Odisha news

ନବରଙ୍ଗପୁର ଜିଲ୍ଲାରେ ନକଲି ସାମ୍ବାଦିକ ଚିହ୍ନଟ ଖୁବଶୀଘ୍ର : ଅତିରିକ୍ତ ଆରକ୍ଷୀ ଅଧିକ୍ଷକ

ନବରଙ୍ଗପୁର (କେ.ସାକିଲି ଦୋରା)—-ନବରଙ୍ଗପୁର ଜିଲ୍ଲାରେ  ଚିହ୍ନଟ ହେବେ ନକଲି ସାମ୍ବାଦିକ । ଏନେଇ ସୂଚନା ଦେଲେ  ଅତିରିକ୍ତ ଆରକ୍ଷୀ ଅଧିକ୍ଷକ । ଉମରକୋଟ ଅଞ୍ଚଳରେ ଜଣେ ଶିକ୍ଷକ ଙ୍କୁ  ଲାଞ୍ଚ ମାଗି ଦୁଇ  ପୋର୍ଟାଲ ରିପୋଟର ଗିରଫ ହେବାପରେ ଆକ୍ସନ ମୋଡ଼ ରେ ଜିଲ୍ଲା ପୋଲିସ । ଜିଲ୍ଲାରେ କେତେ ଜଣ ସ୍ୱୀକୃତି ପ୍ରାପ୍ତ ସାମ୍ବାଦିକ ଅଛନ୍ତି ସେନେଇ ତଦନ୍ତ କରାଯିବ ବୋଲି ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଙ୍କ ସୂଚନା । ଅପର ପକ୍ଷରେ ଶିକ୍ଷକ ଙ୍କୁ ଲାଞ୍ଚ ମାଗିବା ଘଟଣାରେ ଅଭିଯୁକ୍ତ ୱେବ ପୋର୍ଟାଲ ରିପୋଟର ଙ୍କ ବିରୋଧରେ  ପୋଲିସ ର କାର୍ଯ୍ୟାନୁଷ୍ଠାନ । ଅଭିଯୋଗ ଆଧାରରେ  ଅଭିଯୁକ୍ତ ଦୁଇ ରିପୋର୍ଟ ଙ୍କୁ ଗିରଫ କରିବା ସହିତ ।
ଫେରାର ଅନ୍ୟ ଜଣେ ରିପୋର୍ଟର ଙ୍କୁ ଗିରଫ କରିବା ପାଇଁ ପୋଲିସର ପ୍ରୟାସ କରୁଥିବା ସୂଚନା ଦେଲେ ନବରଙ୍ଗପୁର ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ।  ଏହାସହ ସେମାନେ ସ୍ୱୀକୃତପ୍ରାପ୍ତ ସାମ୍ବାଦିକ କି ନୁହଁ ସେ ନେଇ ତଦନ୍ତ ଆରମ୍ଭ କରିଥିବା ସୂଚନା ଦେଲେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ । ଏଥିପୂର୍ବରୁ ସଂପୃକ୍ତ ୱେବ ପୋର୍ଟାଲ ରିପୋର୍ଟର ଙ୍କ ଶିକାର ଅନ୍ୟ କୌଣସି ବ୍ୟକ୍ତି ବିଶେଷ ହୋଇଛନ୍ତି କି ସେନେଇ ପୋଲିସ ତଦନ୍ତ କରୁଥିବା ସୂଚନା ଦେଲେ ଆରକ୍ଷୀ ଅଧିକ୍ଷକ । ଜିଲ୍ଲାରେ ଯଥାଶୀଘ୍ର  ନକଲି ସାମ୍ବାଦିକ ଚିହ୍ନଟ  ନେଇ ପୋଲିସ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଜିଲ୍ଲା ଓୟୁଜେ ୟୁନିଟ ତରଫରୁ ଜିଲ୍ଲା ଆରକ୍ଷୀ ଅଧିକକ୍ଷଙ୍କ ନିକଟରେ ଦାବିପତ୍ର ପ୍ରଦାନ କରାଯାଇଛି ।

Comments are closed.