ବୋରିଗୁମ୍ମା(କେ.ସାକିଲି ଦୋରା)– ସ୍ଥାନୀୟ ଭୈରବ ଡିଗ୍ରି ମହାବିଦ୍ୟାଳୟ ପରିସରରେ ଜାତୀୟ ଆଲୋଚନାଚକ୍ର ଅନୁଷ୍ଠିତ ହୋଇ ଯାଇଛି। ଏହି ଆଲୋଚନାଚକ୍ରରେ ଦିଲ୍ଲୀର ଜୈବିକ କୃଷି ବିଶେଷଜ୍ଞ ଅରୁଣ କଶ୍ୟପ ମୁଖ୍ୟ ଅତିଥି ଏବଂ ମହାବିଦ୍ୟାଳୟର କମିଟି ବୋର୍ଡ଼ ସଭାପତି କେ, ନାଗରାଜ ଦୋରା, ବିଇଡ଼ିଟି ସଭାପତି ରାମଚନ୍ଦ୍ର ପାଢ଼ୀ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ଏହି ଆଲୋଚନାଚକ୍ରରେ ୬ ଟି ବିଷୟ ବସ୍ତୁର ଅଧିବେଶନରେ ୨୬ ଜଣ ଗବେଷକ ନିଜ ଗବେଷଣାତ୍ମକ ଅନୁଚ୍ଛେଦ ଉପସ୍ଥାପନ କରିଥିଲେ। ଆଲୋଚନାଚକ୍ରର ଆବାହକ ସଦାଶିବ ତ୍ରିପାଠୀ ଶସ୍ୟ ବିବିଧିକରଣ ଏବଂ ଏହା ପାଇଁ କେଉଁ କାରକ ଦାୟୀ ସେନେଇ ମତ ରଖିଥିଲେ। ଚାଷୀମାନଙ୍କ ସମସ୍ୟା ଓ ମୁଖ୍ୟତଃ ଭାବେ ଗ୍ରାମାଞ୍ଚଳରେ ଶୀତଳ ଭଣ୍ଡାରର ଆବଶ୍ୟକତାକୁ ନେଇ ଗୁରୁତ୍ବାରୋପ କରିଥିଲେ। ସେହିପରି ଗବେଷକ ଡ. ରଘୁନାଥ ଶତପଥୀ ମୃତ୍ତିକା କ୍ଷୟ ଓ ଏହାର ସୁରକ୍ଷା ବିଷୟରେ ନିଜସ୍ଵ ତଥ୍ୟ ଉପସ୍ଥାପନ କରିଥିଲେ। ଏଥିସହ ଆଦିବାସୀ ଅର୍ଥନୀତିର ଶିକ୍ଷା ଅଧିବେଶନଟି ଡ. ମନୋରଂଜନ ବିଷୟ ବସ୍ତୁ ଅଧିବେଶନରେ ୧୧ଟି ଭିନ୍ନ ଭିନ୍ନ ଗବେଷଣାତ୍ମକ ଅନୁଚ୍ଛେଦ ଉପସ୍ଥାପନକରାଯାଇଥିଲା।
ଏହି ଅଧିବେଶନରେ ଦୁଇ ମୁଖ୍ୟ ଗବେଷକ ଡ. ନରେନ୍ଦ୍ର ରଥ ଓ ଡ. ଗୋପିନାଥ ପ୍ରଧାନଙ୍କ ଅନୁଚ୍ଛେଦ ଉଚ୍ଚ ପ୍ରଶଂସିତ ହୋଇଥିଲା। ଅନ୍ୟତମ ମୁଖ୍ୟଆକର୍ଷଣ ଭାବେ ଆଇସିଟି ଏବଂ ସାଂପ୍ରତି ଡ. ସନ୍ଧ୍ୟାରାଣୀ ପଟ୍ଟନାୟକଙ୍କ ଦ୍ବାରା ପରିଚାଳିତ ହୋଇଥିଲା। ଡ. ପ୍ରଧାନ ଅଧିବେଶନରେ କିଛି ଦୃଷ୍ଟାନ୍ତ ମାଧ୍ୟମରେ ଆଇସିଟିର ଗୁରୁତ୍ଵ ପ୍ରତି ଦୃଷ୍ଟିଗୋଚର କରିଥିଲେ। ଏହି ଆଲୋଚନାଚକ୍ରର ବିଜ୍ଞାନ ଅଧିକେଣ୍ଡଳ ସୁଧାଂଶୁ ଶେଖର ପଟ୍ଟନାୟକ ଓ ମାନସୀ ଖାରାଙ୍ଗାଙ୍କ ଦ୍ବାରା ପରିଚାଳିତ ହୋଇଥିଲା ଶେଷରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଭି ଚିରଞ୍ଜୀବୀ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଆଲୋଚନାଚକ୍ର ଭୈରବ ଡିଗ୍ରି ମହାବିଦ୍ୟାଳୟର ଅର୍ଥନୀତି ବିଭାଗ ଦ୍ୱାରା ଆୟୋଜିତ ହୋଇଥିଲା। ଏହା ବୋରିଗୁମ୍ମା ଇତିହାସରେ ପ୍ରଥମ ଜାତୀୟ ଆଲୋଚନାଚକ୍ର ହୋଇଥିବାରୁ ଉଚ୍ଚଶିକ୍ଷା କ୍ଷେତ୍ରରେ ଏହା ପ୍ରଥ ପ୍ରଦର୍ଶକ ହେବ ବୋଲି ସ୍ଥାନୀୟ ବୁଦ୍ଧିଜୀବୀ ଓ ଗବେଷକଙ୍କ ମଧ୍ୟରେ ମତ ପ୍ରକାଶ ପାଇଛି।
Comments are closed.