Odisha news

ଦୁର୍ଗାପୁର ଡାକ୍ତରୀ ଛାତ୍ରୀ ଙ୍କ ଗଣଦୁଷ୍କର୍ମ କୁ ନେଇ ବିଜେପି ନେତା ଶୁଭେନ୍ଦୁ ଅଧିକାରୀ ଙ୍କ ବଡ଼ ବୟାନ

0

ବିଜେପି ନେତା ଶୁଭେନ୍ଦୁ ଅଧିକାରୀ ଷୋମବାର ଦିନ ଦୁର୍ଗାପୁର ଗ୍ୟାଙ୍ଗ ରେପ ମାମଲାକୁ ନେଇ ତୃଣମୂଳ କଂଗ୍ରେସ କୁ ଗଭୀର ଆରୋପ ଲଗାଇଛନ୍ତି, ସେ କହିଛନ୍ତି ମେଡିକାଲ ଛାତ୍ରୀ ଙ୍କ ସହିତ ଗଣବଲାତ୍କାର ରେ ସାମିଲ ଜଣେ ବ୍ୟକ୍ତିଙ୍କ ସମ୍ପର୍କ ତୃଣମୂଳ ସହିତ ରହିଛି l ଦି ଟେଲିଗ୍ରାଫ ର ରିପୋର୍ଟ ଅନୁସାରେ କୁହାଯାଇଛି ଯେ ଏହି ମାମଲାର ମୁଖ୍ୟ ଆରୋପି ବର୍ତମାନ ମଧ୍ୟ ଫେରାର ରହିଛି l

ସେ କହିଛନ୍ତି ତୃଣମୂଳ କଂଗ୍ରେସ ଆତଙ୍କ ରାଜ ର ବଡ଼ ଉଦାହରଣ, ତେଣୁ ନ୍ୟାୟ ମିଳିବ ନାହିଁ, ଆମ ପକ୍ଷରୁ ପୀଡିତା ଙ୍କ ପିତାମାତା ଙ୍କୁ ସାକ୍ଷାତ କରାଯାଇଛି, ବର୍ତମାନ ତାଙ୍କ ସ୍ଥିତି ସ୍ଥିର ରହିଛି l ପୀଡିତା ଙ୍କ ମାତା -ପିତା ତାଙ୍କୁ ଭୁବନେଶ୍ୱର ଏମ୍ସ ନେବାକୁ ଚାହୁଁଛନ୍ତି l

ପଶ୍ଚିମବଙ୍ଗ ଦୁର୍ଗାପୁର ରେ ଓଡ଼ିଶାର ଜଣେ ଦ୍ଵିତୀୟ ବର୍ଷ ମେଡିକାଲ ଛାତ୍ରୀ ଙ୍କୁ ସାମୁହିକ ଦୁଷ୍କର୍ମ କରାଯାଇଛି, ଏହି ମାମଲାରେ ପୋଲିସ ପକ୍ଷରୁ ଆଉ ଜଣଙ୍କୁ ଗିରଫ କରାଯାଇଛି, ବର୍ତମାନ ସୁଦ୍ଧା ୪ ଜଣ ଗିରଫ ହୋଇଛନ୍ତି l ପୀଡିତା ଙ୍କ ପକ୍ଷରୁ ୫ଜଣ ଙ୍କ ନାମରେ କେଶ ଦର୍ଜ ହୋଇଥିଲା, ପଞ୍ଚମ ଦୋଷୀ ବର୍ତମାନ ସୁଧା ଗିରଫ ହୋଇନାହିଁ l

Leave A Reply