Odisha news

ଭାରତର ଡଲି ଚା ଵାଲା କିଏ ? ଯାହାଙ୍କ ର ଫ୍ୟାନ ହୋଇଗଲେ ବିଲ ଗେଟସ

0

ମାଇକ୍ରୋ ସଫ୍ଟ ଫାଉଣ୍ଡର ବିଲ୍ ଗେଟସ ବିଶ୍ୱରେ ଗୋଟିଏ ଚର୍ଚିତ ନାମ l ତାଙ୍କୁ କିଏ ବା ନଜାଣେ l ନିକଟରେ ସେ ଗୋଟିଏ ରିଲସ କୁ ନେଇ ଚର୍ଚାରେ ରହିଥିଲେ l ଏହି ରିଲସ ଟି କରିଥିଲେ ଜଣେ ପ୍ରସିଦ୍ଧ ଚା ଵାଲା ଅଟନ୍ତି l ହଁ ଆଜ୍ଞା ନିକଟରେ ଭାରତର ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀ ଙ୍କ ପୁଅ ଅନନ୍ତ ଅମ୍ବାନୀ ଙ୍କ ବିବାହ କାର୍ଯ୍ୟରେ ଯୋଗ ଦେବା ପାଇଁ ବିଲ ଗେଟ୍ସ ଭାରତ ଆସିଥିଲେ l ସେ ଏହି ସମୟରେ ଡ଼ଲି ଚା ଵାଲା ଙ୍କୁ ଭେଟି ଥିଲେ ଯାହାକି ଚର୍ଚା ର ବିଷୟ ପାଲଟି ଥିଲା l ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ଏହା କିପରି ସମ୍ଭବ ହେଲା l ଡ଼ଲି ଚା ବିକ୍ରି କରିବା ସହିତ ଜଣେ ଅନଲାଇନ ସେନ୍ସେସନଲ ମଧ୍ୟ ଅଟନ୍ତି l ଯିଏ କି ନିଜର ଅଦ୍ଭୁତ ଲୁକ, ଏବଂ ବିଶେଷ ପଦ୍ଧତିରେ ଚା ପ୍ରସ୍ତୁତ କରିବାକୁ ନେଇ ପ୍ରସିଦ୍ଧ l
ଡ଼ଲି ମହାରାଷ୍ଟ୍ର ର କାନପୁର ରେ ରୁହନ୍ତି, ଯିଏକି ନିଜର ନିଜସ୍ୱ ଅଲଗା ପ୍ରକାରର ଷ୍ଟାଇଲ, ୟୁନିକ ଷ୍ଟାଇଲ୍ କୁ ନେଇ ଚର୍ଚିତ ରେ ରହି ଥାଆନ୍ତି l ଇନ୍ସଟାଗ୍ରାମ ରେ ଡ଼ଲି ଙ୍କର ୧୦ ହଜାର ରୁ ଅଧିକ ଫଲୋଅର୍ଶ ଅଛନ୍ତି l ଲୋକେ ସେତେବେଳେ ଆଶ୍ଚର୍ଯ୍ୟ ହେଲେ ଯେତେବେଳେ ଡ଼ଲି ଙ୍କ ଭିଡିଓ ରେ ବିଲ ଗେଟସ ଙ୍କୁ ଦେଖିଲେ l କେବଳ ଏତିକି ନୁହେଁ ବିଲ ଗେଟସ ତାଙ୍କ ସହିତ ରିଲସ ମଧ୍ୟ କରିଛନ୍ତି l ଯେଉଁଥିରେ ସେ ଗୋଟିଏ ଅଲଗା ପ୍ରକାର ଭାବରେ ଚା ମାଗୁଛନ୍ତି l ଡ଼ଲି ଙ୍କର ପାଖାପାଖି ସମ୍ପତି ୧୦ ଲକ୍ଷ ଅଟେ l ତାଙ୍କ ଚା ଦୋକାନ କୁ ଅନେକ କଳାକାର ମଧ୍ୟ ଆସି ଥାଆନ୍ତି କେବଳ ରିଲସ କରିବା ପାଇଁ l

Leave A Reply