Odisha news

ନରଣଗଡ ଫୁଟବଲ: ଠଣାପଲୀକୁ୧-୦ ଗୋଲରେ ହରାଇଲା ପାଇକତିଗିରିଆ ଚାମ୍ପିଅନ

0
ନିରାକାରପୁର,୬/୧୧: ଖୋର୍ଦ୍ଧା ଜିଲ୍ଲା ନରଣଗଡ ବିନ୍ଦୁ ବଳୟ ଯୁବ ବିକାଶ ନିକେତନ ଦ୍ଵାରା ଚାଲିଥିବା ନରଣଗଡ ଫୁଟବଲ ଟୁର୍ଣ୍ଣାମେଣ୍ଟର ଆଜିର  ଫାଇନାଲ ମ୍ୟାଚ  ପାଇକତିଗିରିଆ ଫୁଟବଲ ଦଳକୁ ଠଣାପଲୀ ଦଳ ଭେଟିଥିଲେ। ଖେଳ ସଂଘର୍ଷ ପୂର୍ଣ୍ଣ  ହୋଇଥିବାବେଳେ ପ୍ରଥମାର୍ଦଧରେ ଗୋଲ ଶୂନ୍ୟ ରହିଥିଲା। ପରେ ଦ୍ବିତୀୟାଦ୍ଧ ଖେଳରେ ପାଇକତିଗିରିଆ ଦଳର ସୌମ୍ୟରଞ୍ଜନ ସ୍ବାଇଁ ଏକ ଗୋଲ ଦେଇ ୧-୦ ଗୋଲରେ ଦଳକୁ ଅଗ୍ରଣୀ କରିଥିଲେ। ଫଳରେ ୧-୦ ଗୋଲରେ ଠଣାପଲୀ କୁ ହରାଇ ପାଇକତିଗିରିଆ ଚାମ୍ପିଅନ ହୋଇଛି।
 ଆଜିର ଖେଳକୁ ଫକୀର ଚରଣ ନିଶଙ୍କ, ଶରତ ଛୋଟରାୟ, ଅଭିନଶ ପଟ୍ଟନାୟକ ଓ ସୁକାନ୍ତ କୁମାର ପ୍ରଧାନ ପରିଚାଳନା କରିଥିଲେ। ଅନୁଷ୍ଠିତ ପୁରସ୍କାର ପ୍ରଦାନ ଉତ୍ସବରେ ମୁଖ୍ୟ ଅତିଥି ଭାବେ କ୍ରୀଡାବିତ୍ ଭାଗିରଥି ମଙ୍ଗରାଜ, ସମ୍ମାନୀତ ଅତିଥି ଭାବେ ବ୍ରଜମୋହନପୁର ସମିତି ସଭ୍ୟ ବାସନ୍ତୀ ସୁନ୍ଦରାୟ, ନରଣଗଡ ସମିତି ସଭ୍ୟ ଶାନ୍ତିଲତା ବେହେରା, ଜୟନ୍ତ ବଳବନ୍ତରାୟ  ପ୍ରମୁଖ ଉପସ୍ଥିତ ରହି ବିଜେତା ଓ ରନର୍ସ ଅପ ଦଳକୁ ଟ୍ରଫି ପ୍ରଦାନ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଲଛମନ ନାୟକ, ରୁଦ୍ରଭାନୁ ନରେନ୍ଦ୍ର ସିଂହ, ତ୍ରିନାଥ ଭୋଇ ଓ ରତିକାନ୍ତ ମହାପାତ୍ର, ମୀନ ଚମ୍ପତି ପ୍ରମୁଖ ସହଯୋଗ କରିଥିଲେ।
Leave A Reply