Odisha news

ବିଜେପି ଘୋଷଣା ପତ୍ରକୁ ଆକ୍ଷେପ କରି ତୃଣମୂଳ କଂଗ୍ରେସ କହିଲା ” ଏତ ଗୁଜୁରାଟୀ ଘୋଷଣା ପତ୍ର ” : ଆସନ୍ତୁ ଜାଣିବା ପୁରା ଖବର

ପଶ୍ଚିମବଙ୍ଗରେ ବର୍ତମାନ ରାଜନୀତି ସରଗରମ ଦେଖିବାକୁ ମିଳିଲାନି l ମମତାଙ୍କୁ ଟକ୍କର ଦେବାପାଇଁ ବିଜେପିର ତୁଙ୍ଗ ନେତାମାନେ ଘନ ଘନ ପଶ୍ଚିମବଙ୍ଗରେ ରାଲିଠୁ ଆରମ୍ଭ କରି ରୋଡ଼ସୋ ପର୍ଯ୍ୟନ୍ତ ଲୋକଙ୍କୁ ଆକୃଷ୍ଟ କରିବାରେ ଲାଗିପଡିଛନ୍ତି l କିନ୍ତୁ ଦିଦି ମଧ୍ୟ ପଛରେ ପଡ଼ିନାହାନ୍ତି l ମମତାଙ୍କ ଗୋଟେ ଗୋଡ ଭାଙ୍ଗିଥିଲେ ମଧ୍ୟ ସେବି ସବୁ ପ୍ରୟାସ ଜାରି ରଖିଛନ୍ତି l ଦଶ ବର୍ଷ ମୁଖ୍ୟମନ୍ତ୍ରୀ କାଳରେ ମମତାଙ୍କ ଲୋକପ୍ରିୟତା ସବୁଠୁ ଉପରେଥିଲେ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦିଙ୍କ ଲୋକପ୍ରିୟତା ବର୍ତମାନ ସବଠୁ ଉପରେ ରହିଛି l ଏହା ମଧ୍ୟରେ ବିଜେପି ତାର ଘୋଷଣା ପତ୍ର ସାର୍ବଜାନୀନ କରିଛି l ଏହି ଘୋଷଣା ପତ୍ରକୁ ନିଜେ ଅମିତ ସାହା ପ୍ରକାଶ କରିଛନ୍ତି l

ଏହି ଘୋଷଣା ପତ୍ରକୁ ଦେଖି ମମତାଙ୍କ ଭଣଜା ଅଭିସେକ ବାନାର୍ଜୀ କହିଲେ ଏହି ଘୋଷଣା ପତ୍ରକୁ ଦେଖିଲେ ଲାଗୁଛି “କେତେ ହାସ୍ୟାସ୍ପଦ ଯେ ପର୍ଯ୍ୟଟକ ଗ୍ୟାଙ୍ଗ ଗୁଜୁରାଟୀ ହାତରେ ପଶ୍ଚିମବଙ୍ଗ ନିର୍ବାଚନ ପାଇଁ ଘୋଷଣାପତ୍ର ପ୍ରକାଶ କଲେ ” l ସେ ଏକଥା ମଧ୍ୟ ତାଙ୍କ ଟୁଇଟର ଆକାଉଣ୍ଟରେ ଲେଖିଛନ୍ତି l ବର୍ତ୍ତମାନ ଏହି ହ୍ୟାସଟ୍ୟାଗ ବ୍ୟବହାର କରି ତୃଣମୂଳ କଂଗ୍ରେସ ସାଂସଦ ତଥା ଅଭିନେତ୍ରୀ ନୁସସରତ ଜାହାନ ରୁହି ମଧ୍ୟ ବିଜେପି ଉପରେ ଆକ୍ରମଣ କରିଛନ୍ତି l ସେ କହିଛନ୍ତି ବିନା ଲକ୍ଷ ଥିବା ପ୍ରତିଶୃତି ଦର୍ଶାଉଛିଯେ ପ୍ରକୃତରେ ପର୍ଯ୍ୟଟକ ଅଟନ୍ତି l ବର୍ତ୍ତମାନ ଏହି ପ୍ରସଙ୍ଗକୁ ମମତାଙ୍କ ଭଣଜା ତଥା ସାଂସଦ ଅଭିଷେକ ବାନାର୍ଜୀ ‘ଗୁଜୁରାଟୀ ବନାମ ବଙ୍ଗାଳୀ’ କୋଣ ଦେବା ଆରମ୍ଭ କରିଛନ୍ତି।

ସେ ଆହୁରି ମଧ୍ୟ କହିଲେ ବିଜେପି ପଶ୍ଚିମବଙ୍ଗରେ 294 ବିଧାନସଭା ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ପର୍ଯ୍ୟାପ୍ତ ପ୍ରାର୍ଥୀ ପାଇ ନ ଥିବା ବେଳେ ବର୍ତ୍ତମାନ ଏହିପରି ଗୁରୁତ୍ୱପୂର୍ଣ୍ଣ ବିଧାନସଭା ଇଲେକ୍ସନ ପାଇଁ ସ୍ଥାନୀୟ ନେତୃତ୍ୱ ଖୋଜୁଛି l ମମତାଙ୍କ ଭଣଜା ତଥା ସାଂସଦ ଅଭିଷେକ ବାନାର୍ଜୀ ଆହୁରି ମଧ୍ୟ କହିଛନ୍ତି ବିଜେପିକୁ ସ୍ଥାନୀୟ ପ୍ରତିନିଧି ନମିଳିବା କାରଣରୁ ବିଜେପି ତାର ଘୋଷଣା ପତ୍ର ପ୍ରକାଶ କରିବା ପାଇଁ ଗୁଜୁରାଟରୁ ଲୋକଙ୍କ ହାତରେ ଘୋଷଣା ପତ୍ର ପ୍ରକାଶ କଲା l

ବିଜେପି ଏବଂ ମମତା ବାନାର୍ଜୀଙ୍କ ନିର୍ବାଚନ ଘୋଷଣା ପତ୍ର

ମାର୍ଚ୍ଚ 17 ରେ, ମମତା ବାନାର୍ଜୀ 146 ପୃଷ୍ଠାର ଘୋଷଣା ପତ୍ରରେ ଗତ 10 ବର୍ଷର ସଫଳତାକୁ ତାଲିକାଭୁକ୍ତ କରିଥିଲେ ଏବଂ ଅନେକ ପ୍ରତିଶୃତି ମଧ୍ୟ ଦେଇଥିଲେ। ଆସନ୍ତୁ ଉଭୟ ଦଳର ପ୍ରତିଶୃତି ବିଷୟରେ ଜାଣିବା l

*- ମମତା ମା  କ୍ୟାଣ୍ଟିନ ଚଳାଉଛନ୍ତି l  ବିଜେପି ଅନ୍ନପୂର୍ଣ୍ଣା କ୍ୟାଣ୍ଟିନ ଚଲାଇବ

* ମମତା ବିଧବା ପେନସନ  1000 ଟଙ୍କା ଦେବାକୁ ପ୍ରତିଶୃତି ଦେଇଛନ୍ତି ,  3000 ଟଙ୍କା ଦେବାକୁ ବିଜେପି ପ୍ରତିଶୃତି ଦେଇଛି

*ମମତା  ଓବିସିରେ ମହେଶ, ତମୁଲ ଟିଲି, ଶାହା ସଂରକ୍ଷଣର ପ୍ରତିଶୃତି ଦେଇଛନ୍ତି

*ଟିଏମସି କ୍ଷୁଦ୍ର ଚାଷୀଙ୍କୁ ଏକର ପିଛା ବାର୍ଷିକ 10,000 ଟଙ୍କା ଦେବାକୁ ଘୋଷଣା କରିଛି। ବିଜେପି ମଧ୍ୟ ଚାଷୀଙ୍କୁ 10,000 ଟଙ୍କା ଦେବାକୁ ପ୍ରତିଶୃତି ଦେଇଛି

*ଓବିସି , ଦଳିତ ଏବଂ ଆଦିବାସୀ ପରିବାରକୁ ବର୍ଷକୁ 12 ହଜାର ଟଙ୍କା ଦେବାକୁ  ମମତା ପ୍ରତିଶୃତି ଦେଇଛନ୍ତି।

*ବିଜେପି ଦଲିତ ଏବଂ ପଛୁଆ ଶ୍ରେଣୀର ଛାତ୍ରମାନଙ୍କୁ ୩ ରୁ ୫ ହଜାର ଟଙ୍କା ପର୍ଯ୍ୟନ୍ତ ସାହାଯ୍ୟ ଦେବାକୁ ପ୍ରତିଶୃତି ଦେଇଛନ୍ତି l

*ମମତା କହୁଛନ୍ତି ଯେ ସେ ଛାତ୍ରମାନଙ୍କୁ କ୍ରେଡିଟ କାର୍ଡ ଦେବେ, ବିଜେପି କହୁଛି ବାଳିକା ଛାତ୍ରମାନଙ୍କ ଶିକ୍ଷା ମାଗଣା ହେବ।

*ବିଜେପି 11000 କୋଟି ସୋନାର ବଙ୍ଗଳା ପାଣ୍ଠି ସୃଷ୍ଟି କରିବାକୁ ଘୋଷଣା କରିଛି

 

Comments are closed.