Odisha news

ପୁରୀ ଓ କାମାକ୍ଷା ମଧ୍ୟରେ ଆହୁରି ଏକ ସ୍ୱତନ୍ତ୍ର ଟ୍ରେନ୍:

ପୁରୀ ଏବଂ କାମାକ୍ଷା ମଧ୍ୟରେ ପୁଣି ଏକ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରାଇବାକୁ ରେଳ ମନ୍ତ୍ରଣାଳୟ ପକ୍ଷରୁ ନିମ୍ନଲିଖିତ ଅନୁଯାୟୀ ନିଷ୍ପତ୍ତି ନିଆଯାଇଅଛି …

୦୫୬୪୪/୦୫୬୪୩ କାମାକ୍ଷା-ପୁରୀ-କାମାକ୍ଷା ସ୍ପେଶାଲ୍ ଟ୍ରେନ କାମାକ୍ଷା ଠାରୁ ଜୁନ ମାସ ୨୪ ତାରିଖରୁ ପ୍ରତ୍ୟେକ ଗୁରୁବାର ଦିନ ରାତ୍ରି ୧୧ ଘ ୪୫ମି ରେ ଛାଡିବାକୁ ଥିବାବେଳେ ଏହି ଟ୍ରେନ ପୁରୀ ଠାରୁ ଜୁନ ମାସ ୨୬ ତାରିଖ ଠାରୁ ପ୍ରତ୍ୟେକ ଶନିବାର ଦିନ ରାତ୍ରି ୧୦ ଘ.୦୫ମି.ରେ ଛାଡି ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ଚଳାଚଳ କରିବ |

ଏହି ଟ୍ରେନ ପୂର୍ବତଟ ରେଳପଥ ପରିସୀମାରେ ଖୋର୍ଦ୍ଧା ରୋଡ, ଭୁବନେଶ୍ୱର, କଟକ, ଯାଜପୁର କେନ୍ଦୁଝର ରୋଡ଼, ଭଦ୍ରକ ଷ୍ଟେସନ ମାନଙ୍କରେ ରହଣି କରିବାକୁ ଥିବାବେଳେ ପୁରୀ ଓ କାମାକ୍ଷା ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ଷ୍ଟେସନ ଯଥା ହାଓଡ଼ା, କାଟୱା, ମାଲଦା ଟାଉନ, ନ୍ୟୁ ଜଲପାଈଗୁଡ଼ି ଓ ନ୍ୟୁ ଅଲିପୁରଦୁଆର ଭଳି ଗୁରୁତ୍ୱପୂର୍ଣ୍ଣ ଷ୍ଟେସନ ମାନଙ୍କରେ ରହଣି କରିବ |

Nalco

Comments are closed.