Odisha news

ନଡ଼ିଆଭଙ୍ଗା ପଞ୍ଚାୟତରେ ଧୁମ ଧାମ ରେ ପାଳନ ହେଲା  ବିଶ୍ୱ ଆଦିବାସୀ ଦିବସ

0
ଡ଼ୁବୁରୀ : ସୁକିନ୍ଦା ନିର୍ବାଚନ ମଣ୍ଡଳୀ ଦାନଗଦୀ ବ୍ଲକ ଅନ୍ତର୍ଗତ ନଡିଆଭଙ୍ଗା ପଂଚାୟତର ଜାମୁପସି ଖେଳ ପଡିଆଠାରେ ବିଶ୍ବ ଆଦିବାସୀ ଦିବସ ପାଳନ ହୋଇଯାଇଛି । କାର୍ଯ୍ୟକ୍ରମ ସ୍ଥଳରେ ମୁଖ୍ୟ ଅତିଥି ମାନ୍ୟବର ମନ୍ତ୍ରୀ ଇ. ପ୍ରୀତିରଞ୍ଜନ ଘଡେଇ ଆସି ପଞ୍ଚିବାପରେ ତାଙ୍କୁ ପୁଷ୍ପଗୁଚ୍ଛ, ଚନ୍ଦନ ଦେଇ ସ୍ବାଗତଂ କରି ସଭାସ୍ଥଳକୁ ପାଛୋଟି ନେଇଯାଇଥିଲେ, ବୀର ସହିଦ ବିର୍ସା ମୁଣ୍ଡା ଓ ରଘୁନାଥ ମୁର୍ମୁ ଙ୍କ ଫଟୋଚିତ୍ର ତଳେ ପ୍ରଦୀପ ପ୍ରଜ୍ବଳନ କରି ପୁଷ୍ପ ମାଲ୍ୟ ଅର୍ପଣ କରି ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା, ସଭାକାର୍ଯ୍ୟ ଆରମ୍ଭ ପୂର୍ବରୁ ଅତିଥି ମାନଙ୍କୁ ଉତ୍ତରୀୟ ପୁଷ୍ପ ଦେଇ ସମ୍ବର୍ଦ୍ଧନା କରାଯାଇଥିଲା, ମନ୍ତ୍ରୀ ତାଙ୍କ ଅଭିଭାଷଣ ରେ ଏହି ଦିବସ ଏକ ଏକତା ର ପର୍ବ, ଆୟୋଜନ କାରୀଙ୍କୁ ବହୁତ ଧନ୍ୟବାଦ ଦେଲେ କାରଣ ଆଦିବାସୀ ମାନଙ୍କ ଆତିଥ୍ୟ କୁ ଉଚ୍ଚ କୋଟ୍ଟୀର ପ୍ରଶଂସା କରିଥିଲେ, ପ୍ରକୃତି ବଞ୍ଚାଇବାକୁ ଯାଇ ଜନଜାତି ମାନେ ମାଟି, ପାଣି, ଜଙ୍ଗଲ ବଞ୍ଚାଇ ବିଶ୍ୱକୁ ସୁନ୍ଦର ବାର୍ତ୍ତା ଦେଉଛନ୍ତି ବୋଲି ତାଙ୍କ ବକ୍ତ୍ୟବ ରଖିଥିଲେ,ଆଦିବାସୀ ମାନେ, କ୍ରୀଡା କ୍ଷେତ୍ରରେ ଏଇ ମାଟିରେ ଖେଳି ରାଜ୍ୟ ଦେଶ ପାଇଁ ନାଁ ଆଣିବାକୁ ଆପଣ ମାନଙ୍କ ପ୍ରୟାସ ପ୍ରଶାସନିୟ କାର୍ଯ୍ୟ ଓ ଜମି ପଟ୍ଟା ଆପଣମାନଙ୍କୁ ସମସ୍ତଙ୍କୁ ମିଳିବ, ସମସ୍ତେ ଏକ ହେଲେ ଅସମ୍ଭବ କିଛି ନୁହେଁ ବୋଲି କହିଥିଲେ,ଆଦିବାସୀ କଳା କୃତୀ ଓ ପରମ୍ପରା କୁ ବଞ୍ଚାଇବା ପାଇଁ ଲମ୍ବୋଦର ଭାଇ ଙ୍କୁ ଧନ୍ୟବାଦ ସହ ସମସ୍ତଙ୍କୁ ସାଧୁବାଦ ଜଣାଇଥିଲେ,ଆଜିର ସଭାରେ ଯାଜପୁର ଜିଲ୍ଲା  ଦାନଗଦୀ ବ୍ଲକ ୯ ନମ୍ବର ଜୋନ୍ ଜିଲ୍ଲା ପରିଷଦ ସଭ୍ୟା ଟିନା ହାଇବ୍ରୁ,ନଡିଆଭଙ୍ଗା ପଂଚାୟତ ସରପଞ୍ଚ ରଶ୍ମିତା ସାହୁ  ସମିତି ସଭ୍ୟ ବାଲେମା ତିୟୁ , ସରପଂଚ ପ୍ରତିନିଧି ଜୟ ପ୍ରକାଶ ସାହୁ , ସମାଜସେବୀ ମୁନ୍ନା ହାଇବ୍ରୁ ,ଅଲଚିକା ଆସିକା ର ରାଜ୍ୟ ସଭାପତି ମନୋରଞ୍ଜନ ମୁର୍ମୁ, ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଯାଜପୁର ର ଲମ୍ବୋଦର ମୁଣ୍ଡା, ଆସିକା ଯାଜପୁର ଜିଲ୍ଲା ସଭାପତି ରମେଶ ଚନ୍ଦ୍ର ମୁର୍ମୁ, ବ୍ଲକ ଅଧକ୍ଷ୍ୟା ଅର୍ଚ୍ଚନା ଦାସ, ପ୍ରମୁଖ ଯୋଗ ଦେଇଥିଲେ,ଏହି ସଭାରେ ଦାନଗଦୀ ବ୍ଲକର ଶତାଧିକ ଆଦିବାସୀ ସମ୍ପ୍ରଦାୟ ଅଧିବାସୀ ମାନେ ଯୋଗଦେଇଥିଲା । ଏହି ବିଶ୍ବ ଆଦିବାସୀ ଦିବସ ପାଳନର ମୁଖ୍ୟ ଉଦେଶ୍ୟ ଆଦିବାସୀ ସମ୍ପ୍ରଦାୟର ସାଂସ୍କୃତିକ କାର୍ଯ୍ୟକ୍ରମ ଦିନକୁ ଦିନ ଲୋପହେବାକୁ ଲାଗିଲାଣି ତେଣୁ ଲୋପ ପାଉଥିବା ଆଦିବାସୀ ସଂସ୍କୃତି , ସାମାଜିକ , ପରମ୍ପରା ଗୁଡିକକୁ କିପରି ପୁନଃଉଦ୍ଧାର କରାଯାଇ ପାରିବ ସେ ବିଷୟରେ ବିସ୍ତୃତ ଆଲୋଚନା ଓ ଆଲୋକପାତ ହୋଇଥିଲା । ସାମ୍ବାଦିକ ମାନଙ୍କ ପ୍ରଶ୍ନର ଉତ୍ତର ରେ ଆଦିବାସୀ ସମାଜ କିପରି ଧର୍ମାନ୍ତୀକରଣ ହେଉଛି ଉତ୍ତର ରେ ଉପସ୍ଥିତ ଆଦିବାସୀ ନେତୃତ୍ୱ କହିଥିଲେ ଯେ ଆମ ପରମ୍ପରା ମହାନ କିଛି ନିଜ ଧର୍ମ ମାତାପିତା ସଦୃଶ କିଛି ପ୍ରଲୋଭନ ରେ ସେମାନେ ଧର୍ମ ପରିବର୍ତ୍ତନ କରୁଛନ୍ତି ଆମେ ସେମାନଂକୁ ସ୍ୱ ଧର୍ମ କୁ ଫେରାଇ ଆଣିବାକୁ ଚେଷ୍ଟା କରିବୁ,ଏହି ଧର୍ମ ପରିବର୍ତ୍ତନ କରିବା ଠିକ ନୁହେଁ ବୋଲି ସେମାନେ ସ୍ୱ୍ୟୁକାର  କରିଥିଲେ,ଶେଷରେ ଆଦିବାସୀ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା !
Leave A Reply