Odisha news

କରୋନା ଯୋଦ୍ଧାଙ୍କ ପାଇଁ ସାହାଯ୍ୟର ହାତ ବଢ଼ାଇଲେ ଚଳଚିତ୍ର ନିର୍ମାତା ଫାରାହାନ୍ ଅଖ୍ତର୍

0

ନୂଆଦିଲ୍ଲୀ -କରୋନା ଭାଇରସ ପାଇଁ ଲୋକ ମାନେ ଅତି କଷ୍ଟ ଦାୟକ ଜୀବନ ଅତିବାହିତ କରୁଛନ୍ତି l ଲକଡାଉନ ପାଇଁ ବର୍ତ୍ତମାନ ଦେଶର ଆର୍ଥିକ ଅବସ୍ଥା ମଧ୍ୟ ଠିକ ନାହିଁ l ଏହି ସମୟରେ ଅନେକ ଚଳଚିତ୍ର ତାରକା ସରକାରଙ୍କୁ ସାହାଯ୍ୟ କରିବା ପାଇଁ ହାତ ବଢ଼ାଇଛନ୍ତି l ଏହି ମହାମାରୀ ସମୟରେ ଡାକ୍ତର ମାନେ ସର୍ବ ପ୍ରଥମେ ସୁସ୍ଥ ରହିବ ଆବଶ୍ୟକ l ଫାରାହାନ୍ ଅଖ୍ତର୍ପି ପି ପି ଇ କୀଟ୍ ଡାକ୍ତର ମାନଙ୍କର ସୁରକ୍ଷା ପାଇଁ ପ୍ରଦାନ କରିଛନ୍ତି l
ଫାରାହାନ୍ ମହାରାଷ୍ଟ୍ରର ଡାକ୍ତର ମାନଙ୍କ ସୁରକ୍ଷା ପାଇଁ ୧0,000 ପି ପି ଇ କୀଟ୍ ବୁଧବାର ଦିନ ପଠାଇଛନ୍ତି l ସେ ତାଙ୍କର ଟ୍ୱିଟର ଆକାଉଣ୍ଟରେ ଟ୍ୱିଟ କରି ଲେଖିଛନ୍ତି ଯେ କରୋନା ପାଇଁ ଯୁଧ୍ୟ କରୁଥିବା ଆମର ଆଗ ଧାଡ଼ିର ଯୋଦ୍ଧା ସ୍ୱାସ୍ଥ୍ୟ କର୍ମୀ ମାନଙ୍କ ପାଇଁ ଏହି କୀଟ୍ ପଠାଇ ମୁଁ ଖୁସି ଅନୁଭବ କରୁଛି l କାରଣ ଆମର କରୋନା ଯୋଦ୍ଧା ସୁରକ୍ଷିତ ରହିଲେ ଦେଶ ସୁରକ୍ଷିତ ରହିବ l ତେଣୁ ଆମ ସମସ୍ତଙ୍କୁ ଏକା ସାଙ୍ଗରେ ରହିବ ଆବଶ୍ୟକ l “ଜୟ ହିନ୍ଦ୍ l”

Leave A Reply