ଆଠଗଡ ତା 4 3 2022 ପୌରନିର୍ବାଚନ ପାଇଁ ଆଠଗଡ଼ ରେ ବଦଳିଲା ହୋଲି ଉତ୍ସବ, କାହିଁ କେଉଁ କାଳରୁ ଧାର୍ମିକ ପରମ୍ପରା ଅନୁସାରେ ଆଠଗଡ ଗଡଜାତ ଥିବା ଅଂଚଳରେ ପୁର୍ଣିମା ଠାରୁ 12 ଦୋଳ ପର୍ଯ୍ୟନ୍ତ ଆଠଗଡ ଗଡ଼ଯତରେ ପ୍ରତିଦିନ ବିଭିନ୍ନ ଗ୍ରାମରେ ନିଜ ଗ୍ରାମର ଆରାଧ୍ୟ ଦେବତା ଙ୍କୁ ଗାଁ ଘର ଘର ବୁଲି ଯାତ୍ର କାରି ଭୋଗ ଲାଗି କରାଯାଇଥାଏ, ପରେ ଯାତ୍ରା ପଡିଆ ପହଂଚିବା ପରେ ଯାତ୍ରା ହୋଇଥାଏ, ଯାତ୍ରା ବାସି ହୋଲି ଉତ୍ସବ ପାଳନ କରାଯାଇଥାଏ,ସେହିପରି ଆଠଗଡ ସହରରେ ପଞ୍ଚୁ ଦୋଳ ବହୁ ଆଡ଼ମ୍ବରେ ପାଳନ କରାଯାଏ, କିନ୍ତୁ ଦୁଇ ବର୍ଷ ହେବ କରୋନା ମହାମାରୀ ପାଇଁ ଫିକା ପଡ଼ିଯାଇଛି, ସବୁ ବର୍ଷ ପଞ୍ଚୁ ଦୋଳ ପରଦିନ ଆଠଗଡ଼ ସହରରେ ହୋଲି ଖେଳ ହୋଇଥାଏ, ଚଳିତ ବର୍ଷ ପଞ୍ଚୁ ଦୋଳ ଆସନ୍ତା ୨୩ ତାରିଖ ଦିନ ପଡୁଥିବାରୁ ତାପରଦିନ ତଥା ୨୪ ତାରିଖ ଦିନ ହୋଲି ଖେଳ ହେବାକଥା, ଯେହେତୁ ଆସନ୍ତା ୨୪ ତାରିଖ ଦିନ ପୈାର ନିର୍ବାଚନ ତାରିଖ ଘୋଷଣା ହୋଇଯାଇଥିବାରୁ ସେହିଦିନ ହୋଲି ଖେଳ ହୋଇପାରିବ ନାହିଁ ବୋଲି ଆଠଗଡ଼ ଉପଜିଲ୍ଲାପାଳ ଶ୍ରୀଯୁକ୍ତ ହେମନ୍ତ କୁମାର ସ୍ୱାଇଁ ବୈଠକରେ ନିଷ୍ପତ୍ତି ନେଇଥିଲେ, ଏହି ହୋଲି ଖେଳ ୧୯ ତାରିଖ ଦିନ ହେବ ବୋଲି ନିଷ୍ପତି ନିଆଗଲା, ପଞ୍ଚୁ ଦୋଳ ମେଲଣ କୁ ଆସୁଥିବା ବିମାନ ଗୁଡ଼ିକ ୨୪ ତାରିଖ ସକାଳ ୭ ଘଟିକା ସୁଧା ବିଦାୟ କରିବାକୁ ଦେବତ୍ର ବିଭାଗର ସୁପରଭାଇଜର ଭବାନୀ ଶଙ୍କର ପଣ୍ଡା ଙ୍କୁ ନିର୍ଦେଶ ଦେଇଛନ୍ତି, ଏହି ବୈଠକରେ ଆଠଗଡ଼ ଉପଜିଲ୍ଲାପାଳ,ଆଠଗଡ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ବିଜୟକୃଷ୍ଣ ବିଶି, ଥାନା ଅଧିକାରୀ ବାମଦେବ ସ୍ୱାଇଁ, ଏବଂ ଗଣମାଧ୍ୟମ ପ୍ରତିନିଧି, ଏବଂ ସହରର କିଛି ବୁଦ୍ଧିଜୀବି ଉପସ୍ଥିତ ଥିଲେ, ଉପଖଣ୍ଡ ସୂଚନା ଲୋକ ସମ୍ପର୍କ ଅଧିକାରୀ ଅଲେଖ ଚନ୍ଦ୍ର ଦାସ ଉପସ୍ଥିତ ରହି ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ,