Odisha news

ରାଜ୍ୟରେ ଜନସାଧାରଣଙ୍କ ଖାଦ୍ୟ ନିରାପତ୍ତାକୁ ସୁନିଶ୍ଚିତ କରିବା ପାଇଁ ପଦକ୍ଷେପ ନିଆଯାଇଛି : ଯୋଗାଣ ମନ୍ତ୍ରୀ ଶ୍ରୀ ସ୍ୱାଇଁ

0

ଭୁବନେଶ୍ୱର : ୩୦ ଅପ୍ରେଲ୍‍,୨୦୨୦: କୋଭିଡ୍‍-୧୯ ସଂକ୍ରମଣ ପରିପ୍ରେକ୍ଷୀରେ ସାରା ରାଜ୍ୟରେ ଲକ୍‍ ଡାଉନ୍‍ ବଳବତ୍ତର ଥିବାବେଳେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଘୋଷଣା ଅନୁଯାୟୀ ରାଜ୍ୟର ଜନସାଧାରଣଙ୍କ ଖାଦ୍ୟ ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ ସମସ୍ତ ପ୍ରକାର ପଦକ୍ଷେପ ନିଆଯାଇଛିା ରାଜ୍ୟରେ ଯେପରି କେହି ଜଣେ ହେଲେ ଗରିବ ଲୋକ ଖାଦ୍ୟ ନିରାପତ୍ତାରୁ ବଞ୍ଚିତ ନହୁଅନ୍ତି ସେଥିପ୍ରତି ରାଜ୍ୟ ସରକାରଙ୍କ ପ୍ରତିବଦ୍ଧତା ରହିଛି ବୋଲି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତିା
ଆଜି ପୂର୍ବାହ୍ନରେ ସ୍କାଇପ୍‍ ମାଧ୍ୟମରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ୧୨ଟି ଜିଲ୍ଲାର ପଞ୍ଚାୟତିରାଜ ପ୍ରତିନିଧି, ସାମାଜିକ ସଂଗଠନ ଏବଂ ଗଣମାଧ୍ୟମର ପ୍ରତିନିଧି ଓ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ସାଧାରଣ ଜନତାଙ୍କ ସହ ଖାଦ୍ୟ ସାମଗ୍ରୀର ଯୋଗାଣକୁ ନେଇ ବିସ୍ତୃତ ଭାବରେ ଆଲୋଚନା କରିଥିଲୋ ଏଥି ସହିତ ସେମାନଙ୍କ ମତାମତ ମଧ୍ୟ ସଂଗ୍ରହ କରିଥିଲୋ ରାସନ କାର୍ଡଧାରୀମାନେ ୩ ମାସର ଅଗି୍ରମ ପିଡିଏସ୍‍ ସାମଗ୍ରୀ ଏକକାଳୀନ ପାଇବା ଓ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁଯାୟୀ ସମସ୍ତ ରାସନ୍‍ କାର୍ଡଧାରୀଙ୍କୁ ନଗଦ ରିଲିଫ ଆକାରରେ ଏକ ହଜାର ଟଙ୍କା ପ୍ରଦାନ ଯୋଗୁଁ ସେମାନେ ସନ୍ତୋଷ ବ୍ୟକ୍ତ କରିଥିବା କଥା ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି । ଆଲୋଚନା ଫଳପ୍ରଦ ହୋଇଥିବାବେଳେ ଲୋକମାନେ ଦେଇଥିବା ବିଭିନ୍ନ ପ୍ରସ୍ତାବ ସମ୍ପର୍କରେ ରାଜ୍ୟ ସରକାରଙ୍କ ପକ୍ଷରୁ ଅନୁଧ୍ୟାନ କରାଯାଇ ପଦକ୍ଷେପ ନିଆଯିବ ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି । ଏହି ଅବସରରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ମୟୂରଭଞ୍ଜ, ନୟାଗଡ଼, ମାଲକାନଗିରି, କଳାହାଣ୍ଡି, ଗଜପତି, ସମ୍ବଲପୁର, ଦେବଗଡ଼, କୋରାପୁଟ, କନ୍ଧମାଳ, କେନ୍ଦୁଝର, ସୁନ୍ଦରଗଡ଼ ଓ ନୂଆପଡ଼ା ଜିଲ୍ଲାର ପ୍ରତିନିଧିଙ୍କ ସହ ଆଲୋଚନା କରିଥିଲୋ କୋଭିଡ-୧୯ ସଂକ୍ରମଣ ପରିପ୍ରେକ୍ଷୀରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ସାମାଜିକ ଦୂରତ୍ୱ ଏବଂ ମାସ୍କ ବ୍ୟବହାରକୁ କଡ଼ାକଡ଼ି ଭାବରେ ପାଳନ କରି ରାଜ୍ୟ ସରକାରଙ୍କୁ ପୂର୍ଣ୍ଣ ସହଯୋଗ ଯୋଗାଇଦେବା ପାଇଁ ଆହ୍ୱାନ ଦେଇଥିଲେ । ଜନସାଧାରଣଙ୍କ ସହଯୋଗରେ ରାଜ୍ୟରେ କୋଭିଡ-୧୯ ସଂକ୍ରମଣକୁ ସଫଳତାର ସହ ପ୍ରତିହତ କରାଯାଇପାରିବ ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି ।

Leave A Reply