ବୋରିଗୁମ୍ମା (K.sakil Dora) ସାରା ବିଶ୍ୱକୁ କରୋନା ଭାଇରସ ଭଳି ମହାମାରୀ ରୋଗ ନିଜର କାୟା ବିସ୍ତାର କରି ଚାଲିଛି। ବିଶ୍ୱର ୨୧୦ ଗୋଟି ଦେଶ କରୋନା ଭାଇରସ ଯୋଗୁଁ ଅସ୍ତବ୍ୟସ୍ତ ହେଲେଣି। ଆମ ଦେଶରେ କରୋନା ଆକ୍ରାନ୍ତ ସଂଖ୍ୟା ଧୀରେ ଧୀରେ ବୃଦ୍ଧି ପାଉଛି। ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଭିନ୍ନ ରାଜ୍ୟର ମୁଖ୍ୟ ମନ୍ତ୍ରୀ ଙ୍କ ସହ ଭିଡ଼ିଓ କଂଫେରେନ୍ସ ଜରିଆରେ କଥାବାର୍ତ୍ତା ହେଉଛନ୍ତି।
କରୋନା ଭାଇରସ ସମ୍ପର୍କିତ ବିଷୟରେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ର ମତାମତ ନେଉଛନ୍ତି। ରାଜ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରତିଦିନ ନିଜ ସଚିବ ମାନଙ୍କ ସହ ତୁହାକୁ ତୁହା ବୈଠକ କରି ରାଜ୍ୟର କରୋନା ଭାଇରସ ସ୍ଥିତି ପରଖୁଛନ୍ତି। କିନ୍ତୁ ଲକ ଡାଉନ ପ୍ରଭାବରେ ସବୁ ବର୍ଗର ଲୋକଙ୍କ ସ୍ୱର ନିରବି ଯାଇଥିବା ବେଳେ ଏଇ କିଛି ଦିନ ହେଲା ଦେଖିବାକୁ ମିଳୁଛି ଯେ ବିଭିନ୍ନ ଦଳର ରାଜନୈତିକ ବ୍ୟକ୍ତି ଙ୍କ ସ୍ୱର ନିରବି ଯାଇଛି।ସେ ଶାସକ ଦଳର ହେଉ ଅବା ବିରୋଧୀ ଦଳ ସମସ୍ତ ଙ୍କ ର ସ୍ୱର ଧିମା ପଡ଼ିଛି। ନେତା ଙ୍କ ଘରେ କର୍ମୀ ଙ୍କ ଗହଳି ନାହିଁ। ଦଳୀୟ କର୍ମୀ ଙ୍କୁ ନେଇ ସଭା ସମିତି ନାହିଁ, କୌଣସି ଉଦଘାଟନ କାର୍ଯ୍ୟକ୍ରମ ନାହିଁ। ସବୁ କିଛି ବନ୍ଦ ହୋଇଯାଇଛି ,କରୋନା ପାଇଁ।
ସମସ୍ତ ଦଳ ନେତା ଖାଁ ଖାଁ ଅନୁଭବ କରୁଛନ୍ତି।ସେ କୌଣସି ଦଳର ନେତା ହେଉନା କାହିଁକି ନିଜ ଅଞ୍ଚଳ ର ଲୋକ ମାନଙ୍କ ସହ ମିଳାମିଶା ବନ୍ଦ। ଲକ ଡାଉନ କୁ ୪୦ ଦିନ ବିତିଲାଣି, କୌଣସି ନେତା ଙ୍କ ବ୍ୟସ୍ତତା ନାହିଁ। ସେ ବିଧାୟକ ହୁଅନ୍ତୁ ଅବା ପ୍ରଭାବ ଶାଳୀ ନେତା। ସମସ୍ତେ ସମାଜିକ ଦୂରତା ମାନୁଛନ୍ତି। କୌଣସି କାର୍ୟ୍ଯ ରେ ବାହାରକୁ ଗଲେ ମାସ୍କ ବ୍ୟବହାର କରୁଛନ୍ତି। ସେତେ ଆବଶ୍ୟକ ନ ଥିଲେ ,ନେତା ମାନେ ବାହାରକୁ ବାହାରୁ ନାହାନ୍ତି।
ସବୁ ରାଜନେତା କହୁଛନ୍ତି, ସରକାର ଙ୍କ ନିୟମ ମାନି ଚଳାନ୍ତୁ। କିଛି ନେତା କର୍ମୀ ମାନଙ୍କୁ କହୁଛନ୍ତି ଯେ ବିଶେଷ କାମ ନ ଥିଲେ , ଘର କୁ ଆସ ନାହିଁ।ଯେଉଁ କର୍ମୀ ଚାହିଁଲେ ମୋବାଇଲ ରେ କଥାବାର୍ତ୍ତା ହୋଇପାରିବେ ବୋଲି ବିଧାୟକ ମାନେ କହୁଛନ୍ତି। ତଥାପି ନେତା ଙ୍କ ମନ ମାନୁ ନାହିଁ। ଯେମିତି ଭକ୍ତ ବିନା ଭଗବାନ ଅଧୁରା, ସେହିଭଳି କର୍ମୀ ବିନା ନେତା ଅଧୁରା ହୋଇଛନ୍ତି।