ବୋରିଗୁମ୍ମା (କେ.ସାକିଲି ଦୋରା।)—-ବୋରିଗୁମ୍ମା ବ୍ଲକ ଅନ୍ତର୍ଗତ ବି ସିଂହପୁର ଥାନା ଅଧିନ ଘାଟଆଳଗୁଡା ରେ ପୂର୍ବ ଶତ୍ରୁତା କୁ କେନ୍ଦ୍ର କରି ପୁଅ କୁ ହତ୍ୟା କରାଇଥିବା ବେଳେ ବାପା ଗୁରୁତର ହୋଇ ମେଡ଼ିକାଲ ରେ ଚିକିତ୍ସାଧିନ ହେଉଛନ୍ତି।ମୃତ ଯୁବକ ନାମ ଫକୀର ମୋହନ ବିଶୋଇ ବୟସ ୨୪ ବର୍ଷ।ପୋଲିସ ସୂତ୍ରରୁ ପ୍ରକାଶ ଯେ ଗତ କାଲି ସୋମବାର ସନ୍ଧ୍ୟାରେ ଘାଟଆଳଗୁଡା ଗ୍ରାମରେ ନୂଆଖିଆ ନିମନ୍ତେ ଗ୍ରାମବାସୀ ଏକତ୍ରିତ ହୋଇ ଗାଁ ଠାକୁରାଣୀ ଙ୍କ ନିକଟରେ ପୂଜାର୍ଚ୍ଚନା ଚାଲିଥିଲା। ଏହି ସମୟରେ ଫକୀର ମୋହନ ବିଶୋଇ ଓ ବାପା ଦୟାନିଧି ବିଶୋଇ ଗାଁ ଠାକୁରାଣୀ ନିକଟ କୁ ପୁଜା କରିବା ନିମନ୍ତେ ଯାଇଥିଲେ।ବାପା ପୁଅ ପୂଜା କରିବା ସମୟରେ ସେହି ଗ୍ରାମର ବିଦ୍ୟାଧର ବିଶୋଇ, ଧନ ବିଶୋଇ, ଲିଙ୍ଗେଶ୍ୱର ବିଶୋଇ, କ୍ଷମାସାଗର ବିଶୋଇ,ବିଶ୍ୱନାଥ ବିଶୋଇ ଏକତ୍ରିତ ହୋଇ ବାପା ଓ ପୁଅ କୁ ଖଣ୍ଡା ରେ ଆକ୍ରମଣ କରିଥିଲେ।ଘଟଣା ସ୍ଥଳରେ ପୁଅ ଫକୀର ମୋହନ ବିଶୋଇ ଙ୍କ ମୃତ୍ୟୁ ହୋଇଥିବା ବେଳେ ବାପା ଦୟାନିଧି ବିଶୋଇ ଗୁରୁତର ଆହତ ହୋଇ ପ୍ରଥମେ କୁମୁଲି ମେଡ଼ିକାଲ ପରେ ବୋରିଗୁମ୍ମା ମେଡ଼ିକାଲ କୁ ସ୍ଥାନାନ୍ତର କରାଯାଇଥିଲା।ଆଜି ସକାଳୁ ମୃତ ଫକୀର ମୋହନ ଙ୍କ ଭାଇ ବଳରାମ ବିଶୋଇ ଏନେଇ ବି ସିଂହପୁର ଥାନାରେ ଏତଲା ଦେଇଥିଲେ।
ପୋଲିସ ତୁରନ୍ତ ଚାରି ଜଣଙ୍କୁ ଗିରଫ କରିଥିବା ବେଳେ ପଞ୍ଚମ ଅଭିଯୁକ୍ତ ବିଶ୍ୱନାଥ ବିଶୋଇ ଫେରାର ଥିବା କହିଛନ୍ତି। ପୋଲିସ ର ଫରେନସିକ ଟିମ ଘଟଣା ସ୍ଥଳରେ ପହଞ୍ଚି ଛାନଭିନ ଆରମ୍ଭ କରିଛନ୍ତି। ଘଟଣା ସ୍ଥଳ ରୁ ବ୍ୟବୃହୁତ ଖଣ୍ଡା କୁ ଜବତ କରିଛି ପୋଲିସ।ମୃତ ଫକୀର ମୋହନ ଙ୍କ ଦାଦା ଭଜମନ ବିଶୋଇ କହିବାନୁଯାୟୀ ପାଞ୍ଚ ଜଣ ମିଶି ଫକୀର କୁ ହତ୍ୟା କରିଛନ୍ତି। ପୂର୍ବ ଶତ୍ରୁତା କୁ କେନ୍ଦ୍ର କରି ଯୋଜନା ମୁତାବକ ହତ୍ୟା କରିଛନ୍ତି। ଏଣୁ ସମସ୍ତ ଅଭିଯୁକ୍ତ ମାନଙ୍କୁ ଫାଶୀ ହେଉ ବୋଲି କହିଛନ୍ତି ଦାଦା ଭଜମନ।ଏନେଇ ବି ସିଂହପୁର ଥାନାରେ ଏକ ମାମଲା କେଶ ନମ୍ବର ୧୨୧ / ୨୦୨୧ ଦଫା ୧୪୭,୧୪୮,୩୦୨,୩୦୭,୫୦୬ ଓ ୧୪୯ ରୁଜୁ କରାଯାଇଛି।ମୃତ ଫକୀର ଙ୍କ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିବା ବେଳେ ତଦନ୍ତକାରୀ ଭାବେ ଥାନା ଭାରପ୍ରାପ୍ତ ଅଧିକାରୀ ଦାମୋଦର ବିହାରୀ ଅଧିକ ତଦନ୍ତ କରୁଥିବା କହିଛନ୍ତି।
Comments are closed.