Odisha news

ଆଶ୍ଚର୍ଯ୍ୟ ହେଲେ ବି ସତ : ହଜାରେ ପାଖୁଡାର ପଦ୍ମ ! ଫୁଟିବାକୁ ଲାଗିଥିଲା ୨ ବର୍ଷ , ଆସନ୍ତୁ ଜାଣିବା ଏହାର ମହତ୍ୱ କଣ

0

ସମ୍ବଲପୁର: ଶୀର୍ଷକ ପଢ଼ି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ସତ । ସମ୍ବଲପୁରରେ ଏମିତି ଏକ ଘଟଣା ବାସ୍ତବରେ ଘଟିଛି। ସମ୍ବଲପୁରରେ ଫୁଟିଛି ବିରଳ ୧୦୦୦ ପାଖୁଡ଼ା ବିଶିଷ୍ଟ ପଦ୍ମଫୁଲ ବା ସହସ୍ର ଦଳ କମଳ। ସମ୍ବଲପୁର ସହର ଏସ୍‌ଆର୍‌ଆଇଟି କଲୋନିସ୍ଥିତ ସୁବ୍ରତ କୁମାର ନାଥଙ୍କ ବଗିଚାରେ ଫୁଟିଛି ଏହି ଅସାଧାରଣ ଫୁଲ। ଏହା ପଶ୍ଚିମ ଓଡ଼ିଶାର ପ୍ରଥମ ଓ ଓଡ଼ିଶାରେ ଦ୍ଵିତୀୟ ଏଭଳି କମଳ ବୋଲି କୁହାଯାଉଛି।

ବିଦେଶରୁ ଆମଦାନୀ ହୋଇଥିବା ଏହି ପଦ୍ମର କନ୍ଦାକୁ ସୁବ୍ରତ କୁମାର ନାଥ ପ୍ରାୟ ବର୍ଷକ ତଳେ ତାମିଲନାଡ଼ୁରୁ ଆଣିଥିଲେ। ଗତ ବର୍ଷ ସେ କନ୍ଦା ରୋପଣ କରିଥିଲେ ବି ଫୁଲ ଫୁଟି ନ ଥିଲା। ଏଥର ସେ ପୁଣି ଏକ ଡ୍ରମରେ ପାଣି ଓ ମାଟି ମିଶାଇ ପଙ୍କ ସୃଷ୍ଟି କରି କନ୍ଦାଟି ଲଗାଇ ଥିଲେ। ପ୍ରାୟ ୩ ମାସ ପରେ କଢ଼ ଧରିଥିଲା। କଢ଼ରୁ ଫୁଲରେ ପରିଣତ ହେବାକୁ ପଦ୍ମକୁ ପ୍ରାୟ ୧୫ ଦିନ ଲାଗିଗଲା। ଏବେ ଉକ୍ତ ଫୁଲଟି ଦେଖିବା ପରେ ଲୋକଙ୍କ ମନମୋହି ନେଉଛି।

ପଦ୍ମ ଭଳି ଗୋଲାପୀ ରଂଗ, ପଦ୍ମ ଭଳି ଆକାର କିନ୍ତୁ ପାଖୁଡ଼ା ଅସଂଖ୍ୟ। ପଣ୍ଡାଙ୍କ ବଗିଚାରେ ପାଖାପାଖି ଦେଢ଼ ଶହ ପ୍ରକାର ଓ ରଂଗର ହାଇବ୍ରିଡ୍‌ ପଦ୍ମ ଓ କଇଁ ଫୁଲର ସଂଗ୍ରହ ରହିଛି। ଏହା ବ୍ୟତୀତ ତାଙ୍କ ନିକଟରେ ମାଂସାସୀ ପ୍ରଜାତିର କମଣ୍ଡଳୁ ବୃକ୍ଷ (ପିଚର ପ୍ଲାଣ୍ଟ), ଏୟାର୍‌ ପ୍ଲାଣ୍ଟ ଭଳି ବିରଳ ସଂଗ୍ରହ ରହିଛି। କମଣ୍ଡଳୁ ବୃକ୍ଷ ମାଶା ଓ ଅନ୍ୟ କୀଟପତଙ୍ଗ ଧରି ଆହାର କରୁଥିବା ବେଳେ ଏୟାର୍‌ ପ୍ଲାଣ୍ଟକୁ ମାଟି ଆବଶ୍ୟକ ହୋଇ ନଥାଏ। ତାକୁ ଯେକୌଣସି ସ୍ଥାନରେ ଯଥା ଟେବୁଲ୍‌ ଉପରେ ବା ଗୋଟିଏ କାଚ ପାତ୍ରରେ ରଖି ଦେଲେ ତାହା ବାୟୁରେ ଥିବା ଆର୍ଦ୍ରତାରୁ ଜଳ ସଂଗ୍ରହ କରି ବଢ଼େ ଓ ଫୁଲ ବି ଫୁଟେ।

Nalco
Leave A Reply