ନୂଆଦିଲ୍ଲୀ : କଲିକତାରେ ରହୁଥିବା ଜଣେ ଇଂରାଜୀର ଶିକ୍ଷକ କାଳିଦାସ ହଳଧର ଓ ତାଙ୍କ ପତ୍ନୀ କିଛି ଏଭଳି କାର୍ଯ୍ୟ କରିଛନ୍ତି ଯାହା ଦ୍ୱାରା ହଜାର ହଜାର ଛୋଟ ପିଲା ପାଠ ପଢିବା ପାଇଁ ପ୍ରେରଣା ପାଇଛନ୍ତି l ଏହି ଦମ୍ପତି ଜଣଙ୍କ ଗୋଟିଏ ସଉଦା ଦୋକାନରେ ଥିବା ଫ୍ରୀଜ୍ ଟିକୁ ଲାଇବ୍ରେରୀ ଭାବରେ ପରିଣତ କରିଛନ୍ତି l ବର୍ତ୍ତମାନ ସେହି ସଉଦା ଦୋକାନରେ ଏହି ଫ୍ରୀଜ୍ ଭିତରେ କ୍ଷୀର ଓ ବୋତଲ ରହିବ ବଦଳରେ ବହି ରଖା ଯାଉଛି l ଶିକ୍ଷକ କାଳୀଦାସଙ୍କର ଉଦେଶ୍ୟ ହେଉଛି କରୋନା ମହାମାରୀ ସମୟରେ ପିଲା ମାନଙ୍କର ବିଗୁଡୁଥିବା ସ୍ତରକୁ ସୁଧାରିବା ,ଯେମିତିକି ପିଲାମାନେ ମୋବାଇଲ ଓ କମ୍ପୁଟର ବଦଳରେ ଅଧିକ ସମୟ ବହି ସହିତ ବିତାଇ ପାରିବେ l
ମିଳିଥିବା ତଥ୍ୟ ଅନୁସାରେ ସଉଦା ଦୋକାନରେ ଲାଇବ୍ରେରୀ ଖୋଲିବାର ଉଦେଶ୍ୟ ହେଲା ସେହି ନିକଟରେ ଥିବା ପାର୍କକୁ ଅଧିକାଂଶ ସମୟ ଜନଗହଳି ଅବସ୍ଥାରେ ଦୋକାନକୁ ଆସିଥାନ୍ତି ଓ ବିଭିନ୍ନ ଜିନିଷ କିଣି ଥାନ୍ତି l ସେମାନଙ୍କର ନଜର ଯେତେବେଳେ ଫ୍ରୀଜ୍ ଭିତରେ ଥିବା ବହି ଗୁଡିକ ଉପରେ ପଡୁଛି ପାଠ ପଢିବାରେ ତାଙ୍କର ଆଗ୍ରହ ଜାତ ହେଉଛି l ଏହି ଫ୍ରୀଜ୍ ଲାଇବ୍ରେରୀରେ ପାଖାପାଖି ୧୦୦ ଟି ବହି ଏକ କାଳୀନ ରହି ପାରୁଛି l ଯେଉଁଥିରେ ବିଭିନ୍ନ ପତ୍ରପତ୍ରିକା ଠାରୁ ଆରମ୍ଭ କରି ଉପନ୍ୟାସ ଓ ଡିକ୍ସନାରୀ ମଧ୍ୟ ରହୁଛି l
ଏଠାରେ ବହିକୁ ଘରକୁ ନେବା ପାଇଁ ଗୋଟିଏ ନିର୍ଦ୍ଧିଷ୍ଟ ନିୟମ ରହୁଛି ,ଯଦି କୌଣସି ବ୍ୟକ୍ତି ବହି ଗୁଡିକୁ ଘରକୁ ନେବାକୁ ଚାହିଁବେ ସେ ନିଜର ନାମ ,ଫୋନ ନମ୍ବର ଓ ଫେରାଇବାର ତାରିଖ ଥାକ ଉପରେ ରଖା ହୋଇଥିବା ଡାଇରୀରେ ଲେଖିଦେବେ l କାଳିଦାସ ଓ ତାଙ୍କ ପତ୍ନୀ କହିଛନ୍ତି ସେମାନେ ପିଲା ମାନଙ୍କ ମନରେ ବହି ପ୍ରେମ ଉଜିବିତ କରିବା ପାଇଁ ଏଭଳି ଉପାୟ ଗ୍ରହଣ କରିଛନ୍ତି l ଏହି ୧୦୦ ଖଣ୍ଡ ବହିକୁ ସଂଗ୍ରହ କରିବା ପାଇଁ ତାଙ୍କୁ ପାଖାପାଖି ୪୫ ହଜାର ତାଙ୍କ ଖର୍ଚ କରିବାକୁ ପଡିଛି l
Comments are closed.