ସ୍ବପ୍ନ ଶାସ୍ତ୍ରର ହିନ୍ଦୁ ଧର୍ମରେ ଖୁବ ମହତ୍ୱ ରହିଛି, ବିଶେଷ ଭାବରେ ଶୋଇବା ସମୟରେ ଦେଖିଥିବା ସ୍ବପ୍ନ ଗୁଡିକ ମନରେ ରହିଯାଇ ଥାଏ l କିଛିଟା ସ୍ବପ୍ନ ଦେଖି ମଣିଷ ଖୁସି ଅନୁଭବ କରିଥାଏ ତ ଆଉ କିଛିଟା ଦେଖି ଦୁଃଖ ଅନୁଭବ କରେ l କିନ୍ତୁ ସ୍ଵପ୍ଣଶାସ୍ତ୍ର ଅନୁସାରେ ପ୍ରତ୍ୟେକ ସ୍ୱପ୍ନର ଅଲଗା ଅଲଗା ମହତ୍ୱ ରହିଥାଏ l ଏବଂ କିଛିଟା ଅନେକ ଦିନ ଧରି ମଣିଷର ମାନସ ପଟରେ ରହିଯାଇ ଥାଏ l
ସ୍ୱପ୍ନରେ ଶବ ଦେଖିବାର ଅର୍ଥ –
କିଛି ଲୋକ ଶୋଇବା ସମୟ ରେ ସ୍ୱପ୍ନରେ ଅନ୍ତିମ ସଂସ୍କାର କିମ୍ବା ଶବ ଦେଖି ଭୟ ପାଇ ଯାଇ ଥାଆନ୍ତି l ଏହାକୁ ସେମାନେ ଅଶୁଭ ଭାବି ବସି ଥାଆନ୍ତି l ଯେବେକି ସ୍ଵପ୍ଣଶାସ୍ତ୍ର ଅନୁସାରେ ସ୍ୱପ୍ନରେ ଅନ୍ତିମ ସଂସ୍କାର କିମ୍ବା କାହାର ଅର୍ଥୀ ଦେଖିବା ଶୁଭ ହୋଇଥାଏ l ଏହା ସୂଚେଇ ଦେଇଥଏ ଯେ ଉକ୍ତ ବ୍ୟକ୍ତି ଦୀର୍ଘାୟୁ ହେବ ବୋଲି l କିମ୍ବା ଆପଣ ଅଚାନକ ଭାବରେ କୌଣସି ବଡ଼ ଖୁବ ଖବର ପାଇବେ l
ସ୍ୱପ୍ନରେ ଶବ ଦାହ ଦେଖିବା –
ଯଦି ଆପଣ ସ୍ୱପ୍ନରେ ଶବ ଦାହ ଦେଖୁଛନ୍ତି ତେବେ ଏହା ସୂଚନା ଦେଇଥାଏ ଆପଣଙ୍କ ଜୀବନରେ କୌଣସି ଜିନିଷର ସମାପ୍ତି ଖୁବ ଶୀଘ୍ର ହେବାକୁ ଯାଉଛି l ଏହା ଅଶୁଭ ହୋଇଥାଏ l ଏବଂ ଯଦି କୌଣସି ନିର୍ଦ୍ଧିଷ୍ଟ ବ୍ୟକ୍ତିର ଶବ ଦେଖୁଛନ୍ତି ତେବେ ତାର ଆୟୁ ଲମ୍ବା ହୋଇଥାଏ l
ଯଦି ସ୍ୱପ୍ନରେ ନିଜକୁ ମୃତ ଦେଖୁଛନ୍ତି –
ସ୍ଵପ୍ଣଶାସ୍ତ୍ର ଅନୁସାରେ ସ୍ୱପ୍ନରେ ନିଜକୁ ମୃତ ଦେଖିବା ଶୁଭ ସଂକେତ ଅଟେ , ଏହାର ଅର୍ଥ ଆପଣଙ୍କ ଜୀବନରେ ସମସ୍ତ ସମସ୍ୟା ଖୁବ ଶୀଘ୍ର ସମାପ୍ତ ହେବାକୁ ଯାଉଛି l ଏବଂ କୌଣସି ବଡ଼ ବିବାଦ ରୁ ଆପଣଙ୍କୁ ମୁକ୍ତି ମିଳିବ l
ସ୍ୱପ୍ନରେ ଶବ ର ଜୁଇ ଜାଳିବା ଦେଖିବା –
ସ୍ୱପ୍ନରେ କାହାର ଜୁଇ ଜଳିବା ଦେଖିବା ଅଶୁଭ ଅଟେ, ଏହି ସ୍ବପ୍ନ ସଂକେତ ଦେଇଥାଏ ଯେ ଆପଣଙ୍କ କୌଣସି ପ୍ରିୟଜନ ଙ୍କ ସହିତ ଖୁବ ଶୀଘ୍ର ଝଗଡା ହେବ, ଏପରି ସ୍ବପ୍ନ ଦେଖିଲେ ନିଜ ଆତ୍ମୀୟ ଙ୍କ ସହିତ ଦେଖି ଚାହିଁ କଥା ହେବେ l