Odisha news

ଖଇରପୁଟି ପଞ୍ଚାୟତରେ ଭୋଟ୍ ହାର 60.41 ପ୍ରତିଶତ

0

ବେଲଗୁଣ୍ଠା, 20/02, ଆଜି ରାଜ୍ୟରେ ଚାଲିଥିବା ତ୍ରିସ୍ତରୀୟ ପଂଚାୟତ ନିର୍ବାଚନର ତୃତୀୟ ପର୍ଯ୍ୟାୟରେ ଗଞ୍ଜାମ ଜିଲ୍ଳା ବେଲଗୁଣ୍ଠା ବ୍ଳକ୍ ର  ଖଇରପୁଟି ପଞ୍ଚାୟତରେ ଭୋଟର୍ ବାଛିଛନ୍ତି ସେମାନଙ୍କ ନେତା I ପୂର୍ବ ପ୍ରସ୍ତୁତି ଅନୁସାରେ ପଂଚାୟତର ସମସ୍ତ ବୁଥ୍ ରେ ଆଜି ସକାଳ ସାତଟାରେ ଭୋଟ ଦାନ କାର୍ଯ୍ୟକ୍ରମ ଆରମ୍ଭ ହୋଇ ଦିନ ଗୋଟାଏରେ ମତଦାନ ସରିଥିଲା I ପଞ୍ଚାୟତର ମୋଟ ଭୋଟର 5729 ମଧ୍ୟରୁ 3333 ଭୋଟର୍ ନିଜ ମତଦାନ ସାବ୍ୟସ୍ତ କରିଛନ୍ତି I

ଯାହା ମୋଟ୍ ଭୋଟର୍ 58.80 ସଂଖ୍ୟାର ପ୍ରତିଶତ I ନିର୍ବାଚନ କାର୍ଯ୍ୟକ୍ରମ ନିର୍ବାଚନ ଅଧିକାରୀ ତଥା ବେଲଗୁଣ୍ଠା ବିଡ଼ିଓ ଶଶି ଭୂଷଣ ମହାପାତ୍ରଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ପରିଚାଳିତ ହୋଇଥିବା ବେଳେ ଗାଙ୍ଗପୁର ଥାନା ଅଧିକାରୀ ଦେବ୍ କୁମାର ଗମାଙ୍ଗଙ୍କ ନେତୃତ୍ୱରେ ପୋଲିସ୍ ବାହିନୀ ଆଇନ୍ ଶୃଙ୍ଖଳା ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଥିଲେ I

Leave A Reply