ଏରସମା,୯/୮- ଏରସମା ତହସିଲଦାର ଙ୍କ ନିକଟରେ ପ୍ରସ୍ତାବିତ ଇଡକୋ ଜମି ଅଧିଗ୍ରହଣ ବିରୁଦ୍ଧରେ ଉପକୂଳ ଅଞ୍ଚଳ ର ପଦ୍ମପୁର,ମଠାସହି, ଅମ୍ବିକୀ, ଗୋଡ଼ା ଗ୍ରାମ ପଞ୍ଚାୟତ ର ମତ୍ସଜୀବୀ ପ୍ରତିନିଧି ମାନେ ଜୀବନ ଜୀବିକା ଜମି ଯୋର ର ସୁରକ୍ଷା ପାଇଁ ଇଡକୋ କୁ ଜମି ହସ୍ତାନ୍ତର ବିରୁଦ୍ଧରେ ତହସିଲଦାର ଙ୍କୁ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି ।
ଏହି ପ୍ରତିବାଦ କାର୍ଯ୍ୟ କ୍ରମ ରେ ଅରୁଣ କୁମାର ବେହେରା ଙ୍କ ନେତୃତ୍ୱ ରେ ନଟବର ବେହେରା, ବୈରାଗୀ ଭୁଇଆଁ, ଶଙ୍କର କଣ୍ଡୀ, ଜଗନ୍ନାଥ ବେହେରା, ବିଚିତ୍ର କାଣ୍ଡି, ଗୁର ଦାସ, ବାବୁ ଦାସ, ସୁବାସ ଚନ୍ଦ୍ର ଦାସ, ବାମପନ୍ଥୀ ନେତା ଅଭି ଜିତ୍ ସାହୁ ଯୋଗଦେଇଥିଲେ।
ସୁଚନାଯୋଗ୍ୟଯେ ଗତ ମଇ ମାସ ତିରିଶି ତାରିଖରେ ତହସିଲଦାର ଙ୍କ ନୋଟିସ ସର୍ବସାଧାରଣ ରେ ବିଜ୍ଞପ୍ତି କରାନଯାଇ ଚଂଚଳତା କରି ପଦ୍ମପୁର ମୌଜା ର ୬୬୮ଖାତା ର ୬୩୦ଏକର ନଦୀ କୁ ଇଡକୋ କୁ ଦେବାକୁ ହୋଇଥିବା ପ୍ରସ୍ତାବ କୁ ଦ୍ରୁଢ଼ ବିରୋଧ କରାଯାଇଅଛି ।