ଦଶପଲ୍ଲା ୨୦/୨ : ଚଳିତ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରସ୍ତୁତି ଶେଷ ହୋଇଛି । ଆସନ୍ତା ୨୨ ତାରିଖରେ ଦଶପଲ୍ଲା ନିର୍ବାଚନ ମଣ୍ଡଳୀର ଦଶପଲ୍ଲା, ଗଣିଆ ଓ ନୂଆଗାଁ ବ୍ଲକ ରେ ନିର୍ବାଚନ ଅନୁଷ୍ଠିତ ହେବ । ଏନେଇ ପ୍ରଚାର ଶେଷ ହୋଇଛି । ଶେଷ ଦିନରେ ପ୍ରାର୍ଥୀ ମାନେ ସେମାନଙ୍କର ପ୍ରଚାର କୁ ଜୋରଦାର କରିଥିବା ବେଳେ ବିଭିନ୍ନ ସ୍ଥାନରେ ପ୍ରାର୍ଥୀମାନେ ବାଇକ ଶୋଭାଯାତ୍ରା କରି ବିଭିନ୍ନ ଗାଁ ବୁଲି ପ୍ରଚାର ଶେଷ କରିଛନ୍ତି । ଅନ୍ୟ ପାର୍ଶ୍ୱରେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଶେଷ ହୋଇଥିବା ବେଳେ ଭୋଟ ପାଇଁ ପୁଲିଙ୍ଗ ପାର୍ଟି ସମସ୍ତ ବୁଥ ରେ ପହଂଚି ଛନ୍ତି । ଦଶପଲ୍ଲା ବ୍ଲକ ର ୨୭୬ ଟି ବୁଥ ପାଇଁ ୧୧୬ ଟି ଗାଡ଼ି ନିୟୋଜିତ କରାଯାଇଥିବା ବେଳେ ୧୧୭୬ ଜଣ କର୍ମଚାରୀ ନିଜ ନିଜର ବୁଥ ରେ ପହଂଚି ସେମାନଙ୍କ କାଗଜପତ୍ର କାର୍ଯ୍ୟ ଆରମ୍ଭ କରିଛନ୍ତି । ଦଶପଲ୍ଲା ବ୍ଲକ ପକ୍ଷରୁ ପୁଲିଙ୍ଗ ପାର୍ଟି ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଥିବା ବେଳେ ଦଶପଲ୍ଲା ବିଡ଼ିଓ ,ଏନଏସି ଏକଜୁକେଟିଭି ଅଫିସର ଓ ଅତିରିକ୍ତ ତହସିଲଦାର ଏହାର ତଦାରଖ କରିଥିଲେ ।ସେହିପରି ଅବକାରୀ ବିଭାଗ ପକ୍ଷରୁ ଦଶପଲ୍ଲା ରେ ଥିବା ମଦ ବାର ଓ ମଦ ଦୋକାନ କୁ ସିଲ କରାଯାଇଥିବା ବେଳେ କେତକ ସ୍ଥାନରେ ଏବେବି ଚୋରା ମଦ କାରବାର ଚାଲିଥିବା ଅଭିଯୋଗ ହେଉଛି । ମାତ୍ର ନିର୍ବାଚନ ଶାନ୍ତିଶୃଙ୍ଖଳା ରେ ଶେଷ କରିବା ପାଇଁ ପୋଲିସ ପକ୍ଷରୁ ପେଟ୍ରୋଲିଂ କୁ ଜୋରଦାର କରାଯାଇଥିବା ବେଳେ ସମ୍ବେଦନଶୀଳ ବୁଥ ଗୁଡିକ ଉପରେ ପୋଲିସ ନଜର ରଖିଛି