Odisha news

ମୋଟାପଣ ର କାରଣ କେବଳ ଅଧିକ ଖାଦ୍ୟ ହୋଇ ନଥାଏ, ଏହା ପଛରେ ରହିଛି ଏହି ବିଶେଷ କାରଣ

0

ଅନେକ ସମୟରେ ଏଭଳି ହୋଇଥାଏ ଯେ ଆପଣ ନିଜର ଠିକ ଭାବରେ ଶରୀରର ଯତ୍ନ ନେଉଥିଲେ ସୁଦ୍ଧା ଓଜନ ବୃଦ୍ଧି ହୋଇଥାଏ l ଅନେକ ଥର ଏଭଳି ମଧ୍ୟ ଦେଖିବାକୁ ମିଳେ ଯେ ଆପଣ ନିଜର ଡାଏଟ କଣ୍ଟ୍ରୋଲ କରିଥିଲେ ମଧ୍ୟ ଓଜନ ହ୍ରାସ ହୁଏନାହିଁ l ତେଣୁ ଗବେଷଣା କହୁଛି ଯେ କିଛିଟା ଛୋଟ ଛୋଟ କଥାକୁ ଆମେ ଅଣଦେଖା କରିବା କାରଣରୁ ଓଜନ ବୃଦ୍ଧି ହୋଇଥାଏ l

– ନିଦ ସମ୍ପୂର୍ଣ ନହେବା :
ବୈଜ୍ଞାନିକ ତଥ୍ୟ ଆଧାରରେ ଯଦି ଆପଣ ରାତିରେ ଠିକ ଭାବରେ ସୋଇ ପାରିଲେ ନାହିଁ ତେବେ ଆପଣଙ୍କ ଶରୀର ଗ୍ୟାସ ଦ୍ୱାରା ଆକ୍ରାନ୍ତ ହୋଇଥାଏ, ଏହି କାରଣରୁ ମଧ୍ୟ ଓଜନ ବୃଦ୍ଧି ହୋଇଥାଏ l ତେଣୁ ରାତିରେ ଠିକ ଭାବରେ ଶୋଇବା ନିହାତି ଆବଶ୍ୟକ l

– ଠିକ ରେ ନଶୋଇବା :
ନିର୍ଦ୍ଧିଷ୍ଟ ସମୟ ପର୍ଯ୍ୟନ୍ତ ଶୋଇବା ପ୍ରତ୍ୟେକ ବ୍ୟକ୍ତିଙ୍କ ଶରୀର ପାଇଁ ଆବଶ୍ୟକ l କିନ୍ତୁ ଦୀର୍ଘ ୮ଘଣ୍ଟା ଶୋଇବା କିନ୍ତୁ ମଝିରେ ମଝିରେ ନିଦ୍ରା ବାଧାପ୍ରାପ୍ତ ହେବା ଏହା ଠିକ ନୁହେଁ l ଯେପରିକି କୌଣସି ଚିନ୍ତା କାରଣରୁ ନିଦ ବାରମ୍ବାର ଭାଙ୍ଗିବା, କିମ୍ବା ଦେହ ଅସୁସ୍ଥତା କାରଣରୁ ନିଦ ବାଧାପ୍ରାପ୍ତ ହୋଇଥାଏ l ଏହି କାରଣରୁ ପାଚନ ତନ୍ତ୍ର ଠିକ ଭାବରେ କାମ କରି ନଥାଏ ଓ ଏହା ଓଜନ ବୃଦ୍ଧିର କାରଣ ମଧ୍ୟ ହୋଇଥାଏ l

– ଠିକ ରେ ଶୋଇବା ଜରୁରୀ –
କିଛି ଲୋକ ଦୀର୍ଘ ସମୟ ଧରି ସୋଇ ଥାଆନ୍ତି , ଆଉ କିଛି ଲୋକ ଶାନ୍ତ ମସ୍ତିସ୍କ ରେ ୪ ଘଣ୍ଟା ଶୋଇ ମଧ୍ୟ ନିଜର ନିଦ ପୁରା କରି ଥାଆନ୍ତି l କାରଣ ଅନେକ ସମୟରେ ଷ୍ଟ୍ରେସ ନିଦ୍ରାର ମୁଖ୍ୟ ଶତ୍ରୁ ହୋଇଥାଏ ଓ ଓଜନ ବୃଦ୍ଧିର କାରଣ ହୋଇଥାଏ l

– ନିଦ୍ରା ହୀନତା ଶରୀର ଉପରେ ପକାଇଥାଏ କେଉଁସବୁ ପ୍ରଭାବ :
– ନିଦ ସମ୍ପୂର୍ଣ ନହେବା କାରଣରୁ ପାଚନ ସମସ୍ୟା ଦେଖା ଯାଇଥାଏ l ମସ୍ତିସ୍କ କୁ ଆରାମ ନମିଳିବା କାରଣରୁ ଶରୀରର ଆନ୍ତରିକ ଫୁଲା ବଢି ଯାଇଥାଏ l ଏହି କାରଣରୁ ଶରୀର ଫୁଲିବା ଦେଖା ଯାଇଥାଏ l
– ଯେତେବେଳେ ନିଦ ପୁରା ହୁଏନାହିଁ, ଶରୀରରେ ଜମି ରହିଥିବା ଆବଶ୍ୟକୀୟ ଫ୍ୟାଟ ମସଲସ ଓ ହାଡ଼ ରୁ ଲୁଜ ହୋଇ ଫୁଲିଯିବାର କାରଣରୁ ମୋଟାପା ଲକ୍ଷଣ ଦେଖା ଯାଇଥାଏ l
– ଯେତେବେଳେ ନିଦ ଠିକ ଭାବରେ ହୁଏନାହିଁ ଶରୀରରେ ଗ୍ୟାସ ସମସ୍ୟା ଦେଖା ଯାଇଥାଏ ଓ ଶରୀରର କୋଷିକା ଗୁଡିକ ଠିକ ଭାବରେ ରିପେୟାରିଂ ଠିକ ଭାବରେ ହୋଇପାରେ ନାହିଁ l ଏହି କାରଣରୁ ମୋଟାପଣ ର ଶିକାର ହୋଇ ଥାଆନ୍ତି l

Nalco
Leave A Reply