ପିପିଲି-ପିପିଲି ଏନଏସିରେ ସବୁଦଳ ପକ୍ଷରୁ ପୈାରଂଚଳ ନିର୍ବାଚନ ପାଇଁ ପ୍ରଚାରର ଶେଷ ଦିନରେ ଶକ୍ତି ପ୍ରଦର୍ଶନ କରାଯାଇଛି । ଆଜି ଶାସକ ବିଜେଡି ଦଳ ପକ୍ଷରୁ ବିଧାୟକ ରୁଦ୍ରପ୍ରତାପ ମହାରଥିଙ୍କ ନେତୃତ୍ୱରେ ବିଜୁ ଜନତା ଦଳ କାର୍ଯ୍ୟାଳୟଠାରୁ ହଜାର ହଜାର ସମର୍ଥକମାନେ ବାଇକ ରାଲିରେ ଆସି ପିପିଲି ଏନଏସିର୧୬ଟି ୱାର୍ଡ ପରିକ୍ରମା କରିଥିଲେ । ବିଜୁ ଜନତା ଦଳର ଅଧ୍ୟକ୍ଷ ପ୍ରାର୍ଥୀ ସେକ୍ ବାବୁ ଓ ସମସ୍ତ କାଉନସିଲର ପ୍ରାର୍ଥୀଙ୍କୁ ଶଂଖ ଚିହ୍ନରେ ଭୋଟଦେବା ପାଇଁ ଜନ ସାଧାରଣଙ୍କୁ ବିଧାୟକ ଶ୍ରୀ ମହାରଥି ନିବେଦନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ରାଜ୍ୟ ବିଜେଡି ସମ୍ପାଦକ ପ୍ରିୟବ୍ରତ ସାମନ୍ତରାୟ,ଦଳୀୟ ପର୍ଯ୍ୟବେକ୍ଷକ ପ୍ରମୋଦ ସାମଲ,ବିଜୁ ଜନତାଦଳର ପିପିଲି ଏନଏସି ସଂଯୋଜକ ନାରାୟଣ ସ୍ୱାଇଁ,କିଶୋର ଛୋଟରାୟ,ସାଂସଦ ପ୍ରତିନିଧି ପ୍ରଫୁଲ୍ଲ ସ୍ୱାଇଁ, ପୁର୍ବତନ ବ୍ଲକ ଅଧ୍ୟକ୍ଷ ଯୁଧୀଷ୍ଠିର ସ୍ୱାଇଁ,ଜିଲ୍ଲାପରିଷଦ ଧରଣୀଧର ସାହୁ ,ପୁର୍ବତନ ଜିଲ୍ଲାପରିଷଦ ଦେବାଶିଷ ନନ୍ଦ ପ୍ରମୁଖଙ୍କ ସହିତ ବିଜେଡି ଦଳର ବହୁ କାର୍ଯ୍ୟକର୍ତା ଏଥିରେ ଯୋଗଦେଇଥିଲେ ।
ସେହୀପରୀ ବିଜପି ଦଳ ପକ୍ଷରୁ ଜିଲ୍ଲା ସଭାପତି ଆଶ୍ରିତ ପଟ୍ଟନାୟକଙ୍କ ନେତୃତ୍ୱରେ ଅଧ୍ୟକ୍ଷ ପ୍ରାର୍ଥୀ ସୁକାନ୍ତ ଭଟ୍ଟଙ୍କ ସମେତ ସମସ୍ତ ବିଜେପି କାଉନସିଲର ପ୍ରାର୍ଥୀ ,ପୁଜାରାଣୀ ନାୟକ ପ୍ରମୁଖମାନେ ସମସ୍ତ ୱାର୍ଡରେ ଶେଷଦିନ ପ୍ରଚାରରେ ରୋଡ ଶୋ ସାମିଲ ହୋଇ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ଭୋଟପ୍ରଚାର କରିଥିଲେ । ରାଜ୍ୟ କଂଗ୍ରେସ ଦଳର ମୁଖପାତ୍ର ନିଶିକାନ୍ତ ମିଶ୍ର,ବିଧାୟକ ପ୍ରାର୍ଥୀ ବିଶ୍ୱକେସନ ହରିଚନ୍ଦନ ,ପିପିଲି ଏନଏସିର କଂଗ୍ରେସ ଦଳର ଅଧ୍ୟକ୍ଷ ପ୍ରାର୍ଥୀ ଗୁଣନିଧି ପ୍ରଧାନ ସେମାନଙ୍କ କାଉନସିଲର ପ୍ରାର୍ଥୀମାନଙ୍କୁ ସାଥିରେ ନେଇ ସମସ୍ତ ୱାର୍ଡରେ ନିଜ ସପକ୍ଷରେ ଭୋଟ ନେବା ପାଇଁ ପ୍ରଚାର କରୁଥିବା ଦେଖିବାକୁ ମିଳିଛି । ଆସନ୍ତା ୨୪ ତାରିଖ ଗୁରୁବାର ପିପିଲି ଏନଏସିରେ ଭୋଟ ଗ୍ରହଣ କରାଯିବ ଆଇନଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ପୁଲିସ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିବା ଥାନା ଅଧିକାରୀ ଅଭିମନୁ୍ୟ ନାୟକ ସୁଚନା ଦେଇଛନ୍ତି ।