ନାଲକୋନଗର: ନାଲକୋନଗର ଥାନା ଅଚଂଳ ବଳରାମପ୍ରସାଦ ଠାରେ ଥିବା ସି.ପି.ପି ଆସ୍ପଣ୍ଡରୁ ପବନ ହେବାରୁ ଆସ୍ପଣ୍ଡରୁ ପାଉଁଶ ଉଡି ସ୍ଥାନୀୟ କୁକୁଡାଙ୍ଗ, କୁରୁଡୁଲୁ, ଏକ ଘରିଆ ଗ୍ରାମ ଗୁଡିକ ଉପରେ ପ୍ରବଳ ମାତ୍ରାରେ ପଡିଥିଲା । ଯାହା ଫଳରେ କୂଅ ପୋଖରୀ ଗୁଡିକ ଦୂଷିତ ହେବା ସହ ବାହାରେ ବୁଲାବୁଲି କରୁଥିବା ଲୋକ ମାନଙ୍କ ଆଖି ଓ ଦେହରେ ପାଉଁଶ ପଡିବାରୁ ଜଳାପୋଡା ହୋଇଥିଲା । ଏହାକୁ ବିରୋଧ କରି ଗ୍ରାମବାସୀ ମାନେ ଆସ୍ପଣ୍ଡ ଅଫିସକୁ ଆସି ପାଉଁଶ ଉଡିବାରୁ ନେଇ ଅଭିଯୋଗ କରିଥିଲେ ।
ଏଥିରେ କିଛି ଯୁବକ ଉତେଜିତ ହୋଇ ସେଠାରେ ଥିବା ଫୁଲ କୁଣ୍ଡ ଗୁଡିକ ଭାଙ୍ଗି ଦେଇଥିଲେ । ତେବେ ଶତାଧିକ ଗ୍ରାମବାସୀ ଅଫିସକୁ ଘେରାଉ କରିବା ସହ ଏହାର ସ୍ଥାୟୀ ସମାଧାନ କରିବା ପାଇଁ ଦାବୀ କରିଥିଲେ । ଖବର ପାଇ ନାଲକୋ ଥାନା ପୁଲିସ କର୍ମଚାରୀ ଘଟଣା ସ୍ଥଳକୁ ଯାଇ ଲୋକଙ୍କୁ ବଝାସୁଝା କରିବା ପରେ ଗ୍ରାମବାସୀ ଆନେ୍ଦାଳନରୁ ଓହରି ଯାଇଥିଲେ । ଏଠାରେ ପ୍ରକାଶ ଯେ, ଆସ୍ପଣ୍ଡରୁ ଟ୍ରକ ଯୋଗେ ଆସ୍ ପରିବହନ କରୁଥିବା ଟ୍ରକ ଗୁଡିକ ସଠିକ୍ ଭାବରେ ପାଲ ଘୋଡାଉନଥିବାରୁ ରାସ୍ତା ଉପରେ ପଡୁଛି । ଯାହା ଫଳରେ ଲୋକ ମାନେ ଆଖି ଓ ଚର୍ମରୋଗରେ ଶିକାର ହେଉଛନ୍ତି ।