ନିରାକାରପୁର, ୨୯/୯: ଶାରଦୀୟ ଷୋଡ଼ଶ ଦିନାତ୍ମକ ପୂଜାର ତ୍ରୟୋଦଶ ଦଶଦିବସ ଓ ନବରାତ୍ରର ଚତୁର୍ଥ ଦିବସରେ ଭୁଷଣ୍ଡପୁର ସ୍ଥିତ ମା ଉଗ୍ରତାରା ଓ ରାମେଶ୍ୱର ସ୍ଥିତ ମା ବନଦୁର୍ଗାଙ୍କ କୁଷ୍ମାଣ୍ଡ ବେଶରେ ଦର୍ଶନ ଦେଇଛନ୍ତି ।ସକାଳୁ ମାଙ୍କର ମଙ୍ଗଳ ଆଳତି,କଳଶ ପୂଜା, ପାୟସଭୋଗ, ଷୋଡ଼ଶ ଉପଚାରରେ ମଧ୍ୟାହ୍ନ ଧୂପ, ଦୁର୍ଗା ଶପ୍ତଶତି ଚଣ୍ଡିପାଠ, ସନ୍ଧ୍ୟା ବାଳଭୋଗ, ଆଳତି ପୁଷ୍ପାଞ୍ଜଳି, ଅଧରପଣାଓ ମହାପ୍ରସାଦ ଅର୍ପଣ ପୂର୍ବକ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରାଯାଇଥିଲା।