Odisha news

ହାତୀ ଆକ୍ରମଣରେ ବନାଞ୍ଚଳ ଅଧିକାରୀଙ୍କ ମୃତ୍ୟୁ

0

ହାତୀ ଘଉଡାଇ ବାକୁ ଯାଇ ହାତୀ ଆକ୍ରମଣରେ ଜଣେ କାର୍ଯ୍ୟରତ ବାନାଞ୍ଚଳ ଅଧିକାରୀ ଙ୍କ ଜୀବନ ଯାଇଛି । ସୁଚନା ଯୋଗ୍ୟ, ରବିବାର ସକାଳ ସମୟରେ କଳାହାଣ୍ଡି ଜିଲ୍ଲା ଉତ୍ତର ବନଖଣ୍ଡ ଅନ୍ତର୍ଗତ ନର୍ଲା ରେଞ୍ଜ ସ୍ଥିତ ଆମ୍ବପଡା ଗାଆଁ ନିକଟରେ ୧୨ ଗୋଟି ହାତୀ ଚାଷୀ ମାନଙ୍କର ଫସଲ ନଷ୍ଟ କରୁଥିବାର ସୁଚନା ପାଇ ତୁରନ୍ତ ସକାଳ ୮ ଘଣ୍ଟା ସମୟରେ ନର୍ଲା ବାନଞ୍ଚଳ ଅଧିକାରୀ ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ପାଲ ଦଳବଳ ଧରି ଘଟଣା ସ୍ଥଳରେ ପହଞ୍ଚିଥିଲେ । ଚାଷକୁ ହାତୀ ଙ୍କ ଠାରୁ ବଞ୍ଚାଇବା ପାଇଁ ଓ ହାତୀପଲ ଙ୍କୁ ସୁରକ୍ଷା ଦେବା ସହିତ ଲୋକଙ୍କ ଜୀବନ ବଞ୍ଚାଇବା ପାଇଁ ଚେଷ୍ଟା କରିବା ସମୟରେ ଏକ ହାତୀ ଆକ୍ରମଣରେ ଶ୍ରୀଯୁକ୍ତ ପାଲ ଗୁରୁତର ଆହତ ହୋଇଥିଲେ । ବନପାଳ ଭବାନୀ ଶଙ୍କର ନାଏକ ଏବଂ ହାତୀ ସୁରକ୍ଷା କର୍ମୀ ହାତୀ ମାନଙ୍କୁ ଘୋଉ ଡାଇ ବନଞ୍ଚଳ ଅଧିକାରୀ ଙ୍କୁ ଚେତାସୁନ୍ୟ ଅବସ୍ଥାରେ ଉଦ୍ଧାର କରି ନର୍ଲା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ଭର୍ତି କରାଯାଇଥିଲେ ହେଁ ଚିକିତ୍ସିତ ଅବସ୍ଥାରେ ଡାକ୍ତର ମୃତ୍ୟୁ ଘୋଷଣା କରିଥିଲେ । ଚିକିତ୍ସିତ ସମୟରେ ଖଣ୍ଡିୟ ବନବିଭାଗ ଅଧିକାରୀ (ACF)ନର୍ଲା ବିଡ଼ିଓ ଜଗ ଜୀବନ ଚୌଧୁରୀ, ତହସିଲଦାର ବିଶ୍ୱରଂଜନ କଅର,ନର୍ଲା ଥାନା ଅଧିକାରୀ ଗଙ୍ଗାଧର ମେହେର ନର୍ଲା ପ୍ରେସ ଆସୋସିଏସନ ସଭାପତି ଦୀପକ କୁମାର ସାହୁ, ସମ୍ପାଦକ ସନ୍ତୋଷ ପାତ୍ର ଉପସଭାପତି ଚିନ୍ତାମଣି ନାଏକ ଉପସ୍ଥିତ ଥିବାବେଳେ ମୃତ୍ୟୁ ଘଟଣା ଶୁଣି ବିଜେଡ଼ି ରାଜ୍ଯ ସମ୍ପାଦକ ବାବୁଲି ମଣ୍ଡଳ, ବିଧାୟକ ଭୂପିନ୍ଦର ସିଂ ବ୍ଲକ୍ ଉପାଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତି ଏବଂ ବନ ବିଭାଗର ସମସ୍ତ କର୍ମକର୍ତ୍ତା ଙ୍କ ସମେତ ନର୍ଲା ଅଞ୍ଚଳର ଲୋକେ ଗଭୀର ଶୋକ ବ୍ୟକ୍ତ କରିଛନ୍ତି ।

Leave A Reply