ଗରମ ଦିନରେ ଥଣ୍ଡା ଥଣ୍ଡା କୋଲଡ ଡ୍ରିଂକ୍ସ ସେବନ କରିବା କାହାକୁ ବା ପସନ୍ଦ ନୁହେଁ, ଆମେ ଭାବିଥାଉ ଯେ ଏହାକୁ ସେବନ କରିବା ଦ୍ୱାରା ରିଫ୍ରେଶ ଲାଗିବ, ବିଶେଷ ଭାବରେ ଆଜିକାଲିର ଯୁବା ଓ ମହିଳା ମାନଙ୍କ ନିକଟରେ ଏହି ଟ୍ରେଣ୍ଡ ଅଧିକ ଦେଖିବାକୁ ମିଳିବ l କିନ୍ତୁ ନିକଟରେ ଏମ୍ସ ର ଗୋଟିଏ ଅଧୟନ ଅନୁସାରେ ନିୟମିତ ଭାବରେ ସୁଗାର ଯୁକ୍ତ ଡ୍ରିଂକ୍ସ ସେବନ କରିବା ଦ୍ୱାରା ମହିଳା ମାନଙ୍କୁ ପାଟିରେ କ୍ୟାନ୍ସର ର ବିପଦ ୫ଗୁଣ ଅଧିକ ବଢ଼ିଯାଇ ଥାଏ l
ଏହି ଅଧୟନ ରେ ୩୦ ବର୍ଷ ଆୟୁର କିଛି ମହିଳା ଓ ଯୁବା ମାନଙ୍କୁ ନେଇ ଅଧ୍ୟୟନ କରାଯାଇଥିଲା, ଏବଂ ମହିଳା ମାନଙ୍କର ନିୟମିତ ଖାଇବା ପ୍ରଣାଳୀ କୁ ମଧ୍ୟ ଅନୁଧ୍ୟାନ କରାଯାଇଥିଲା , କିଛିଦିନ ପରେ ଦେଖିବାକୁ ମିଳିଥିଲା ଯେ ଏହି ମହିଳା ଓ ଯୁବା ମାନଙ୍କର ଶରୀରରେ ସୁଗାର ସ୍ତର ଖୁବ ହାଇ ହୋଇ ରହିଛି ଏବଂ ଅନ୍ୟ ଗୋଟିଏ ଅଧ୍ୟୟନ ରୁ ଜଣାପଡିଥିଲା ଯେ ସେମାନଙ୍କ ନିକଟରେ କ୍ୟାନ୍ସର ଭୁତାଣୁ ଅଧିକ ବୃଦ୍ଧି ପାଇପାରେ l
ସୁଗାର ଡ୍ରିଂକ୍ସ ରେ ବୃଦ୍ଧି ହୋଇପାରେ କ୍ରୋନିକ ଇମ୍ଫ୍ଲlମେସନ –
ଗବେଷକ ଙ୍କ ମତରେ ଗତ କିଛି ବର୍ଷ ହେଲାଣି ମହିଳା ଓ ଯୁବା ବ୍ୟକ୍ତିଙ୍କ ମଧ୍ୟରେ ଓରାଲ କ୍ୟାନ୍ସର ଦ୍ରୁତ ଗତିରେ ବୃଦ୍ଧି ହେଉଛି, ଏବଂ ଏହି ଅଧ୍ୟୟନ ରେ ଜଣାପଡିଥିଲା ଯେ ଯେଉଁ ମାନେ ଧୂମ୍ର ପାନ କରୁନାହାନ୍ତି ଏବଂ ମଦ୍ୟପାନ କରୁନାହାନ୍ତି ସେମାନଙ୍କ ନିକଟରେ କ୍ୟାନ୍ସର ଭୁତାଣୁ ମଧ୍ୟ ଦେଖିବାକୁ ମିଳିଥିଲା l ଏହାର ଗୋଟିଏ ବଡ଼ କାରଣ ପ୍ରୋସେସଡ଼ ଫୁଦଶ ଅଧିକ ସେବନ, ଯାହାକି ଶରୀର ପାଇଁ ଦୀର୍ଘ ସମୟ ଧରି ସେବନ କରିବା ଦ୍ୱାରା କ୍ୟାନ୍ସର ରିସ୍କ ଅଧିକ ବଢିଥାଏ l
ଦାନ୍ତ ଏବଂ ସମ୍ପୂର୍ଣ ଶରୀର ହୋଇଥାଏ ପ୍ରଭାବିତ –
ଯଦି ଅଧିକ ଦିନ ପର୍ଯ୍ୟନ୍ତ ସୁଗାର ଯୁକ୍ତ ଡ୍ରିଂକ୍ସ ସେବନ କରୁଛନ୍ତି ତେବେ ଦାନ୍ତ ଖରାପ ହେବା ସହିତ ମୋଟାପା ମଧ୍ୟ ବୃଦ୍ଧି ହୋଇଥାଏ l କିନ୍ତୁ ଏହା ରିସର୍ଚ୍ଚ କହୁଛି ଯେ ଶରୀରର ବିଭିନ୍ନ ଅଂଶ ରେ ଏହା ଗମ୍ଭୀର ପ୍ରଭାବ ପକାଇପାରେ l ବିଶେଷ ଭାବରେ ମହିଳା ମାନଙ୍କ ନିକଟରେ କ୍ୟାନ୍ସର ବିପଦ ଅଧିକ ଦେଖିବାକୁ ମିଳିଥାଏ l ବିଶେଷ ଭାବରେ ମହିଳା ମାନେ ଗୋଟିଏ ନିର୍ଦ୍ଧିଷ୍ଟ ବୟସ ପରେ ଏହିସବୁ ପାନୀୟ ଠାରୁ ଦୁରେଇ ରହିବା ଜରୁରୀ l