ବନ୍ତଳା: ଅନୁଗୁଳ ଜିଲ୍ଲା ବନ୍ତଳା ବନାଚଂଳ ରେ ଦିନକୁ ଦିନ ହାତୀ ଆକ୍ରମଣ, ଫସଲ ନଷ୍ଟ ବଢ଼ିବାରେ ଲାଗିଛି । କେତେବେଳେ ହାତୀ ନେଉଛି ମଣିଷ ଜୀବନ ତ କେବେ ମଣିଷ ରୋଜଗାର କରକିବା ପାଇଁ ଲଗାଇଥିବା ଫସଲ କୁ ଉଜାଡି ସର୍ବହରା କରି ଦେଉଛି ହାତୀ । ଗୋଟିଏ ପଟେ କରୋନା ମହାମାରୀ ର ଆତଙ୍କରେ ସରକାର କରିଥିବା ଲକ୍ ଡାଉନ୍ ଯୋଗୁଁ ଚାଷୀ କରିଥିବା ଫସଲକୁ ଅଭାବୀ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି । ପରିବର୍ତନ ହୋଇଛି ଦୁନିଆ ।
ଅଗ୍ରଗତିରେ ବଢ଼ିଥିବା ମଣିଷ ଆଜି କରୋନା ମହାମାରୀ ପ୍ରଭାବରେ ଆର୍ଥିକ ମେରୁଦଣ୍ଡକୁ ଦୋହଲାଇ ଦେଇଛି । ସୂଚନା ଅନୁଯାୟୀ ଅନୁଗୁଳ ବନଖଣ୍ଡ ବନ୍ତଳା ବନାଚଂଳର ବଲଙ୍ଗ ଗ୍ରାମରେ ଗତ କାଲି ରାତିରେ ଝିପିଝିପି ବର୍ଷାରେ ଲୋକମାନେ ଘରେ ଥିବା ସମୟରେ ହାତୀପଲ ଘରବାଡି ବାର ଭାଙ୍ଗି ବଲଙ୍ଗ ଗ୍ରାମର ଗିରିଶ ଚନ୍ଦ୍ର ସାହୁଙ୍କ କଲମୀ ଆମ୍ବଗଛ ଭାଙ୍ଗି ନଷ୍ଟ କରି ଦେଇଛନ୍ତି । ଆଗରୁ ଗ୍ରାମର ଅନେକ ଲୋକଙ୍କ ବାଇଗଣ, ଲଙ୍କା, ପଣସ, ଆମ୍ବଗଛ ହାତୀ ମାନେ ନଷ୍ଟ କରିଥିବା ବେଳେ ବନ ବିଭାଗ ପକ୍ଷରୁ କୋ÷ଣସି ସହାୟତା ମିଳିନଥିବା ଅଭିଯୋଗ ହୋଇଛି । ତେବେ ବନ ବିଭାଗର ପେଟ୍ରୋଲିଂ ସଠିକ୍ ଭାବରେ ହେଉ ନଥିବା ଲୋକ ମାନେ ଅଭିଯୋଗ ମଧ୍ୟ କରୁଛନ୍ତି ।