ନବରଙ୍ଗପୁର (କେ.ସାକିଲି ଦୋରା)—ଭାରତୀୟ ଜନତା ପାର୍ଟି ନଵରଙ୍ଗପୁର ଜିଲ୍ଲା ଅନୁସୂଚିତ ଜନଜାତି ମୋର୍ଚ୍ଚା ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଜିଲ୍ଲା ସଭାପତି ଶ୍ୟାମସୁନ୍ଦର ମାଝୀ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା । ମୁଖ୍ୟ ଅତିଥି ଭାବେ ମାନ୍ୟବର ଉମରକୋଟ ବିଧାୟକ ତଥା ରାଜ୍ୟ ଆଦିବାସୀ ମୋର୍ଚ୍ଚା ସଭାପତି ଶ୍ରୀ ଯୁକ୍ତ ନିତ୍ୟାନନ୍ଦ ଗଣ୍ଡ ଯୋଗ ଦେଇ ଓଡ଼ିଶାର ଏକ ସମ୍ପୁର୍ଣ୍ଣ ଅଦୁସିତ ଜିଲ୍ଲା ନଵରଙ୍ଗପୁର ର ବିକାଶ ମୂଳକ ଯୋଜନା ଓ ଦିର୍ଘ ୨୦ ବର୍ଷ ର ଅପାରଗତା ସ୍ଥାଣୁ ଆଦିବାସୀ ବିରୋଧୀ ସରକାର ଉପରେ ବର୍ଷିଛନ୍ତି। ଏହି କାର୍ଯ୍ୟକ୍ରମ ରେ ନଵରଙ୍ଗପୁର ଜିଲ୍ଲା ସଭାପତି ଜଗଦୀଶ ବିଶୋଇ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ରମେଶ ସାହୁ, ଜିଲ୍ଲା ପରିଷଦ ସଭ୍ୟ ବ୍ରଜନାଥ ଗଣ୍ଡ, ଜିଲ୍ଲା ପରିଷଦ ସଭ୍ୟା ଦେଉକୁମାରୀ ଗଣ୍ଡ, ଜିଲ୍ଲା ସାଧାରଣ ସମ୍ପାଦକ, ଗୈାରୀ ମାଝୀ, ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ଚନ୍ଦ୍ରଭାନୁ ନାୟକ,ନଗର ସଭାପତି ସୁରେଶ ଆଚାର୍ଯ୍ୟ, ପ୍ରମୁଖ ଅତିଥି ଭାବେ ଯୋଗଦେଇ ଥିବା ବେଳେ ଶିବ କୁମାର ଗଣ୍ଡ, ରାମ ସିଂ ଗଣ୍ଡ, ଆମର ଗଣ୍ଡ, ସରପଞ୍ଚ ଶୋଭା ମାଝୀ, ସରପଞ୍ଚ ତ୍ରିବେଣୀ ଗଣ୍ଡ, ସରପଞ୍ଚ, ବାସନ୍ତୀ ମାଝୀ, ସରପଞ୍ଚ କାମସିଙ୍ଗ ମାଝୀ, ସମିତି ସଭ୍ୟ ଵନସିଙ୍ଗ ମାଝୀ, ଗୁରୁଵାରୁ ଗଣ୍ଡ, ସୁମିତ୍ରା ଗଣ୍ଡ, ଆଦିବାସୀ ମୋର୍ଚ୍ଚା ମଣ୍ଡଳ ସଭାପତି,ଓ ସାଧାରଣ ସମ୍ପାଦକ ପ୍ରମୁଖ ଉପସ୍ଥିତ ଥିଲେ ।
Comments are closed.