ବ୍ରହ୍ମପୁର : ମାନବ ଅଧିକାର ଦିବସ ଉପଲକ୍ଷେ,ଜିଲ୍ଲା ଓ ଦୌରା ଜର୍ଜ ଗଞ୍ଜାମ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷା ଶ୍ରୀମତୀ ରୂପଶ୍ରୀ ଚୌଧୁରୀଙ୍କ ନିର୍ଦେଶ କ୍ରମେ ରେଜିଷ୍ଟ୍ର ସିଭିଲ କୋର୍ଟ ତଥା ସେକ୍ରେଟାରୀ -ଇନଚାର୍ଜ -ଅଫ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଶ୍ରୀ ସୁଶାନ୍ତ କୁମାର ମିଶ୍ରଙ୍କ ପରିଚାଳନାରେ ଆଜି ବ୍ରହ୍ମପୁର ସ୍ଥିତ ଜୟପ୍ରକାଶ ନଗର ନାଳନ୍ଦା ବିଦ୍ୟାମନ୍ଦିର,ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ପୋସ ଆକ୍ଟ ଏବଂ ମାନବ ଅଧିକାର ଦିବସ ଉପରେ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି l ଏହି ସଚେତନତା ଶିବିର ରେ ରେଜିଷ୍ଟ୍ର ସିଭିଲ ଜର୍ଜ ତଥା ସେକ୍ରେଟାରୀ -ଇନଚାର୍ଜ -ଅଫ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଶ୍ରୀ ସୁଶାନ୍ତ କୁମାର ମିଶ୍ର, ଜେ.ଏମ.ଏଫ.ସି ଟ୍ରାନ୍ସଫୋର୍ଟ ବ୍ରହ୍ମପୁର ଶ୍ରୀମତି ଅନନ୍ୟା ଅପରମିତା, ଜେ.ଏମ.ଏଫ.ସି ବ୍ରହ୍ମପୁର ଭିଏନା ନାୟକ’ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଦସ୍ୟ ତଥା ବରିଷ୍ଠ ଆଇନଜୀବି ଶ୍ରୀ ଟି.କେ ରେଡ୍ଡୀ, ଡି.ଏଲ.ଏସ.ଏ ସଦସ୍ୟା ତଥା ଆଇନଜୀବୀ ଡା. ମିନାକ୍ଷୀ ଦେଵୀ, କଲେଜ ଅଧ୍ୟକ୍ଷ ଶ୍ରୀ ଭଗବାନ
ସାହୁ,ଜିଲ୍ଲା ଆଇନ ସେବା ପ୍ରାଧିକରଣ ସମ୍ମୁଖ କାର୍ଯ୍ୟାଳୟ ରିଟେଇନର ଶ୍ରୀ ସଂଗ୍ରାମ କୁମାର ପ୍ରଧାନ,ପେନେଲ ଓକିଲ ନିରଞ୍ଜନ ମହାପାତ୍ର ଏବଂ ଟି. ସୁଶାନ୍ତ , ବହୁ ପାରାଲିଗଲ ସ୍ବେଛାସେବୀ ଏବଂ ଉକ୍ତ କଲେଜର ଛାତ୍ର ଛାତ୍ରୀ ପ୍ରମୁଖ ଉପସ୍ଥିତ ରହିଥିଲେ l