Odisha news

ସୌନ୍ଦର୍ଯ୍ୟ ବୃଦ୍ଧି କରିଥାଏ ଆଣ୍ଟିଏଜିଙ୍ଗ ଫୁଡ, ଯାହାକୁ ଆମେ ନିୟମିତ କରିପାରିବl ଭୋଜନରେ ସାମିଲ

0

ଏହା ସତ୍ୟ ଯେ ଆମର ତ୍ୱଚା ଆମର ବୟସ କୁ ଦେଖାଇଥାଏ l ଯେଭଳି ଆମ ବୟସ ଧୀରେ ଧୀରେ ବଢିଥାଏ, ଆଣ୍ଠୁ ଗଣ୍ଠି ସମସ୍ୟା ଦେଖା ଯାଇଥାଏ ଏବଂ ଚର୍ମରେ କୁଞ୍ଚନ ତ ଦେଖାଯିବା ସ୍ୱାଭାବିକ l ତେଣୁ ବୟସ ବଢିବା ସହିତ ନିଜ ଆହାର ର ବିଶେଷ ଧ୍ୟାନ ଦେବା ଆବଶ୍ୟକ l  ନିଜ ଖାଦ୍ୟ ରେ ଏଭଳି ଜିନିଷ ସାମିଲ କରନ୍ତୁ ଯେଉଁଥିରେ ଆଣ୍ଟି ଏଜିଙ୍ଗ ପ୍ରପର୍ଟିଜ ରହିଛି l

ଆସନ୍ତୁ ଜାଣିବା ସେହି ଗୁଡିକ କଣ –
– ଗ୍ରୀନ ଟି –
ଗ୍ରୀନ ଟି ରେ ଆଣ୍ଟିଅକ୍ସିଡାଣ୍ଟ ପ୍ରପର୍ଟିଜ ଉଚ୍ଚ ମାତ୍ରାରେ ରହିଛି l ଏଥିରେ ବିଶେଷ ଭାବରେ ପୋଲିଫିନଲସ ନାମକ ଆଣ୍ଟିଅକ୍ସିଡାଣ୍ଟ ରହିଥାଏ l ଗ୍ରୀନ ଟି ରେ ରିଭର୍ସ ଏଜିଙ୍ଗ ଗୁଣ ରହିଛି l ତେଣୁ ଦିନକୁ ଦୁଇକପ ଗ୍ରୀନ ଟି ସେବନ କରନ୍ତୁ l

– ଡାର୍କ ଚକଲେଟ –
ଡାର୍କ ଚକଲେଟ ରେ ପୋଲିଫିନଲସ ରହିଛି l ଯାହାକି ତ୍ୱଚା ପାଇଁ ଖୁବ ଜରୁରୀ l  ପୋଲି ଫିନ୍ଲାସ ସ୍କିନ କୁ ସୁରକ୍ଷିତ ରଖିଥାଏ ଓ ସ୍କିନ ର ଡ୍ୟାମେଜ ରିପେୟାର କରିବାରେ ସାହାଯ୍ୟ କରିଥାଏ l ଏହି ଆଣ୍ଟି ଅକ୍ସିଡେଣ୍ଟ କେବଳ ତ୍ୱଚା ପାଇଁ ନୁହେଁ, ହାର୍ଟ ର ହେଲ୍ଥ ପାଇଁ ମଧ୍ୟ ଖୁବ ଉପଯୋଗୀ l ସୁଗାର ଫ୍ରି ଡାର୍କ ଚକଲେଟ ଓଜନ ହ୍ରାସ କରିବାରେ ସାହାଯ୍ୟ କରିଥାଏ l

– ବିଟରୁଟ –
ବିଟରୁଟ ରେ ଆଣ୍ଟି ଏଜିଙ୍ଗ ଗୁଣ ରହିଥାଏ l  କାହିଁକି ନା ଏହା ସମସ୍ତ ପ୍ରକାର ଭିଟାମିନ ଓ ଫାଇବର ରେ ଭରପୁର ଅଟେ l ବିଟ ରୁଟ ରେ ଭିଟାମିନ ଏ , ଭିଟାମିନ ସି, ଏବଂ ଭିଟାମିନ କେ ଭଳି ପୋଷାକ ତତ୍ୱ ରହିଥାଏ l  ଯାହାକି ତ୍ୱଚା କୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ l

– ଅଣ୍ଡା –
କୋଲେଜନ ତ୍ୱଚା ପାଇଁ ସବୁଠୁ ଜରୁରୀ ପ୍ରୋଟିନ ଅଟେ l ଏହି ପ୍ରୋଟିନ କେଶ ଓ ନଖ ପାଇଁ ଖୁବ ଜରୁରୀ l ଆମର ବୟସ ବଢିବା ସହିତ ଆମ ଶରୀରରୁ କୋଲେଜନ ଉତ୍ପାଦନ କମି ଯାଇଥାଏ l  ଯେଉଁ କାରଣରୁ ଏଜିଙ୍ଗ ସାଇନ ଦେଖା ଯାଇଥାଏ l ତେଣୁ ଅଣ୍ଡା ସେବନ ତ୍ୱଚା ପାଇଁ ଖୁବ ଆବଶ୍ୟକ l

– ଟମାଟୋ –
ଟମାଟୋ ରେ ଥିବା ଲାଇକୋପୀନ ଗୋଟିଏ ପ୍ରକାରର ଆଣ୍ଟି ଆକ୍ସିଡେଣ୍ଟ ଅଟେ l ଯାହାକି ତ୍ୱଚା କୁ ସୁନ୍ଦର ରଖିବା ସହିତ ଶରୀର ପାଇଁ ମଧ୍ୟ ଖୁବ ଜରୁରୀ l ଏହାଛଡା ଶରୀର ପାଇଁ ମଧ୍ୟ ଖୁବ ଆବଶ୍ୟକ ଅଟେ l

– ଡାଳିମ୍ବ –
ଡାଳିମ୍ବ ହେଉଛି ଗୋଟିଏ ପ୍ରକାର ସୁପରଫୁଦ l ଯାହାକି ତ୍ୱଚା ପାଇଁ ଖୁବ ମହତ୍ୱପୂର୍ଣ୍ଣ ଅଟେ l ଏଥିରେ ଅନେକ ଗୁଡିଏ ଆଣ୍ଟିଅକ୍ସିଡାଣ୍ଟ ରହିଥିବା କାରଣରୁ ଏଜିଙ୍ଗ ପ୍ରୋସେସ କୁ ଠିକ ଭାବରେ ପରିଚାଳିତ କରିଥାଏ l

– ଫ୍ଲେକ୍ସ ସିଡ୍ସ –
ତ୍ୱଚା ପାଇଁ ଫ୍ଲେକ୍ସ ସିଡ୍ସ ଖୁବ ଲାଭଦାୟକ l ଏଥିରେ ଓ଼ମେଗା 3 ଫ୍ୟାଟି ଏସିଡ ରହିଛି ଯାହାକି ତ୍ୱଚାରେ ଚମକ ଆଣିଥାଏ ଓ ସ୍କିନ  କୁ ରିପେୟାର କରିଥାଏ l

Leave A Reply