନ୍ତ ଯଦି ଆମେ ପାଣି ପିଇ ଦେଇଥାଉ ଏହା ଆମର ଶରୀର ପାଇଁ ବିପଦର କାରଣ ହୋଇଥାଏ l କିଛି ଲୋକଙ୍କ ଅଭ୍ୟାସ ରହିଛି ଯାହା ବି ସେମାନେ ଖାଆନ୍ତୁ ତୁରନ୍ତ ପାଣି ପିଇଦେଇ ଥାଆନ୍ତି l କିନ୍ତୁ ଏହା ଠିକ ନୁହେଁ, କାରଣ ଏହି ଅଭ୍ୟାସ ଦ୍ୱାରା ଫଳ ଖାଇବା ପରେ ମଧ୍ୟ ପାଣି ପୀଇଦିଅନ୍ତି l କିନ୍ତୁ କିଛିଟା ଫଳ ଏପରି ରହିଛି ଯାହାକୁ ଖାଇବା ପରେ ପାଣି ସେବନ କରିବା ଆଦୌ ଉଚିତ ନୁହେଁ l
* ଜାମୁକୋଳି –
ଜାମୁକୋଳି ମଧୁମେହ ରୋଗୀଙ୍କ ପାଇଁ ଖୁବ ହିତକର ଅଟେ l ଏଥିରେ ଥିବା ପ୍ରାକୃତିକ ସ୍ୱାଦ ଆପଣଙ୍କ ସୁଗାର କ୍ରୋବିଙ୍ଗ କୁ ଦୂର କରିଥାଏ l ଯଦି ଆପଣ ଜାମୁକୋଳି ଖାଇବା ପରେ ତୁରନ୍ତ ପାଣି ପିଇଦେବେ ତେବେ କାଶ, ଥଣ୍ଡା ସମସ୍ୟା ଦେଖା ଦେଇଥାଏ l ତେଣୁ ଜାମୁକୋଳି ଖାଇବା ପରେ ପାଣି ପିଇବା ଉଚିତ ନୁହେଁ l
* କଦଳୀ –
କଦଳୀ ହେଲଦି ଫ୍ୟାଟ ବଢ଼ିବାରେ ସାହାଯ୍ୟ କରିଥାଏ ଓ ଅନେକ ପୋଷାକ ତତ୍ତ୍ୱରେ ଭରପୁର ଅଟେ l କିନ୍ତୁ କଦଳୀ ଖାଇବା ପରେ ପାଣି ପିଇବା ଦ୍ୱାରା ଶରୀରରେ ଇନ୍ସୁଲିନ ର ମାତ୍ରା ବୃଦ୍ଧି ପାଇଥାଏ ଓ କଫ ହେବାର ସମସ୍ୟା ଦେଖା ଦେଇଥାଏ l ଶରୀରରେ ରକ୍ତ ଶର୍କରା ସ୍ତର ମଧ୍ୟ ବୃଦ୍ଧି ହୋଇଥାଏ l
* ଖରଭୁଜ –
ତରଭୁଜ ପରେ ଗ୍ରୀଷ୍ମ ଋତୁରେ ଯେଉଁ ଫଳଟି କୁ ଅଧିକ ଆମେ ଖାଇଥାଉ ତାହା ହେଉଛି ଖରଭୁଜ l ଖରଭୁଜ ରେ ଉଚ ମାତ୍ରାରେ ପାଣି ରହିଥାଏ l ତା ସହିତ ଏଥିରେ ନାଚୁରାଲ ସୁଗାର ରହିଥାଏ l ଖରଭୁଜ ଖାଇ ସାରି ପାଣି ପିଇବା ଦ୍ୱାରା ଶରୀରର ପିଏଚ ସ୍ତର ବିଗିଡି ଯାଇଥାଏ l
* ତରଭୁଜ –
ତରଭୁଜ ଗ୍ରୀଷ୍ମ ଋତୁରେ ଖାଉଥିବା ଗୋଟିଏ ସାଧାରଣ ଫଳ ଅଟେ l ଏହି ଫଳରେ ନାଚୁରାଲ ସୁଗାର ରହିଥାଏ l ତେଣୁ ତରଭୁଜ ଖାଇ ପାଣି ପିଇବା ଦ୍ୱାରା ପେଟ ସମ୍ବନ୍ଧୀୟ ବିଭିନ୍ନ ସମସ୍ୟା ଦେଖା ଯାଇଥାଏ l
* ସେଓ –
ସେଓ ରେ ପ୍ରଚୁର ମାତ୍ରା ରେ ଫାଇବର ରହିଥାଏ l ଯଦି ଆପଣ ସେଓ ଖାଇବା ପରେ ତୁରନ୍ତ ପାଣି ପିଇ ଦେବେ ତେବେ ଏହା ଆପଣଙ୍କ ଶରୀର ପକ୍ଷରେ କ୍ଷତି କାରକ ହୋଇଥାଏ l ଆପଣ ଗ୍ୟାସ ଏସିଡ଼ିଟି ସମସ୍ୟା ରେ ପୀଡିତ ହୋଇ ପାରନ୍ତି l
Leave A Reply