Odisha news

ସୂଚନା ଓ ଲୋକ ସମ୍ପର୍କ ମନ୍ତ୍ରୀ ଙ୍କ କୋଭିଡ ନିୟନ୍ତ୍ରଣ ଓ ପରିଚାଳନା ବୈଠକ ଅନୁଷ୍ଠିତ।

ନବରଙ୍ଗପୁର (କେ.ସାକିଲି ଦୋରା)–ନବରଙ୍ଗପୁର ମିଶନ ଶକ୍ତି ସଭା ଗୃହରେ ମାନ୍ୟବର ଜଳସମ୍ପଦ, ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଜିଲ୍ଲାର କୋଭିଡ ନିୟନ୍ତ୍ରଣ ଓ ପରିଚାଳନା  ବିଷୟରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ମାନ୍ୟବର ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ, ମାନ୍ୟବର ବିଧାୟକ ନବରଙ୍ଗପୁର ସଦାଶିବ ପ୍ରଧାନୀ, ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ, ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ, ଝରିଗାଁ ବିଧାୟକ ପ୍ରକାଶ ଚନ୍ଦ୍ର ମାଝୀ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ, ନିବେଦିତା ମହାନ୍ତି, ନବରଙ୍ଗପୁର ଜିଲ୍ଲାପାଳ, ଡ଼ଃ ଅଜିତ କୁମାର ମିଶ୍ର, ଅତିରିକ୍ତ ଜିଲ୍ଲାପାଳ ଭାସ୍କର ରଇତ, ପ୍ରକଳ୍ପ ନିର୍ଦେଶକ, ଗ୍ରାମ୍ୟ ଉନ୍ନୟନ ସଂସ୍ଥା, ରତ୍ନାକର ସାହୁ, ଉପ ଜିଲ୍ଲାପାଳ ଅଗ୍ରୱାଲ ଅକ୍ଷୟ ସୁନିଲ, ଡେପୁଟି ଜିଲ୍ଲାପାଳ, ମୌସୁମୀ ନାୟକ, ଜିଲ୍ଲା ଲୋକସମ୍ପର୍କ ସୂଚନା ଅଧିକାର, ହଳଦର ନିହାଲ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ, ଚୌଧୁରୀ ଶୋଭାରଣୀ ମିଶ୍ର, ଜିଲ୍ଲା ଶ୍ରମ ଅଧିକାରୀ, ନରେନ୍ଦ୍ର ଗାଇପାଇ, ପ୍ରମୁଖ ଉପସ୍ଥିତ ଥିଲେ।
କରୋନା ର ଦ୍ଵିତୀୟ ଲହରୀ ର ସଫଳ ମୁକାବିଲା ପାଇଁ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କରକୋମଳ ରେ ଆସନ୍ତା ୧୫ ତାରିଖ ଦିନ ସନ୍ଧ୍ୟା ୫.୩୦ ସମୟରେ ଉନ୍ମୋଚନ କରି ସମସ୍ତ ଯୋଗ୍ୟ ନିର୍ମାଣ ଶ୍ରମିକଙ୍କୁ ୧୫୦୦/- ଟଙ୍କା ର ସ୍ୱତନ୍ତ୍ର କରୋନା ସହାୟତା ପ୍ରଦାନ କରିବା ନିମନ୍ତେ ବ୍ୟବସ୍ଥା ଗ୍ରହଣ କରାଯାଇଛି। ପ୍ରକାଶ ଥାଉକି, ଜିଲ୍ଲା ଶ୍ରମ ଅଧିକାରୀ, ନରେନ୍ଦ୍ର ଗାଇପାଇ ଙ୍କ ତଥ୍ୟ ଅନୁଯାୟୀ ନବରଙ୍ଗପୁର ଜିଲ୍ଲାର ୫୮,୬୨୮ ନିର୍ମାଣ ଶ୍ରମିକ ଏହି ଯୋଜନାରେ ଲାଭବାନ  ହୋଇପାରିବେ ।
କରୋନା ର ଦ୍ଵିତୀୟ ଲହରୀ ରେ ନବରଙ୍ଗପୁର ଜିଲ୍ଲାକୁ ୩୫୫୫ ଜଣ ପ୍ରବାସୀ ଶ୍ରମିକ ନିଜ ଭିଟାମାଟି କୁ ଫେରିଛନ୍ତି। ସେମାନଙ୍କ ଯୋଗ୍ୟତା ର ମାପକାଠି ଅନୁଯାୟୀ, ସେମାନଙ୍କୁ ସରକାରଙ୍କ ବିଭିନ୍ନ ଯୋଜନାରେ ପଞ୍ଜିକରଣ କରାଯାଇ ସହାୟତା ପ୍ରଦାନ କରିବାର ବ୍ୟବସ୍ଥା ଗ୍ରହଣ କରାଯିବ। ଏଯାବତ,୨୫୪ ଜଣ ପ୍ରବାସୀ ଶ୍ରମିକଙ୍କୁ କୋଠାବାଡ଼ି ଏବଂ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନାରେ ସାମିଲ କରାଯାଇଛି। ସେହିପରି, କୋଭିଡ ଯୋଗୁଁ ଜିଲ୍ଲାରେ ୩୧୯ ଜଣ ଶିଶୁ ଅନାଥ କିମ୍ବା ପିତା ହିନ ଚିହ୍ନଟ ହୋଇଛନ୍ତି, ତନ୍ମଧ୍ୟରୁ ରାଜ୍ୟ ସରକାରଙ୍କ ଆଶୀର୍ବାଦ ଯୋଜନାରେ ୧୪୪ ଜଣଙ୍କୁ ଅନ୍ତର୍ଭୁକ୍ତ କରାଯାଇଛି ଏବଂ ବଳକା ୧୭୫ ଜଣକୁ ଯୋଜନାରେ ସାମିଲ କରିବା ପାଇଁ ପ୍ରୟାସ ଜାରି ରହିଛି ।

Comments are closed.