Odisha news

ରାଜସ୍ଥାନ: ଲୁଚକାଳି ଖେଳିବାବେଳେ ଏକ ଲୁହା ସିଟରେ ନିର୍ମିତ ଧାନର ପାତ୍ରରେ ପଶି ଶ୍ୱାସରୁଦ୍ଧ ହୋଇ ୫ ପିଲାଙ୍କର ମୃତ୍ୟୁ , ଆସନ୍ତୁ ଜାଣିବା ପୁରା ଖବର

ରାଜସ୍ଥାନର ବିକାନେରରେ ଖେଳୁଥିବାବେଳେ ଏକ କଣ୍ଟେନରରେ ଲୁଚି ରହିଥିବା ପାଞ୍ଚ ପିଲାଙ୍କ ମୃତ୍ୟୁର ଦୁଖଦଃ ଘଟଣା ସାମ୍ନାକୁ ଆସିଛି l ଲୁଚକାଳି ଖେଳିବାବେଳେ ଏକ କଣ୍ଟେନରରେ ପଶି ଶ୍ୱାସରୁଦ୍ଧ ହୋଇ ୫ ପିଲାଙ୍କର ମୃତ୍ୟୁ ହେଇଥିଲା l ମୃତମାନଙ୍କ ମଧ୍ୟରେ ଚାରିଜଣ ଭାଇଭଉଣୀ ଅଛନ୍ତି | ପିଲାମାନେ ଲୁଚକାଳି ଖେଳୁଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା ଭୁଲରେ କଣ୍ଟେନର କବାଟ ବନ୍ଦ ହୋଇଯିବାରୁ ଏପରି ଘଟି ଥିଲା l ଶ୍ୱାସ ରୁଦ୍ଧ ହୋଇ ଏପରି ଘଟିଥିଲା l କୁହାଯାଏ ଯେ ହିମାତ୍ସର ଗ୍ରାମ ନିବାସୀ କୃଷକ ଭିଆରାମଙ୍କ ପରିବାର ଚାଷ ଜମିକୁ ଯାଇଥିଲେ। ଏହି ସମୟ ମଧ୍ୟରେ ପାଞ୍ଚ ପିଲା ଘରେ ଥିଲେ। ଏଥିରେ ଚାରି ଭିଆରାମଙ୍କ ପୁଅ ଏବଂ ଝିଅ ଅଟନ୍ତି l

ଭାୟାରାମଙ୍କ ପୁଅ ସେଭାରାମ (4 ବର୍ଷ), ତିନି ଝିଅ ରେଭେନା (7 ବର୍ଷ) ରାଧା (5 ବର୍ଷ) ଏବଂ ଟିଙ୍କୁ ଛଦ୍ମନାମ ପୁଣମ୍ (8 ବର୍ଷ) ଏବଂ ଭାୟାରାମଙ୍କ ଭଣଜା ମାଗାରାମ ଘରେ ଖେଳୁଥିଲେ।ଖେଳିବାବେଳେ ସମସ୍ତ ପିଲା ଲୁହା ସିଟରେ ନିର୍ମିତ ଧାନର ପାତ୍ରରେ ପ୍ରବେଶ କରିଥିଲେ | ପିଲାମାନେ ପାତ୍ରରେ ପ୍ରବେଶ କରିବା ପରେ ଏହାର ଢାଙ୍କୁଣୀ ତଳକୁ ଖସି ବନ୍ଦ ହୋଇଯାଇଥିଲା l ପାତ୍ରର ଗଭୀରତା ୪ ଫୁଟ ଏବଂ ପ୍ରସ୍ଥ ପ୍ରାୟ ୫ ଫୁଟ ଥିଲା | ଭିଆରାମଙ୍କ ପତ୍ନୀ ଦୁଇ ଘଣ୍ଟା ପରେ ଫାର୍ମରୁ ଘରକୁ ଫେରିଥିଲେ। କିନ୍ତୁ ଯେବେଳେ ସେମାନେ ପିଲା ମାନଙ୍କୁ ଖୋଜିଲେ କାହାକୁ ଘରେ ପାଇ ନଥିଲେ l ପରେ ସେମାନେ ଯେତେବେଳେ ଧାନର ପାତ୍ର ଢାଙ୍କୁଣୀ ଖୋଲି ଦେଖିଲେ ତାଙ୍କ କୋହ ସମ୍ଭାଳି ପାରିଲେ ନାହିଁ l ମା ବଡ ପାଟିରେ ଲୋକ ମାନଙ୍କୁ ଡାକିଲେ ଓ ଲୋକମାନେ ସେଠାରେ ପହଂଚି ଢାଙ୍କୁଣୀ ଖୋଲି ପିଲା ମାନଙ୍କୁ ବାହାର କରି ତାଙ୍କୁ ମେଡିକାଲ ନେଇଗଲେ l ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କଲେ l ଖବର ପାଏ ତୁରନ୍ତ ପୋଲିସ ସେଠାରେ ପହଞ୍ଚି ପିଲାମାନଙ୍କର ଶବକୁ ପୋଷ୍ଟ ବଟମ ପାଇଁ ପଠେଇଲେ l

Comments are closed.