Odisha news

କେନ୍ଦ୍ରୀୟ ପାଠାଗାର କୁ ୪୦୭ ଖଣ୍ଡ ବହି ଦାନ ।

ବୋରିଗୁମ୍ମା (କେ.ସାକିଲି ଦୋରା)-ବୋରିଗୁମ୍ମା ସ୍ଥିତ ବ୍ଳକ କାର୍ଯ୍ୟାଳୟ ପରିସରରେ ଥିବା କେନ୍ଦ୍ରୀୟ ପାଠାଗାର କୁ ଗୋଟିଏ ପରିବାର ୪୦୭ ଖଣ୍ଡ ବିଭିନ୍ନ ବହି ଦାନ ସ୍ବରୂପ ପ୍ରଦାନ କରିଛନ୍ତି। ଆଜି ଅପରାହ୍ନ ୪ ଟା ରେ  ଶିକ୍ଷକ ଏନ.ରାଜେଶ କୁମାର, ଶିକ୍ଷକ ଏନ.କାମେଶ୍ୱର,ଏନ.ମାଧବ, ଏନ.ପିମ୍ପସ କୁମାର ପରିବାର ନିଜ ସ୍ବର୍ଗତ ବାପା ଏନ.ନାରାୟଣ ସ୍ୱାମୀ ଓ ମାଆ ସ୍ବର୍ଗତ ଏନ.ପୁଷ୍ପାବତୀ ଙ୍କ ଉଦ୍ଧେଶ୍ୟ ରେ ବିଭିନ୍ନ ପ୍ରକାର ବହି ଯଥା  ଇଂରାଜୀ, ଇଂରାଜୀ ଉପନ୍ୟାସ, ଓଡ଼ିଆ ଉପନ୍ୟାସ, ଇତିହାସ, ବ୍ୟାକରଣ ,ବିଜଡ଼ମ,ସ୍ୱରଚିତ ଇଂରାଜୀ ବ୍ୟାକରଣ ବହି ଇତ୍ୟାଦି ମୋଟ ୪୦୭ ଖଣ୍ଡ ପ୍ରଦାନ କରିଛନ୍ତି।

ବୋରିଗୁମ୍ମା ସରପଞ୍ଚ ଚନ୍ଦ୍ରିକା ଯାନୀ କୁ ଉକ୍ତ ବହି ଗୁଡିକ ପ୍ରଦାନ କରିଥିଲେ।ମୋଟ ବହିର ମୂଲ୍ୟ ମୂଲ୍ୟ ୧୫ ହଜାର ଟଙ୍କା ତୁ ଉର୍ଦ୍ଧ୍ବ ହେବ ବୋଲି କହିଛନ୍ତି।  ସରପଞ୍ଚ ସୁଶ୍ରୀ ଚନ୍ଦ୍ରିକା ଜାନୀ , କମିଟି ସଭ୍ୟ ଶ୍ରୀ ଏନ କାମେଶ୍ୱର ରାଓ, ସଭ୍ୟ ଶ୍ରୀ ଅଜିତ କୁମାର ଗନ୍ତାୟତ ଙ୍କ ଉପସ୍ଥିତି ରେ ଦାନ କଲେ। ପ୍ରାୟ ୪୦ ବର୍ଷ ତଳର ବହି, ଯାହାକି ସ୍ବର୍ଗତଃ ଏନ ନାରାୟଣ ସ୍ୱାମୀ(ବାପା) ସାଇତି ରଖିଥିଲେ।ଏହିଭଳି ପ୍ରଶଂସନୀୟ କାର୍ଯ୍ୟ କୁ ସାଧାରଣ ରେ ସ୍ୱାଗତ କରାଯାଇଛି।

Nalco

Comments are closed.