ପିପିଲି-ପୁରୀ : ଭୁବନେଶ୍ୱର ଜାତୀୟ ରାଜପଥ ନମ୍ବର ୩୧୬ ସାତଶଂଖ ବଜାର ନିକଟସ୍ଥ ଶିରିଆପୁର ଛକ ନିକଟରେ ଥିବା ନ୍ୟାସନାଲ ଓ ଜ୍ୟୋତି କୟାର କମ୍ପାନିରେ ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ସମ୍ପତି ପୋଡି ପାଉଁସ ହୋଇଯାଇଛି । ମିଳିଥିବା ସୁଚନା ମୁତାବକ ମଙ୍ଗଳବାର ରାତି ୧୦.୩୦ରେ କମ୍ପାନିରେ ନିଆଁ ଲାଗି ଜଳୁଥିବା ପଡୋଶି ଖବର ଦେବାରୁ ମାଲିକ ଉଠି ଦେଖିଥିଲେ । ଜୀବନ ବିକଳରେ ସେ ଘରୁ ବାହାରୀ ଦମକଳ ବିଭାଗକୁ ଖବର ଦେବାରୁ ପ୍ରଥମେ ସାକ୍ଷିଗୋପାଳ ଓ ପିପିଲି ଏବଂ ପରେ ପୁରୀରୁ ଦମକଳ ପଂହଚି ଥିଲେ ବି ସୁଧା ନିଆଁକୁ ଆୟତ କରିବା ସମ୍ଭବ ହୋଇନଥିଲା । କ୍ଷଣକେ ତଳଘରୁ ଉପର ଛାତ ଘରକୁ ନିଆଁ ବ୍ୟାପି କମ୍ପାନି ର ମେସିନ,କତା,ପାରୁ,ନଡିଆରସି,ପାଅପୋଛ ଭର୍ତି ଲକ୍ଷାଧିକ ଟଙ୍କାର ଜିନିଷ ସବୁ ଜଳି ପାଉଁସ ହୋଇଯାଇଛି ।
ଅଗ୍ନିଶମ ବିଭାଗ ପକ୍ଷରୁ ନିଆଁକୁ ଆୟତ୍ତ କରିବା ବହୁ କଷ୍ଟକର ହୋଇ ପଡିଥିଲା । ବିଳମ୍ବିତ ରାତିରୁ ଦମକଳ ବାହିନି ପୁରୀ,ପିପିଲି ଓ ସାକ୍ଷୀଗୋପାଳ ପକ୍ଷରୁ ନିଆଁ ଲିଭାଇବା ପାଇଁ ନିୟୋଜିତ ହୋଇଥିଲେ ବି ନିଅାଁକୁ ଆୟତ୍ତ କରିବା ପାଇଁ ପ୍ରାୟ୧୭ଘଣ୍ଟା ସମୟ ଲାଗିଥିବା ଅଗ୍ନିଶମ ବିଭାଗ ପକ୍ଷରୁ ସୁଚନା ମିଳିଛି । ଅଗ୍ନିଶମ ବିଭାଗ କର୍ମଚାରୀମାନେ ତଳ ଘର ଟିଣ କାଢିବା ସହିତ ସହିତ ଉପର ମହଲା ଛାତ ଘର କାନ୍ଥ ଭାଙ୍ଗିବା ପରେ ନିଆଁକୁ ଆୟତ୍ତ କରିଥିଲେ । ଏଥିରେ କଟକ ଫାୟାର ଅଫିସର ଭାବଗ୍ରାହୀ ଘଡେଇ,ପୁରୀ ସର୍କଲ ଅଗ୍ନିଶମ ବିଭାଗ ଅଧିକାରୀ ବିଚିତ୍ର କୁମାର ପଣ୍ଡା ,ସତ୍ୟବାଦୀ ଷ୍ଟେସନ ଅଫିସର ମନୋଜ ପାତ୍ର ପିପିଲି ଷ୍ଟେସନ ଅଫିସର ଅଜିତ ଗୈାଡ ପ୍ରମୁଖଙ୍କ ସହିତ ଅଗ୍ନିଶମ କର୍ମଚାରି ମାନେ ନିଆଁ ଲିଭାଇବା ପାଇଁ ନିୟୋଜିତ ହୋଇଥିବା ସହ ସର୍ଟସର୍କିଟ ରୁ ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଥିବା ପୁରୀ ଅଗ୍ନିଶମ ସର୍କଲ ଅଧିକାରୀ ବିଚିତ୍ର କୁମାର ପଣ୍ଡା ଠାରୁ ପ୍ରକାଶ । ଆନୁମାନିକ ମୁଲ୍ୟ ୪୦ଲକ୍ଷ ଟଙ୍କାରୁ ଉର୍ଦ୍ଧ କ୍ଷୟକ୍ଷତି ହୋଇଥିବା କମ୍ପାନି ମାଲିକ ଜ୍ୟୋତି ରଞ୍ଜନ ପାତ୍ରଙ୍କ ଠାରୁ ସୁଚନା ମିଳିଛି ।