ମିଳିନି ଫଣୀ ସହାୟତା , ଅମ୍ଫନ ଦେଇଗଲା ଦୁଃଖ , ପାଲ ତଳେ ବିପନ୍ନ : ନାଲିଫିତା ତଳେ ଅନିୟମିତତା ଅଭିଯୋଗ , ଜଣଙ୍କୁ ନିଲମ୍ବିତ କରି ଚୁପବସିଛି ପ୍ରଶାସନ
ଗୋପ: ପ୍ରଳୟଙ୍କାରୀ ବାତ୍ୟା ଫଣୀର ୧ବର୍ଷ ବିତିଲାଣି । ହେଲେ ଏବେ ବି ଅସହାୟ ଅବସ୍ଥାରେ ଭଙ୍ଗା କୁଡିଆ, ପଲିଥିନ୍ ତଳେ ପିଲା ଛୁଆଙ୍କୁ ଧରି ପଡି ରହିଛନ୍ତି ଅନେକ ଵିପନ୍ନ। ନା ଏମାନଙ୍କୁ ମିଳିଛି ସରକାରୀ ସହାୟତା ରାଶି ନା ସେମାନେ କରିପାରୁଛନ୍ତି ଘରଟିଏ। ନା ମିଳିଛି ସରକାରଙ୍କ ଆବାସ ଯୋଜନାରେ ଖଣ୍ଡେ ପକାଘର । ଭଙ୍ଗା କୁଡିଆରେ ପିଲାଛୁଆଙ୍କୁ ଧରି ଅତି ଦୟନୀୟ ଅବସ୍ଥାରେ ଖରା ବର୍ଷା ଶୀତ କାକର ରେ ଦୀର୍ଘଦିନ ଧରି ପଡିରହିଥିବା ବେଳେ ଆଉଏକ ସାମୁଦ୍ରିକ ଝଡ଼ ଅମ୍ଫନ ଦୁଃଖକୁ ଦ୍ୱିଗୁଣିତ କରିଛି ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଗୋପ ବ୍ଲକ ଅଞ୍ଚଳରେ ।ପ୍ରଳୟଙ୍କାରୀ ବାତ୍ୟା ଫଣୀରେ ପୁରୀ ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ବେଳେ ଅନୁରୂପ ଭାବେ ଗୋପ ବ୍ଳକର ବିଭିନ୍ନ ଅଞ୍ଚଳରେ ମଧ୍ୟ ବ୍ୟାପକ କ୍ଷୟକ୍ଷତି ହୋଇଥିଲା।
ଗୋପ ବ୍ଳକର ହଜାର ହଜାର ଲୋକ ଘର ଦ୍ବାର ହରାଇ ସର୍ବସାନ୍ତ ହୋଇଯାଇଥିବା ବେଳେ ସରକାର ଙ୍କ ପକ୍ଷରୁ ମିଳିଥିବା ରିଲିଫ ସେମାନଙ୍କ ପାଇଁ ସମୁଦ୍ରକୁ ଶଙ୍ଖେ ପରି ହୋଇଥିଲା। ପ୍ରକୃତପକ୍ଷେ ପ୍ରକୃତ ବିପନ୍ନମାନେ ଏଥିରୁ ବାଦ୍ ପଡିଥିଲେ। ପରେ ଘର ଦ୍ବାର ହରାଇଥିବା ବିପନ୍ନ ମାନଙ୍କ ତାଲିକା ପ୍ରସ୍ତୁତ କରିବା ପାଇଁ ସରକାର ନିର୍ଦେଶ ଦେବାପରେ ରାଜସ୍ବ ବିଭାଗ ପକ୍ଷରୁ ତଦନ୍ତ ହୋଇଥିଲା। ମାତ୍ର ଏଥିରେ ବ୍ୟାପକ ଅନିୟମିତତା ଦେଖାଯାଇଥିଲା। ଦଲାଲ ଓ ଦୁର୍ନୀତି ଗ୍ରସ୍ତ କର୍ମଚାରୀ ଙ୍କ ଯୋଗୁଁ ପ୍ରକୃତ ବିପନ୍ନ ମାନେ ଵାଦ ପଡିଥିଲେ।ରାଜନୈତିକ ବ୍ୟକ୍ତି ,ପ୍ରଭାବଶାଳୀ ବ୍ୟକ୍ତି ,ସରକାରି ଚାକିରିଆ ,ଗୋଟିଏ ପରିବାରର ଏକାଧିକ ବ୍ୟକ୍ତି ସହାୟତା ହାତେଇଥିଲେ । ଏଭଳି ଦୁର୍ନୀତି ଅଭିଯୋଗରେ ଜିଲା ପ୍ରସାସନ ପକ୍ଷରୁ ଜଣେ ରାଜସ୍ବ ନିରୀକ୍ଷକ ମଧ୍ୟ ନିଲମ୍ବିତ କରାଯାଇଥିଲା ।
ଭଙ୍ଗାରୁଜା କୁଡିଆ ରେ ପଡିରହିଥିବା ନେଇ ଶହ ଶହ ବିପନ୍ନ ତହସିଲ କାର୍ଯ୍ୟାଳୟ, ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଜିଲ୍ଲାପାଳ ଏପରିକି ଲକାୟୁତଙ୍ ନିକଟରେ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିପାରି ନଥିଲା ।ବିପନ୍ନ ମାନେ ଭଙ୍ଗାକୁଡିଆ ରେ ପଲିଥିନ ତଳେ ପଡିରହିଥିବା ବେଳେ ଆଉ ଏକ ସାମୁଦ୍ରିକ ଝଡ଼ ପଲିଥିନ ଟାଣି ରହିଥିବା ବିପନ୍ନଙ୍କ ଦୁଃଖକୁ ଦ୍ୱିଗୁଣିତ କରିଛି ।ଅମ୍ଫନ ପ୍ରଭାବରେ ଯଦିଓ ଗୋପ ବ୍ଲକ ଅଞ୍ଚଳରେ ବିଶେଷ କ୍ଷୟକ୍ଷତି ହୋଇନାହିଁ ତେବେ ପାଲଟାଣି ରହିଥିବା ବିପନ୍ନଙ୍କ ଦୁର୍ଦ୍ଦଶା ବଢ଼ିବାରେ ଲାଗିଛି ।ଅନ୍ୟପକ୍ଷରେ ପ୍ରଶାସନ ପକ୍ଷରୁ କ୍ଷୟକ୍ଷତି ଆକଳନ କରାଯାଇନଥିବା ବେଳେ ଶତାଧିକ କଚାଘର ଭାଙ୍ଗିପଡିଥିବା ପ୍ରାଥମିକ ଭାବେ ମିଳିଥିବା ଜଣାପଡିଛି ।ସେହିପରି ନିର୍ଧାରିତ ସମୟସୀମା ମଧ୍ୟରେ ତହସିଲ ପକ୍ଷରୁ ହିତାଧିକାରୀ ଚୟନ ପ୍ରକ୍ରିୟା ଶେଷ ନହେବା ଯୋଗୁଁ ଶତାଧିକ ଯୋଗ୍ୟ ବିପନ୍ନ ମାନେ ବାଦ ପଡ଼ିଥିଲେ ।ପରେ ଫଣୀରେ କ୍ଷତିଗ୍ରସ୍ତ ହୋଇଥିବା ପରିବାରଙ୍କୁ ଚିନ୍ହଟ କରାଯାଇ ସେମାନଙ୍କୁ ଆବାସ ଯୋଜନାରେ ସାମିଲ କରିବା ପାଇଁ ବ୍ଲକ ପ୍ରଶାସନ ତାଲିକା ପ୍ରସ୍ତୁତ କରିଥିବା ବେଳେ ଏ ପ୍ରଯନ୍ତ କୌଣସି ଜଣଙ୍କୁ ମଧ୍ଯ ସହାୟତା ରାଶି ମିଳିପାରି ନାହିଁ ।।
ସେହିପରି ନିର୍ଧାରିତ ସମୟସୀମା ମଧ୍ୟରେ ତହସିଲ ପକ୍ଷରୁ ହିତାଧିକାରୀ ଚୟନ ପ୍ରକ୍ରିୟା ଶେଷ ନହେବା ଯୋଗୁଁ ଶତାଧିକ ଯୋଗ୍ୟ ବିପନ୍ନ ମାନେ ବାଦ ପଡ଼ିଥିଲେ ।ପରେ ଫଣୀରେ କ୍ଷତିଗ୍ରସ୍ତ ହୋଇଥିବା ପରିବାରଙ୍କୁ ଚିନ୍ହଟ କରାଯାଇ ସେମାନଙ୍କୁ ଆବାସ ଯୋଜନାରେ ସାମିଲ କରିବା ପାଇଁ ବ୍ଲକ ପ୍ରଶାସନ ତାଲିକା ପ୍ରସ୍ତୁତ କରିଥିବା ବେଳେ ଏ ପ୍ରଯନ୍ତ କୌଣସି ଜଣଙ୍କୁ ମଧ୍ଯ ସହାୟତା ରାଶି ମିଳିପାରି ନାହିଁ ।ଅପର ପକ୍ଷେ ତହସିଲ ପକ୍ଷରୁ ଏପର୍ଯ୍ୟନ୍ତ କେତେକ ଯୋଗ୍ୟ ବିପନ୍ନଙ୍କୁ ଏପର୍ଯ୍ୟନ୍ତ ଫଣି ସହାୟତା ମିଳିପାରି ନଥିବାବେଳେ ଶତାଧିକ ହିତାଧିକାରୀଙ୍କ ବ୍ୟାଙ୍କ ଜମାଖାତାରେ ଦୁଇଥର ଲେଖାଏଁ ଟଙ୍କା ଜମାକରା ଯାଇଥିବା ତଥ୍ୟ ହସ୍ତଗତ ହୋଇଛି ।
ପ୍ରଶାସନ ପକ୍ଷରୁ ସରକାରୀ ଜମାଖାତାକୁ ଟଙ୍କା ଫେରାଇବା ଲାଗି ଉଦ୍ୟମ ଆରମ୍ଭ କରିଥିବା ବେଳେ କିଛି କର୍ମଚାରୀ ବ୍ୟାଙ୍କ ଆଗରେ ଚକର କାଟୁଥିବା ଦେଖିବାକୁ ମିଳିଛି ।ଅପର ପକ୍ଷେ ତହସିଲ ପକ୍ଷରୁ ଏପର୍ଯ୍ୟନ୍ତ କେତେକ ଯୋଗ୍ୟ ବିପନ୍ନଙ୍କୁ ଏପର୍ଯ୍ୟନ୍ତ ଫଣି ସହାୟତା ମିଳିପାରି ନଥିବାବେଳେ ଶତାଧିକ ହିତାଧିକାରୀଙ୍କ ବ୍ୟାଙ୍କ ଜମାଖାତାରେ ଦୁଇଥର ଲେଖାଏଁ ଟଙ୍କା ଜମାକରା ଯାଇଥିବା ତଥ୍ୟ ହସ୍ତଗତ ହୋଇଛି । ପ୍ରଶାସନ ପକ୍ଷରୁ ସରକାରୀ ଜମାଖାତାକୁ ଟଙ୍କା ଫେରାଇବା ଲାଗି ଉଦ୍ୟମ ଆରମ୍ଭ କରିଥିବା ବେଳେ କିଛି କର୍ମଚାରୀ ବ୍ୟାଙ୍କ ଆଗରେ ଚକର କାଟୁଥିବା ଦେଖିବାକୁ ମିଳିଛି ।
ଭଙ୍ଗାରୁଜା କୁଡିଆ ରେ ପଡିରହିଥିବା ନେଇ ଶହ ଶହ ବିପନ୍ନ ତହସିଲ କାର୍ଯ୍ୟାଳୟ, ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଜିଲ୍ଲାପାଳ ଏପରିକି ଲକାୟୁତଙ୍ ନିକଟରେ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିପାରି ନଥିଲା ।ବିପନ୍ନ ମାନେ ଭଙ୍ଗାକୁଡିଆ ରେ ପଲିଥିନ ତଳେ ପଡିରହିଥିବା ବେଳେ ଆଉ ଏକ ସାମୁଦ୍ରିକ ଝଡ଼ ପଲିଥିନ ଟାଣି ରହିଥିବା ବିପନ୍ନଙ୍କ ଦୁଃଖକୁ ଦ୍ୱିଗୁଣିତ କରିଛି ।ଅମ୍ଫନ ପ୍ରଭାବରେ ଯଦିଓ ଗୋପ ବ୍ଲକ ଅଞ୍ଚଳରେ ବିଶେଷ କ୍ଷୟକ୍ଷତି ହୋଇନାହିଁ ତେବେ ପାଲଟାଣି ରହିଥିବା ବିପନ୍ନଙ୍କ ଦୁର୍ଦ୍ଦଶା ବଢ଼ିବାରେ ଲାଗିଛି ।ଅନ୍ୟପକ୍ଷରେ ପ୍ରଶାସନ ପକ୍ଷରୁ କ୍ଷୟକ୍ଷତି ଆକଳନ କରାଯାଇନଥିବା ବେଳେ ଶତାଧିକ କଚାଘର ଭାଙ୍ଗିପଡିଥିବା ପ୍ରାଥମିକ ଭାବେ ମିଳିଥିବା ଜଣାପଡିଛି ।ଏ ସମ୍ପର୍କରେ ତହସିଲଦାର ପୃଥିରାଜ ମଣ୍ଡଳଙ୍କୁ ପଚାରିବାରେ ସେ କୁହନ୍ତି ସରକାରୀ ନିୟମ ସମସ୍ତଙ୍କୁ ଫଣି ସହାୟତା ପ୍ରଦାନ କରାଯାଇଛି ।