ଆମ ମାନଙ୍କ ମଧ୍ୟରୁ ଅନେକ ଲୋକ ଖୁବ ତରବର ଭାବରେ ଖାଦ୍ୟ ଚୋବାଇ ଖାଇ ଥାଆନ୍ତି, ଦ୍ରୁତ ଗତିରେ ଆମେ ଭୋଜନ କରିବା ଦ୍ୱାରା ଶରୀରର ଅନେକ କ୍ଷତି ହୋଇଥାଏ ବୋଲି ନିକଟରେ ବୈଜ୍ଞାନିକ ମାନେ କହିଛନ୍ତି l ଏବଂ ବୈଜ୍ଞାନିକ ଙ୍କ ମତରେ ଧୀରେ ଧୀରେ ଖାଦ୍ୟ କୁ ଚୋବାଇ ଖାଇବା ନିହାତି ଜରୁରୀ l ଆମେ ଯଦି ଦ୍ରୁତ ଗତିରେ ଚୋବାଇ ଖାଦ୍ୟ ଖାଇଥାଉ ତେବେ ଏହା ଆମ ଶରୀର ପାଇଁ ଅନୁକୂଳ ହୋଇନଥାଏ l ପାଚନ ପ୍ରକ୍ରିୟା ସର୍ବଦା ଆମ ପାଟିରୁ ଆରମ୍ଭ ହୋଇଥାଏ ବୋଲି ଆମେ ଏହା ଜାଣି ନଥାଉ l
ଶୀଘ୍ର ଚୋବାଇ ଖାଦ୍ୟ ଗିଳିବା ଦ୍ୱାରା ସମସ୍ୟା –
ଯଦି ଆପଣ ଶୀଘ୍ର ଶୀଘ୍ର ଖାଦ୍ୟ ଖାଉଛନ୍ତି ଏବଂ ତାହାକୁ ଠିକ ରେ ଚୋବାଉ ନାହାନ୍ତି ତେବେ ଏହାର ବଡ଼ ଖଣ୍ଡ ଆପଣଙ୍କ ଅନ୍ତରେ ପହଂଚିଥାଏ l ଏହାଦ୍ୱାରା ଆପଣଙ୍କ ପେଟରେ ଅଧିକ ବ୍ୟାକ୍ଟେରିଆ ଉତ୍ପତି କରିଥାଏ l ଏବଂ ଖାଦ୍ୟ ହଜମ ନହୋଇ ଗ୍ୟାସ ଏସିଡ଼ିଟି ସମସ୍ୟା ଦେଖା ଦେଇଥାଏ l ଏବଂ ଖାଦ୍ୟ ର ପୋଷାକ ମଧ୍ୟ ଅବସୋସଣ ହୋଇଥାଏ l
ଶୀଘ୍ର ଚୋବାଇ ଖାଦ୍ୟ ଖାଇବାର ସାଇଡ ଇଫେକ୍ଟ –
– ଶୀଘ୍ର ଶୀଘ୍ର ଖାଦ୍ୟ ଗିଳିବା ଦ୍ୱାରା ପାଚକ ରସ ଆମ ଖାଦ୍ୟରେ ମିଶି ପାରିନଥାଏ, ଏବଂ ଖାଦ୍ୟ ହଜମ ମଧ୍ୟ ହୋଇପାରେ ନାହିଁ , ଏବଂ ଏସିଡ ରିଫ୍ଲେକ୍ସ ଓ ହାର୍ଟ ବର୍ନ ସମସ୍ୟା ହୋଇଥାଏ l
– ଶୀଘ୍ର ଖାଦ୍ୟ କୁ ଚୋବାଇ ଖାଇଲେ ପେଟ ଜନିତ ବିଭିନ୍ନ ସମସ୍ୟା ଦେଖା ଯାଇଥାଏ l ଏବଂ ଡାଇରିଆ ସମସ୍ୟା ମଧ୍ୟ ଦେଖାଯାଏ l
– ଆମେ ଯଦି ଶୀଘ୍ର ଚୋବାଇ ଖାଦ୍ୟ ଖାଇଥାଉ ତେବେ ଅଧିକ ଆମେ ଖାଦ୍ୟ ଗ୍ରହଣ କରିଥାଉ ଏବଂ ଏହା ଆମ ଓଜନ ବୃଦ୍ଧିର କାରଣ ହୋଇଥାଏ l ଏବଂ ଏହାଦ୍ୱାରା ଆମ ଖାଦ୍ୟ କୁ ନିର୍ଦ୍ଧିଷ୍ଟ ପୋର୍ସନ ରେ ମଧ୍ୟ ଖାଇପାରି ନଥାଉ l ଅଧିକ ଖାଇଦେଇ ଥାଉ l