Odisha news

ସମବାୟ ନିର୍ବାଚନ, ରବିବାର ନିର୍ଦ୍ଧାରିତ ହେବ ୧୧୧ ପ୍ରାର୍ଥୀଙ୍କ ଭାଗ୍ୟ

0

ଭଣ୍ଡାରିପୋଖରୀ,୧୮/୬ : ଭଣ୍ଡାରିପୋଖରୀ ବ୍ଲକର ତେସିଙ୍ଗା, ନାଆମୀ, ନାରାୟଣପୁର, ନଗୁଆଁ ଓ ରହଣିଆ ପ୍ରାଥମିକ କୃଷି ସମବାୟ ସମିତି ପରିଚାଳନା ପରିଷଦ ଗଠନ ପାଇଁ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ରବିବାର ଭୋଟଗ୍ରହଣ ହେବ । ଏହି ନିର୍ବାଚନରେ ୪ ସମିତିର ମୋଟ ୧୧ ପ୍ରତ୍ୟାଶୀଙ୍କ ଭାଗ୍ୟ ନିର୍ଣ୍ଣୟ ହେବ । ପ୍ରତ୍ୟେକ ସମିତିର ୧୫ଜଣ ନିଦେ୍ର୍ଦଶକ ପଦବୀ ଭାବେ ମୋଟ ୫ ସମିତିର ମୋଟ ୭୫ ପଦବୀ ପାଇଁ ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବା ବେଳେ ପୂର୍ବରୁ ନାଆମୀ ସମବାୟ ସମିତିର ୨ ଜଣ ନିଦେ୍ର୍ଦଶକ ବିନାପ୍ରତିଦ୍ୱନ୍ଦିତାରେ ନିର୍ଚାଚିତ ହୋଇଛନ୍ତି । ସେହିପରି ତେସିଙ୍ଗା ପ୍ରାଥମିକ କୃଷି ସମବାୟ ସମିତିର ସମସ୍ତ ୧୫ ନିଦେ୍ର୍ଦଶକ ବିନା ପ୍ରତିଦ୍ୱନ୍ଦିତାରେ ନିର୍ବାଚିତ ହେବା ଘୋଷଣା ବାକି ରହିଛି । ଅବଶିଷ୍ଟ ୪ ସମବାୟ ସମିତିର ମୋଟ ୬୩ ନିଦେ୍ର୍ଦଶକ ପଦବୀ ପାଇଁ ୧୧୧ ପ୍ରାର୍ଥୀଙ୍କ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ । ସେଥିମଧ୍ୟରୁ ନାଆମୀ ପ୍ରାଥମିକ କୃଷି ସମବାୟ ସମିତିର ୧୩ ନିଦେ୍ର୍ଦଶକ ପଦବୀ ପାଇଁ ୨୫ଜଣ ପ୍ରାର୍ଥୀ ଅଛନ୍ତି । ରହଣିଆ ପ୍ରାଥମିକ କୃଷି ସମବାୟ ସମିତିର ୧୫ ନିଦେ୍ର୍ଦଶକ ପଦବୀ ପାଇଁ ୨୪ ଜଣ ପ୍ରାର୍ଥୀ, ନାରାୟଣପୁର ପ୍ରାଥମିକ କୃଷି ସମବାୟ ସମିତିର ୧୫ ନିଦେ୍ର୍ଦଶକ ପଦବୀ ପାଇଁ ୨୮ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରୁଥିବା ବେଳେ ନଗୁଆଁ ପ୍ରାଥମିକ କୃଷି ସମବାୟ ସମିତିର୧୫ ନିଦେ୍ର୍ଦଶକ ପଦବୀ ପାଇଁ ୩୪ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରୁଛନ୍ତି ।

ନିର୍ବାଚନ ଅନୁଷ୍ଠିତ ହେକୁ ଥିବା ସମବାୟ ସମିତି ପାଇଁ ପୁଲିଂ ଦଳ ବୁଥରେ ପହଞ୍ଚô ସାରିଛନ୍ତି । ନାଆମୀ ପ୍ରାଥମିକ କୃଷି ସମବାୟ ସମିତି ପାଇଁ ନାଆମୀ ପଞ୍ଚାୟତ କାର୍ଯ୍ୟାଳୟକୁ ଭୋଟ ଗ୍ରହଣ କେନ୍ଦ୍ର ଭାବେ ବ୍ୟବସ୍ଥା କରାଯାଇ ପ୍ରିଜାଇଡିଂ ଅଫିସର ଏ.ଆର.ଆଇ. କମଳାକାନ୍ତ ନାୟକଙ୍କ ନେତୃତ୍ୱରେ ପୋଲିଂ ଦଳ ଭୋଟ ଗ୍ରହଣ କରିବେ । ରହଣିଆ ପ୍ରାଥମିକ କୃଷି ସମବାୟ ସମିତି ପାଇଁ ରାଢୋ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଭୋଟ ଗ୍ରହଣ କେନ୍ଦ୍ର ଭାବେ ବ୍ୟବସ୍ଥା କରାଯାଇ ପ୍ରିଜାଇଡିଂ ଅଫିସର ବାଲିପୋଖରୀ ସମବାୟ ସମିତି ସମ୍ପାଦକ ପିନାକୀ ରଞ୍ଜ ଦାଶଙ୍କ ନେତୃତ୍ୱରେ ପୋଲିଂ ଦଳ ଭୋଟ ଗ୍ରହଣ କରିବେ । ନାରାୟଣପୁର ପ୍ରାଥମିକ କୃଷି ସମବାୟ ସମିତି ପାଇଁ ପର୍ବତୀ କନକଲତା ଉପ୍ରା ସ୍କୁଲକୁ ଭୋଟ ଗ୍ରହଣ କେନ୍ଦ୍ର ଭାବେ ବ୍ୟବସ୍ଥା କରାଯାଇ ପ୍ରିଜାଇଡିଂ ଅଫିସର ନେରଡା ସମବାୟ ସମିତି ସମ୍ପାଦକ ସୌମ୍ୟରଞ୍ଜନ ପଣ୍ଡାଙ୍କ ନେତୃତ୍ୱରେ ପୋଲିଂ ଦଳ ଭୋଟ ଗ୍ରହଣ କରିବେ । ସେହିପରି ନଗୁଆଁ ପ୍ରାଥମିକ କୃଷି ସମବାୟ ସମିତି ପାଇଁ ୨ଟି ବୁଥ ବ୍ୟବସ୍ଥା କରାଯାଇଛି । ଏହି ସମିତି ପାଇଁ ଭଣ୍ଡାରିପୋଖରୀ ହାଇସ୍କୁଲକୁ ଭୋଟ ଗ୍ରହଣ କେନ୍ଦ୍ର ଭାବେ ବ୍ୟବସ୍ଥା କରାଯାଇ ପ୍ରିଜାଇଡିଂ ଅଫିସର ମାଳଦା ସମବାୟ ସମିତି ସହକାରୀ ସମ୍ପାଦକ ନିର୍ମଳ ଚନ୍ଦ୍ର ଦାସଙ୍କ ଏବଂ ଏହି ସ୍କୁଲର ନୁଗୁଆଁ ସମିତି ପାଇଁ ପ୍ରତିଷ୍ଠିତ ୨ୟ ବୁଥରେ ଏ.ଆର.ଆଇ. ନରେନ୍ଦ୍ର କୁମାର ଦାସଙ୍କ ନେତୃତ୍ୱରେ ପୋଲିଂ ଦଳ ଓ ଭୋଟ ଗ୍ରହଣ କରିବେ । ଭୋଟ ଗ୍ରହଣ ସକାଳ ୭ଟାରୁ ।ରମ୍ଭ ହୋଇ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଚାଲିବ । ଅପରାହ୍ନ ୫ଟାରେ ଗଣତି ହୋଇ ଫଳାଫଳ ପ୍ରକାଶିତ ହେବ ବୋଲି ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ ।

Nalco
Leave A Reply