Odisha news

ନିୟନ୍ତ୍ରଣ ବାହାରେ ମଦ କାରବାର

0
ଡ଼ୁବୁରୀ :  ସୁକିନ୍ଦା ଅଞ୍ଚଳର ବିଭିନ୍ନ ଗାଁ ଗୁଡିକରେ ନିଶାଦ୍ରବ୍ୟ ମଦ କାରବାର ହେଉଥିବା ଅଭିଯୋଗ ହେଉଛି l ଦେଶୀ ମଦଠୁ ଆରମ୍ଭ କରି , ଗଂଜେଇ, ଚୋରା ମଦ ଆଦି ବିଭିନ୍ନ ଗାଁର ଗାଁ ଗଳି କନ୍ଦିରେ ମିଳୁଛି l ଏପରିକି କିଛି କିଛି ଦୋକାନରେ ଆଗରେ ରାସନ, ପାନ ଦୋକାନ କରି ଘର ଭିତରେ ମଦ ବିକ୍ରି ହେଉଛି l ସଞ୍ଜ ନଇଁଲେ ମଦୁଆଙ୍କ ରାଜୁତି ଆରମ୍ଭ ହେଇଯାଉଛି l ଯାହା ଫଳରେ ଗାଁ ପରିବେଶ ନଷ୍ଟ ହେଇଯାଉଛି l ମଦ ନିଶାରେ ଚୋରି, ଗଣ୍ଡଗୋଳ, ଦୃଘଟଣା ବଢ଼ିବାରେ ଲାଗିଥିବା ବେଳେ ଅଳ୍ପ ବୟସର ଯୁବକ ବେଶୀ ଏହାର ଶିକାର ହେଉଥିବା ଦେଖିବାକୁ ମିଳୁଛି l ଗରିବ ଦିନ ମଜୁରିଆ ଯାହା ରୋଜଗାର କରି ଆଣନ୍ତି ତାକୁ ମଦ ପିଇ ସାରିଦିଅନ୍ତି ଯାହାଫଳରେ ଘରେ ଅଶାନ୍ତି ଝଗଡା ସୃଷ୍ଟି ହୋଇ କେତେ ଯେ ଘର ସଂସାର ଉଜୁଡି ଯାଇଛି ତାହା ନ କରିବା ଭଲ l ଏଥିପାଇଁ ସୁକିନ୍ଦା ବ୍ଲକ ଅନ୍ତର୍ଗତ ଅଭୟପୂର ଗ୍ରାମରେ ଓଳିଆ ଗ୍ରାମପଞ୍ଚାୟତ ତରଫରୁ ନିଶା ନିବାରଣ ଅଭିଯାନ ଅନୁଷ୍ଠିତ ହୋଇଥିବା ଦେଖିବାକୁ ମିଳିଛି । ସ୍ଥାନୀୟ ସରପଞ୍ଚ ସିଦ୍ଧେଶ୍ୱର ସଏଙ୍କ ତତ୍ତ୍ଵାବଧାନରେ ସ୍ଥାନୀୟ ଅଞ୍ଚଳର ବହୁ ମହିଳା ମାନେ ଅଭୟପୂର ଗ୍ରାମରେ ନିଶା ନିବାରଣ ଅଭିଯାନ କରୁଥିବା ଦେଖିବାକୁ ମିଳିଛି । ମହିଳା ମାନେ ପଦଯାତ୍ରା ମାଧ୍ୟରେ ଅଭୟପୂର ଗ୍ରାମରେ ବୁଲି ନିଶା ନିବାରଣ ଉଦ୍ଦେଶ୍ୟରେ ସ୍ଥାନୀୟ ବାସିନ୍ଦାଙ୍କୁ ସଚେତ କରାଉଥିବା ଦେଖିବାକୁ ମିଳିଛି। ବେଆଇନ ନିଶା କାରବାର କରୁଥିବା କି ସମ୍ପୃକ୍ତ ଥିବା ବ୍ୟକ୍ତି ମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାପାଇଁ ଦାବି ଜୋର ଧରିଛି  !

Nalco
Leave A Reply