କୋଣାର୍କ ଏନ ଏ ଏସି ପାଇଁ ୨୯ କାଉନସିଲର ଓ ୬ ଅଧକ୍ଷ ପଦ ପାଇଁ ଗଲା ନୋମିନେସନ ଫର୍ମ, ସ୍ୱାଧୀନ ପ୍ରାର୍ଥୀ ଭାବେ ପାର୍ଥି ପତ୍ର ଦାଖଲ କଲେ ରଞ୍ଜୁଲତା
କୋଣାର୍କ:- ୪/୩ଚଳିତ ବର୍ଷ ପୌର ନିର୍ବାଚନ କୁ ନେଇ ରାଜ୍ୟସରକାରଙ୍କ ପକ୍ଷରୁ ମାର୍ଚ୍ଚ ୨୪ ରେ ହେବାକୁ ନେଇ ଘୋଷଣା ପରେ ଓ ମାର୍ଚ୍ଚ ୨ ରୁ ୭ ମଧ୍ୟରେ ପ୍ରାର୍ଥି ପତ୍ର ଦାଖଲ ତାରିଖ ସ୍ଥିରୀକୃତ ହେବା ଫଳରେ ଖୁବ କମ ସମୟ ଥିବା କୁ ନେଇ ଏବେ ସମଗ୍ର ଓଡ଼ିଶାରେ ପୌରନିର୍ବାଚନ କୁ ନେଇ ରାଜନୀତି ପସାପାଲି ଖେଳ ଆରମ୍ଭ ହୋଇଗଲାଣି ।ବିଭିନ୍ନ ଦଳ ଏବେ ନିଜର ପ୍ରାଥୀ ଚୟନ କୁ ନେଇ ବିଭିନ୍ନ ପୌରାଞ୍ଚଳ ଓ ଏନଏଏସି ରେ ଘନାଘନ ବୈଠକ ଗତକାଲି ଠାରୁ ଚାଲିଥିବା ଦେଖାଯାଈଛି ।ଅନରୁପ ଭାବେ କୋଣାର୍କ ଏନ ଏ ଏସି ରେ ପ୍ରଥମ ଭାବେ ମହିଳା ଅଧକ୍ଷା ପାର୍ଥିଙ୍କୁ ନେଇ ବିଜେଡି, ବିଜେପି, ଓ କଂଗ୍ରେସ ଦଳ ର ମୁଖିଆ ଙ୍କ ପକ୍ଷରୁ ଘନାଘନ ବୈଠକ ବସୁଥୁବା ଓ ଅନେକ ଆଶାୟୀ ଙ୍କୁ ନେଇ ବିଜେଡି,ବିଜେପି ର ମୁଖିଆଙ୍କ ମୁଣ୍ଡ ବିନ୍ଧା କାରଣ ପାଲଟିଛି ।ଟିକେଟ ଆଶାୟୀ ଙ୍କୁ ନେଇ ବିଭିନ୍ନ ଦଳ ମଧ୍ୟରେ ଏବେ ଗୋଷ୍ଠୀ କନ୍ଦଳ ଆରମ୍ଭ ହୋଇଯାଇଛି ।ପୌର ନିର୍ବାଚନ ପାଇଁ ଜାରି ରହିଛି ପ୍ରାର୍ଥୀପତ୍ର ଦାଖଲ । କୋଣାର୍କ ଏନଏ ଏସି ରେ ଶୁକ୍ରବାର ତୃତୀୟ ଦିନରେ ପ୍ରାର୍ଥୀପତ୍ର ଦାଖଲ ର ଦିନ ଥିବା ବେଳେ କୋଣାର୍କ ଏନ ଏ ସି ରେ ତୃତୀୟ ଦିନରେ ସ୍ୱାଧୀନ ପ୍ରାର୍ଥୀ ଭାବେ ୧ ନମ୍ବର ୱାର୍ଡ ର ରଞ୍ଜୁଲତା ଭୋଳ ଅଧ୍ୟକ୍ଷ ପଦବୀ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ଶହ ଶହ ସମର୍ଥକ ଙ୍କ ଉପସ୍ଥିତ ରେ ରଞ୍ଜୁଲତା ଭୋଳ କୋଣାର୍କ ଏନ ଏ ସି ର କାର୍ଯ୍ୟାଳୟ ନିକଟରେ ପହଞ୍ଚି ପ୍ରାର୍ଥୀପତ୍ର ଦାଖଲ କରିଥିଲେ । ଆସନ୍ତା ୭ ତାରିଖ ପ୍ରାର୍ଥୀ ପତ୍ର ଦାଖଲ ର ଶେଷ ଦିନ ଥିବା କାରଣ ରୁ ଆଶାୟୀ ମାନେ ଏବେ ଠାରୁ ପ୍ରସ୍ତୁତି ଆରମ୍ଭ କରିସାରିଲେଣି। ଆଜି ତୃତୀୟ ଦିନରେ କୋଣାର୍କ ଏନ ଏ ସି ର ୧୩ ଟି ୱାର୍ଡ ପାଇଁ ମୋଟ ୨୯ ଟି କାଉନସିଲର ଫର୍ମ ସହ ଅଧକ୍ଷ ପଦ ପାଇଁ ମୋଟ ୬ ଟି ପ୍ରାର୍ଥୀ ପତ୍ର ଦାଖଲ ର ଫର୍ମ ଆଶାୟୀ ମାନେ ନେଇଥିବା ସୂଚନା ମିଳିଛି।