Odisha news

ସିନ୍ଧିଆଙ୍କ ଗଡରେ ସଚିନ ପାଇଲଟ

0

ନୂଆଦିଲ୍ଲୀ : କଂଗ୍ରେସ ଭିତରେ ସିନ୍ଧିଆ ଓ ପାଇଲଟଙ୍କ କାହାଣୀ ,ଜଣେ ବାଗୀ ଓ ଅନ୍ୟଜଣେ ଦଳ ଛାଡି ଅଲଗା ରହିଥିବା ବ୍ୟକ୍ତି l କଂଗ୍ରେସ ସୋସିଆଲ ମିଡ଼ିଆ ଉଇଙ୍ଗ ପୂର୍ବରୁ ଏହି ଦୁଇଜଣଙ୍କ ମଧ୍ୟରେ ଜଣେ ବିକ୍ରି ହୋଇଥିବା ଓ ଜଣେ ସ୍ଥିରହୋଇ ରହିଥିବାର ,ଲଢେ଼ଇ ବୋଲି ଆରମ୍ଭ କରି ଦେଇଛି l

ଏହା ସଚିନ ପାଇଲଟଙ୍କର କଂଗ୍ରେସରେ ରହିବ ଓ ସିନ୍ଧିଆଙ୍କର ଭାଜପାକୁ ଯିବା ଉପରେ ଆକ୍ଷପ କରାଯାଇଛି l ଉଭୟ ଯୁବକ ଅଟନ୍ତି ଓ ଯୁବ ପିଢ଼ିକୁ ପ୍ରତିନିଧିତ୍ଵ କରନ୍ତି l ଉପ ଚୁନାଵ ପାଇଁ ମଧ୍ୟପ୍ରଦେଶର କିଛି ଅଂଚଳରେ ଓ ଗୁଆଲିୟରକୁ ବାଛିବା ପଛରେ କଂଗ୍ରେସର ଗୋଟିଏ ରଣନୀତି ରହିଛି l କଂଗ୍ରେସ ସିନ୍ଧିଆଙ୍କୁ ଦେଖେଇବାକୁ ଚାହୁଁଛି ଯେ ନିଷ୍ଠାର ଫଳ ମିଠା ହୋଇଥାଏ l

ସଚିନ ପାଇଲଟ କେବଳ ରାଜସ୍ଥାନର ଚର୍ଚିତ ଚେହେରା ଭାବରେ ଦେଖା ଯାଉନାହିଁ ,ବରଂ ସେ ଗୋଟିଏ ରାଷ୍ଟ୍ରୀୟ ନେତା ମଧ୍ୟ ହୋଇ ପାରିବେ l ମଧ୍ୟପ୍ରଦେଶର ପ୍ରଚାର ପରେ ପାଇଲଟ ବିହାର ମତଦାନରେ ମଧ୍ୟ ପ୍ରଚାର କରିବେ l କଂଗ୍ରେସ ସିନ୍ଧିଆଙ୍କୁ ଏହା ମଧ୍ୟ ଅକ୍ଷପ କରୁଛି ଯେ ସେ ଭାଜପାକୁ ଯିବା ପରେ ଗୋଟିଏ ରାଜ୍ୟସଭା ସିଟ ବ୍ୟତୀତ ଆଉକିଛି ମିଳିନାହିଁ l

ଯେତେବେଳେ ସିନ୍ଧିଆ ଭାଜପାକୁ ଗଲେ ସେତେବେଳେ ତାଙ୍କ ସହିତ ୨୨ ଜଣ ବିଧାୟକ ମଧ୍ୟ ଚାଲି ଯାଇଥିଲେ l ଏହାକୁ ଗୁଆଲିୟର ମହାରାଜାଙ୍କର ଶକ୍ତି ଭାବରେ ଦେଖା ଯାଉଛି ଏହି କାରଣ ହେଲା ଯେ ସିନ୍ଧିଆଙ୍କ ପାଇଁ ଏହି ମତଦାନ ମୁଖ୍ୟ ଅଟେ ,କାରଣ ସେ ସୁନିଶ୍ଚିତ କରିବାକୁ ଚାହିଁବେ ଯେ ମୁଁ ଭାଜପାର ଗୋଟିଏ ଉପଯୁକ୍ତ ସ୍ଥାନରେ ରହିଛି l

 

Nalco
Leave A Reply