ଆମେ ସମସ୍ତେ ଜାଣିଚୁ ଯେ ତେଲ ଅଧିକ ବ୍ୟବହାର ଦ୍ୱାରା ଶରୀର ହାନିକାରକ ହୋଇଥାଏ, କିନ୍ତୁ ତେଲ ଭାରତୀୟ ଖାଦ୍ୟ ର ଅଭିନ୍ନ ଅଙ୍ଗ, ପ୍ରତିଦିନ ଆମେ ଖାଉଥିବା ଖାଦ୍ୟ ର ଆରମ୍ଭ ତେଲ ଠାରୁ ହୋଇଥାଏ, ଏବଂ ଅନେକ ସମୟରେ ଚର୍ଚା ଦେଖିବାକୁ ମିଳିଥାଏ କେଉଁ ତେଲ ଶରୀର ପାଇଁ ହିତକର l
୨ ସପ୍ତାହ ପର୍ଯ୍ୟନ୍ତ ତେଲ ନଖାଇବାର ଲାଭ କଣ ରହିଛି ?
ବିଶେଷ ଭାବରେ ସୋରିଷ ତେଲ ଓ ଅଲିଭ ତେଲ କୁ ନେଇ ଲୋକେ ବହୁତ କନଫିୟୁଜ ହୋଇ ଥାଆନ୍ତି, ଭାରତରେ ସାଧାରଣ ଭାବରେ ଲୋକେ ରୋଷେଇ ପାଇଁ ଅଧିକ ସୋରିଷ ତେଲ ବ୍ୟବହାର କରନ୍ତି l କିନ୍ତୁ ଅନେକ ଲୋକଙ୍କ ମତ ରହିଥାଏ ଯେ ଅଲିଭ ଅଏଲ ଶରୀର ପାଇଁ ଅଧିକ ଭଲ l
କେଉଁ ତେଲ ଲାଭ ଦାୟକ –
ଡାକ୍ତରଙ୍କ ମତରେ ଏଭଳି କୌଣସି ତେଲ ନାହିଁ ଯାହା ଶରୀର ପାଇଁ ହିତକର, ତେଣୁ ଖାଦ୍ୟରେ ଖୁବ କମ ତେଲ ଖାଇବା ଜରୁରୀ, ବିଶେଷ ଭାବରେ ଯଦି ଆପଣ ଓଜନ ହ୍ରାସ କରିବାକୁ ଚାହୁଁଛନ୍ତି ତେବେ ନିଜ ଖାଦ୍ୟ ରେ ଖୁବ କମ ତେଲ ର ବ୍ୟବହାର କରନ୍ତୁ l ଏବଂ ଯଦି ଦୁଇ ସପ୍ତାହ ପର୍ଯ୍ୟନ୍ତ ତେଲ କୁ ଖାଦ୍ୟରୁ ହଟାଇ ଦେବେ ତେବେ କଣ ଲାଭ ପାଇବେ ଆସନ୍ତୁ ଜାଣିବା l
* ପାଚନ ସ୍ୱାସ୍ଥ୍ୟ ଠିକ ରହିଥାଏ –
ବିନା ତେଲରେ ଖାଦ୍ୟ ଖାଇବା ଦ୍ୱାରା ଆପଣଙ୍କ ପାଚନ ପ୍ରକ୍ରିୟା ଠିକ ରହିଥାଏ, କାହିଁକି ନା ତେଲ କ୍ୟାଲୋରୀ ରେ ଖୁବ ମୋଟା ରହିଥାଏ, ତେଣେ ତାହାକୁ ହଜମ କରିବାକୁ ଅସୁବିଧା ହୋଇଥାଏ l ଯଦି ଆପଣ ବିନା ତେଲରେ ଖାଦ୍ୟ ଖାଉଛନ୍ତି ଏହା ଆପଣଙ୍କ ପେଟ ପାଇଁ ଖୁବ ହିତକର l ତେଲ ବିହୀନ ଖାଦ୍ୟ ଦ୍ୱାରା ପାଚନ ଠିକ ରହିଥାଏ, ପେଟ ଗ୍ୟାସ ଏସିଡ଼ିଟି ସମସ୍ୟାର ସମୁଖୀନ ହୁଏ ନାହିଁ l
* ଓଜନ ଘଟାଇବା ରେ ସାହାଯ୍ୟ କରେ –
ତେଲରେ ବହୁତ ଅଧିକ କ୍ୟାଲୋରୀ ରହିଥାଏ, ଏବଂ ତେଲ ଫ୍ୟାଟ ରେ ଭରପୁର ହୋଇଥାଏ, ତେଣୁ ବିନା ତେଲ ଯୁକ୍ତ ଭୋଜନ ଖାଇବା ଦ୍ୱାରା ଓଜନ ହ୍ରାସ ହେବାର ଖୁବ ସମ୍ଭାବନା ରହିଥାଏ l
* ହାର୍ଟ ପାଇଁ ହିତକର –
ବିନା ତେଲରେ ଖାଦ୍ୟ ଖାଇବା ଦ୍ୱାରା ଖାଦ୍ୟ ସାଚୁରେଟେଡ଼ ଫ୍ୟାଟ ଓ ଟ୍ରାନ୍ସ ଫ୍ୟାଟ ମୁକ୍ତ ହୋଇଥାଏ, ଯେଉଁ କାରଣରୁ ଶରୀରରେ LDL କୋଲେଷ୍ଟ୍ରଲ ସ୍ତର କମ ରହିଥାଏ, ଏବଂ ହାର୍ଟ ବିପଦ ମୁକ୍ତ ରହିଥାଏ l
* ଯଦି ଆପଣ ବିନା ତେଲରେ ଖାଦ୍ୟ ପ୍ରସ୍ତୁତ କରିବାକୁ ଚାହିଁଛନ୍ତି ତେବେ –
– ତେବେ ଷ୍ଟିମ ସାହାଯ୍ୟରେ ଖାଦ୍ୟ ପ୍ରସ୍ତୁତ କରନ୍ତୁ
– ନଚେତ ଖାଦ୍ୟ କୁ ସିଝାଇ ମଧ୍ୟ ଖାଇ ପାରିବେ
– ଏହି ଖାଦ୍ୟ ରେ ଇଡ଼ଲି , ଢ଼ୋକଳା ଭଳି ଖାଦ୍ୟ ସାମିଲ ରହିଛି
– ଏହାଛଡା ବିଭିନ୍ନ ପ୍ରକାର ସ୍ୱାଦିଷ୍ଟ ସାଲାଡ଼ ଏବଂ ଚାଟ ମଧ୍ୟ ପ୍ରସ୍ତୁତ କରି ଖାଇପାରିବେ
– ଏବଂ ଯଦି ଖାଦ୍ୟକୁ ସ୍ୱାଦିଷ୍ଟ କରିବାକୁ ଚାହୁଁଛନ୍ତି ତେବେ ସୁଧ ଦେଶୀ ଘିଅ  ର ବ୍ୟବହାର କରନ୍ତୁ l
 
						 
			 
						