ତା ୨୦/୩/୨୨ ଆଠଗଡ଼ ପୌର ନିର୍ବାଚନ ପାଇଁ ଆଠଗଡରେ ସମସ୍ତ ୱାଡ଼ ରେ ତ୍ରିମୁଖି ପ୍ରତିଦ୍ବନ୍ଦୀ ଦେଖିବାକୁ ମିଳୁଛି, ଏହା ଭିତରେ ସମସ୍ତ ଦଳ ନିଜ ଦଳ ସପକ୍ଷରେ ଯୋରଦାର ପ୍ରଚାର ଆରମ୍ଭ କରିଛନ୍ତି ଏବଂ ଘରକୁ ଘର ବୁଲି ନିଜ ଦଳ ସପକ୍ଷରେ ଭୋଟ ଭିକ୍ଷା କରିଛନ୍ତି, ଆଜି
ଅପରାହ୍ନରେ କଂଗ୍ରେସ ଅଫିସ ଠାରେ ପୂର୍ବତନ ବିଧାୟକ ତଥା ଆଠଗଡ କଂଗ୍ରେସ ନେତା ଉମାବଲଭ ରଥଙ୍କ ଆଜି ଅପରାହ୍ନରେ ନିଜ କଂଗ୍ରେସ କାର୍ଯ୍ୟାଳୟ ଠାରେ କଂଗ୍ରେସ ନଗରପାଳ ପ୍ରାର୍ଥୀନୀ ଅରୁପମା ଭକ୍ତା ସହ ୧୫ ଗୋଟି ୱାର୍ଡର ସମସ୍ତ କାଉନସିଲର ପ୍ରାର୍ଥୀ ମାନେ ଏହି ସାମ୍ବାଦିକ ସମିଳନୀରେ ଉପସ୍ଥିତ ହୋଇ କଂଗ୍ରେସର ୧୮ ସୁତ୍ରୀ କାର୍ଯ୍ୟକ୍ରମ କୁ ନୋଟାରି ପାଖରେ ସତ୍ୟପାଠ କରି ସେହି ସତ୍ୟପାଠକୁ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି।ଆଠଗଡ ବାସୀ ଆମକୁ ନିର୍ବାଚିତ କଲେ ଯୋଉ ସତ୍ୟପାଠ ଆମେ ଆଜି ଆଠଗଡ ବାସୀଙ୍କ ହିତ ଦୃଷ୍ଟିରେ ପ୍ରଦାନ କରୁଛୁ ତାହା ଆମେମାନେ ଆଠଗଡ ବାସୀଙ୍କ ପାଖରେ ଉତ୍ତର ଦାୟୀ।ପୂର୍ବରୁ ସବୁ ରାଜନୈତିକ ଦଳ ନିଜର ଇସ୍ତାହାର ପ୍ରକାଶ କରନ୍ତି ହେଲେ ଆଠଗଡ କଂଗ୍ରେସ ଦଳ ଆଠଗଡ ବାସୀଙ୍କ ହିତ ଦୃଷ୍ଟିରୁ ଏହି ସତ୍ୟପାଠ କୁ ନିଜର ଇସ୍ତାହାର ରେ ରଖୁଛି।ଯଦି ନିର୍ବାଚନ ରେ ଜିତି ସାରିବା ପରେ କଂଗ୍ରେସ ଦଳ ଆଠଗଡ ବାସୀଙ୍କ ହିତ ଦୃଷ୍ଟିରୁ ଏହି ସତ୍ୟପାଠ ରେ ପ୍ରଦାନ କରିଥିବା କଥାକୁ ନ ରଖେ ତେବେ ଆଠଗଡ ବାସୀ ନଗରପାଳ ଓ ସମସ୍ତ କାଉନସିଲର ମାନଙ୍କ ନାମରେ ଆଇନ ଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ସତ୍ୟପାଠ ରେ ଦର୍ଶାଇଛନ୍ତି ସମସ୍ତ କାଉନସିଲର ଓ ନଗରପାଳ ପ୍ରାର୍ଥୀନୀ।
ଆଠଗଡ ପୌର ନିର୍ବାଚନ ପରିପ୍ରେକ୍ଷୀରେ କଂଗ୍ରେସ ଦଳର ୧୮ ସୁତ୍ରୀ ଇସ୍ତାହାର
୧,ଆଠଗଡ ଏନଏସି ହେବ ଦୁର୍ନୀତି ମୁକ୍ତ,ଦୁର୍ନୀତି କରିଥିବା କର୍ମଚାରୀଙ୍କ ଉପରେ ହେବ କାର୍ଯ୍ୟାନୁଷ୍ଠାନ
୨,୩ କୋଟି ୨୬ ଲକ୍ଷଟଙ୍କାର ସ୍ପେସିଆଲ ଅଡିଟ ରିପୋର୍ଟ ଗଲା କୁଆଡେ,କାହିଁକି ଦୁଇଜଣ ପୂର୍ବତନ ନଗରପାଳ ଙ୍କ ଠାରୁ ଆଦାୟ ହେବାକୁ ଥିବା ଅର୍ଥ ଆଦାୟ କରାଗଲା ନାହିଁ,ଏହାର ଉତ୍ତର ଦେବ କିଏ ?
୩,ଆଠଗଡ ଷ୍ଟାଡିଅମ ରେ ଖର୍ଚ୍ଚ କରାଯାଇଥିବା କୋଟିକୋଟି ଟଙ୍କାର ଦୁର୍ନୀତି ଯୋଗୁ ଆଜି ଷ୍ଟାଡିଅମ ଖେଳ ଉପଯୋଗୀ ହୋଇ ପାରୁନାହିଁ,ଏଥିପାଇଁ ଦାୟୀ କିଏ ?
୪,ଆଠଗଡ ଏନଏସି ରେ କୋଭିଡ ପରିଚାଳନା ରେ ବ୍ୟାପକ ଦୁର୍ନୀତି
୫,ଆଠଗଡ ଗୋପବନ୍ଧୁ ବିଜ୍ଞାନ ମହାବିଦ୍ୟାଳୟ ଜମିକିଣାରେ ଏକଲକ୍ଷ ବଦଳରେ କାହିଁକି ଦିଆଗଲା ୮୧ ଲକ୍ଷଟଙ୍କା ତାର ଉତ୍ତର ଦେବ କିଏ ?
୬,ଆଠଗଡ ରାସ୍ତାଘାଟ,ନାଳ ନର୍ଦମ୍ମା ରେ କୋଟିକୋଟି ଟଙ୍କାର ଦୁର୍ନୀତିର ଗନ୍ଧ।
୭,ଆଠଗଡ ରେ ମହୋତ୍ସବ ହେବ ପୁନରୁଦ୍ଧାର
୮,ଆଠଗଡ ରେ ଟାଉନ କ୍ଲବ ହେବ ପୁନରୁଦ୍ଧାର
୯,ଆଠଗଡ ରେ ବଢା ଯାଇଥିବା ୩ଶହ ଗୁଣା ହୋଲଡିଂ ଟ୍ୟାକ୍ସ ହେବ ଛାଡ଼
୧୦,ଆଠଗଡ ରେ ଐତିହ୍ୟ,ସାହିତ୍ୟ, ସଂସ୍କୃତି ଓ ପରମ୍ପରାର ହେବ ପୁନରୁଦ୍ଧାର
୧୧,ଶହଶହ ବର୍ଷର ହୋଲି ପରମ୍ପରାକୁ ଭାଙ୍ଗିଲା ପ୍ରଶାସନ ଏଥିପାଇଁ ଦାୟୀ କିଏ ?
୧୨,କଂଗ୍ରେସ ଆସିଲେ ଆଠଗଡ ରେ ପ୍ରତିଷ୍ଠା ହେବ ପଦ୍ମଭୂଷଣ ଡ଼ଃ ରାଧାନାଥ ରଥ ଙ୍କ ପ୍ରତିମୂର୍ତ୍ତି
୧୩,କନ୍ତଲ ବାରବାଟୀ ପୋଖରୀ ବା ବିଶ୍ୱନାଥ ସାଗରର ପୁନରୁଦ୍ଧାର ସହିତ ଲୋକଙ୍କ ହାତକୁ ଯିବ ପୋଖରୀ
୧୪,ଦଳମତ ନିର୍ବିଶେଷରେ ସମସ୍ତଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଗୃହ ପ୍ରଦାନ କରାଯିବ
୧୫,ଆଠଗଡ ସହରର ବିଭିନ୍ନ ସ୍ଥାନରେ ପରିସ୍ରାଗାର ନିର୍ମାଣ କରାଯିବ
୧୬,ଆଠଗଡରୁ କଟକ,ଆଠଗଡ ରୁ ଭୁବନେଶ୍ୱର କୁ ସିଟି ବସ ଓ ମୋ ବସ ସେବା ଯୋଗାଇ ଦେବା
୧୭,ଆଠଗଡ ଏନଏସିକୁ ମୁନିସପାଲଟି କରିବା
୧୮,ଆଠଗଡ ଗୋପବନ୍ଧୁ ବିଜ୍ଞାନ ମହାବିଦ୍ୟାଳୟ କୁ ସ୍ଵୟଙ୍ଗ ଶାସିତ ପ୍ରଦାନ କରିବା।