Odisha news

ପ୍ରତିଦିନ ସନ୍ଧ୍ୟା ସମୟରେ ପୂଜା କରୁଥିବା ବେଳେ ଏହିସବୁ ଭୁଲ କରନ୍ତୁ ନାହିଁ

0
ଆମ ହିନ୍ଦୁ ଧର୍ମରେ ୨ ବେଳା ପୂଜା ପାଠରେ ବିଶେଷ ମହତ୍ୱ ରହିଛି l ଆମେ ପ୍ରତ୍ୟେକ ମଣିଷ ଏହାକୁ ମଧ୍ୟ ପାଳନ କରି ଥାଉ l ଅଧିକାଂଶ ସମୟରେ ଦେଖା ଯାଇଥାଏ ଯେ ପୂଜା ପାଠ ଅନୁସାରେ ଉପଯୁକ୍ତ ଫଳ ପାଇ ନଥାଉ l ଏହା ପଛରେ ବିଶେଷ କାରଣ ରହିଛି, ଆମେ ପୂଜା ସମୟରେ ଏପରି କିଛି ଭୁଲ କରିଥାଉ ଯାହାଦ୍ୱାରା ଆମେ ଅସୁବିଧା ର ସମୁଖୀନ ହୋଇଥାଉ l ତେଣୁ ସନ୍ଧ୍ୟା ପୂଜା ସମୟରେ କିଛିଟା କଥାକୁ ବିଶେଷ ଧ୍ୟାନ ଦେବା ଉଚିତ l
* ସନ୍ଧ୍ୟା ସମୟରେ ତୁଳସୀ ପତ୍ର ତୋଳିବା ଉଚିତ ନୁହେଁ କିମ୍ବା ତୁଳସୀ ପତ୍ର ମଧ୍ୟ ପୂଜାରେ ପ୍ରୟୋଗ କରିବା ଉଚିତ ନୁହେଁ l ଶାସ୍ତ୍ର ଅନୁସାରେ ମଧ୍ୟ ସନ୍ଧ୍ୟାପରେ ତୁଳସୀ ଗଛ ଛୁଇଁବା ଉଚିତ ନୁହେଁ l
* ସନ୍ଧ୍ୟା ବେଳେ ଗଛରୁ ଫୁଲ ତୋଳିବା ଉଚିତ ନୁହେଁ l କାରଣ ସନ୍ଧ୍ୟା ସମୟରେ ପୂଜା ପାଇଁ ଫୁଲ ତୋଳିବା ଅଶୁଭ ଅଟେ l ସନ୍ଧ୍ୟା ପୂଜା ରେ ଭଗବାନଙ୍କୁ ଫୁଲ ଅର୍ପଣ କରିବା ଉଚିତ ନୁହେଁ l ସନ୍ଧ୍ୟା ସମୟରେ କଦାପି ସୂର୍ଯ୍ୟଙ୍କୁ ଆହ୍ୱାନ କରିବା ଉଚିତ ନୁହେଁ ଏହା ଅଶୁଭ ହୋଇଥାଏ l
* ସନ୍ଧ୍ୟା ପୂଜା ସବୁବେଳେ ସୂର୍ଯ୍ୟାସ୍ତ ହେବାର କିଛି ସମୟ ପୂର୍ବରୁ କରିବାକୁ ପଡିଥାଏ l ସନ୍ଧ୍ୟା ପୂଜା ସମୟରେ ଶଙ୍ଖ, ଘଣ୍ଟ ବଜାଇ ଥାଉ l ଏହା ଅଧିକ ପୂଜା ଡେରିହେବା ପରେ କରିବା ଉଚିତ ନୁହେଁ l
* ସନ୍ଧ୍ୟା ପୂଜାରେ ୨ଟି ଦୀପ ଜଳା ହୋଇଥାଏ l ଗୋଟିଏ ଘିଅ ର ଓ ଅନ୍ୟଟି ତେଲ ର ଦୀପ l ଏହା ଜୀବନ ର ଉନ୍ନତିରେ ସାହାଯ୍ୟ କରିଥାଏ l
Nalco
Leave A Reply