Odisha news

ଆଠଗଡ କଂଗ୍ରେସ ପକ୍ଷରୁ ଶକ୍ତି ପଦଶର୍ଣ୍ଣ: ବିଶାଳ ବାଇକ୍ ରାଲିରେ ପ୍ରାର୍ଥୀଙ୍କ ରୋଡ଼ ସୋ

0

ଆଠଗଡ଼ ତା 21 3 2022  ଆଠଗଡ ବିଜ୍ଞାପିତ ଅଞ୍ଚଳ ପରିଷଦର ନିର୍ବାଚନ ଯେତିକି ଯେତିକି ପାଖେଇ ଆସୁଛି ପ୍ରାର୍ଥୀ ମାନଙ୍କର ପ୍ରଚାର କାର୍ଯ୍ଯ ଜୋରଦାର ହେବାରେ ଲାଗିଛି । ସୋମବାର ପୂର୍ବାହ୍ନରେ ଆଠଗଡ଼ କଂଗ୍ରେସ କାର୍ଯ୍ୟାଳୟ ପରିସରରୁ ଏକ ବିଶାଳ ବାଇକ୍ ଶୋଭାଯାତ୍ରା ପୂର୍ବତନ ବିଧାୟକ ଉମାବଲଭ ରଥଙ୍କ ନେତୃତ୍ୱରେ ବାହାରିଥିଲା । ଏହି କାର୍ଯ୍ୟକ୍ରମରେ ଅନ୍ଯ ମାନଙ୍କ ମଧ୍ୟରେ ଆଠଗଡ଼ ବ୍ଲକ୍ ସଭାପତି ସୁଦର୍ଶନ ସାହୁ, ମେହେବୁବ୍ ଅହମ୍ମଦ ଖାନ୍, ସୋମନାଥ ଦାସ, ମାନସ ଜେନା, ସମ୍ଭିଦ ଦଳେଇ, ବିକ୍ରମ ରାୟ ସାମନ୍ତ, ପ୍ରଶାନ୍ତ ବେହେରା,  ନଗର କଂଗ୍ରେସ କମିଟି ସଭାପତି ସୋମନାଥ ଭକ୍ତା, ବ୍ଲକ ମହିଳା କଂଗ୍ରେସ ସଭାନେତ୍ରୀ ଲକ୍ଷ୍ମୀପ୍ରିୟା ନାୟକ,  ଯୁବ କଂଗ୍ରେସ ଓ ଛାତ୍ର କଂଗ୍ରେସର ନେତୃବୃନ୍ଦ ଯୋଗ ଦେଇଥିଲେ ।

ଏହି ଶୋଭାଯାତ୍ରା କଂଗ୍ରେସ କାର୍ଯ୍ୟାଳୟରୁ ବାହାରି ୫ନମ୍ବର ଓ୍ବାର୍ଡ ରାସରସିକପୁର, ୬ ନମ୍ବର ଓ୍ବାର୍ଡ ଶାସନ ଦେଇ ବୀରକିଶୋର ପୁର ପର୍ଯ୍ୟନ୍ତ ଯାଇଥିଲା । ସେଠାରୁ ଏହି ଶୋଭାଯାତ୍ରା ନୂଆ ବସଷ୍ଟାଣ୍ଡ, ଉପରସାହି, ଜଗନ୍ନାଥ ମନ୍ଦିର, ରଥଗଡା ଦେଇ ୧ ନମ୍ବର ହେମମାଳପୁର ଯାଇଥିଲା । ସେଠାରୁ ଏହି ଶୋଭାଯାତ୍ରା ବଢେଇତୋଟା ଯାଇ ଫେରିବା ରାସ୍ତାରେ ଗୁହାଳ ପଡ଼ିଆ ଦେଇ ୨ ନମ୍ବର ଓ୍ବାର୍ଡ ପଦ୍ମସାହି ପହଞ୍ଚିଥିଲା ।

ସେଠାରୁ ୩ନମ୍ବର ଓ୍ବାର୍ଡ ଗଦାସାହି, ଦୁର୍ଗା ବଜାର, ଗୋପବନ୍ଧୁ ଛକ, ବାଳିକା ସ୍କୁଲ ରାସ୍ତା, ଝରଣା ଛକ ଦେଇ ଏହି ଶୋଭାଯାତ୍ରା କନ୍ତୋଲରେ ପହଞ୍ଚିଥିଲା ।  ସେଠାରେ ବିଭିନ୍ନ ଓ୍ବାର୍ଡ ପରିକ୍ରମା କରିଥିଲେ । ଏହି ଶୋଭାଯାତ୍ରାରେ ଏନ୍ଏସି ଅଧ୍ୟକ୍ଷା ପ୍ରାର୍ଥିନୀ ଅରୁପମା ଭକ୍ତା, ୧ ନମ୍ବର୍ ଓ୍ବାର୍ଡ ପ୍ରାର୍ଥୀ ଚନ୍ଦନ ଦାସ, ୨ ନମ୍ବର ଓ୍ବାର୍ଡ ପ୍ରାର୍ଥିନୀ ଭାରତୀ ସେଠୀ, ୩ ନମ୍ବର ଓ୍ବାର୍ଡ ପ୍ରାର୍ଥୀ ମନୋରଞ୍ଜନ ପଟ୍ଟନାୟକ, ୫ନମ୍ବର ଓ୍ବାର୍ଡ ପ୍ରାର୍ଥିନୀ ପ୍ରଭାସିନୀ ନାଥ, ୭ ନମ୍ବର ଓ୍ବାର୍ଡ ପ୍ରାର୍ଥିନୀ ସରସ୍ବତୀ ଦଳାଇ, ୮ ନମ୍ବର ଓ୍ବାର୍ଡ ପ୍ରାର୍ଥୀ ଶିରି ଧଳ, ୯ ନମ୍ବର ଓ୍ବାର୍ଡ ପ୍ରାର୍ଥୀ ବିକ୍ରମ ଚନ୍ଦ୍ର ସାହୁ, ୧୦ ନମ୍ବର ଓ୍ବାର୍ଡ ପ୍ରାର୍ଥୀ ଶୀଲୁ ପ୍ରଧାନ, ୧୧ ନମ୍ବର ଓ୍ବାର୍ଡ ପ୍ରାର୍ଥିନୀ ଝୁନା ନାୟକ, ୧୩ ନମ୍ବର୍ ଓ୍ବାର୍ଡ ପ୍ରାର୍ଥିନୀ ମାନସୀ ସାହୁ, ୧୪ ନମ୍ବର ଓ୍ବାର୍ଡ ପ୍ରାର୍ଥୀ ଇବ୍ରାହିମ୍ ମହମ୍ମଦ, ୧୫ନମ୍ବର ପ୍ରାର୍ଥିନୀ ପ୍ରଭାତୀ ବେହେରା, ୧୬ ନମ୍ବର ଓ୍ବାର୍ଡ ପ୍ରାର୍ଥିନୀ ରୂପଶ୍ରୀ ଶ୍ୱେତପଦ୍ମା ମହାନ୍ତି, ୧୭ ନମ୍ବର ଓ୍ବାର୍ଡ ପ୍ରାର୍ଥୀ ଗୋପାଳ ଚନ୍ଦ୍ର ସାହୁ, ୧୮ ନମ୍ବର ଓ୍ବାର୍ଡ ପ୍ରାର୍ଥିନୀ ମମତା ବେହେରା ପ୍ରମୁଖ ଏହି ଶୋଭାଯାତ୍ରାରେ ସାମିଲ ରହି ମତଦାତା ମାନଙ୍କୁ ଭୋଟଦେବା ପାଇଁ ନିବେଦନ କରିଥିଲେ ।  କଂଗ୍ରେସ ଦଳ ପକ୍ଷରୁ ଆଜିର ଏହି ବାଇକ୍ ଶୋଭାଯାତ୍ରା ତଥା ରୋଡ ସୋ କାର୍ଯ୍ୟକ୍ରମରେ ବହୁ ଦଳୀୟ କର୍ମୀ, କଂଗ୍ରେସ ପ୍ରେମୀ ଓ ସମର୍ଥକମାନେ ଯୋଗ ଦେଇଥିଲେ ।

Leave A Reply