Odisha news

ବିରଳ ଭଲପାଇବା : କୁକୁରର ମୃତ୍ୟୁକୁ ସହି ନପାରି ମାଲିକ କଲେ ଆତ୍ମହତ୍ୟା

0

ନୂଆଦିଲ୍ଲୀ : ଘଟଣାଟି ଘଟିଛି ସୋନପୁର ସ୍ଥିତ ଛିନ୍ଦବାଡାରେ l ସେଠାରେ ରହୁଥିଲେ ସୋମଦେବ ଓ ତାଙ୍କ ପୋଷା କୁକୁର l ସୋମଦେବ ତାଙ୍କ ପରିବାର ସହିତ ରହି ମଧ୍ୟ ନିଜ ପୋଷା କୁକୁରକୁ ଖୁବ ଭଲ ପାଉଥିଲେ l ସେ ଯୁଆଡେ଼ବି ଯାଉଥିଲେ କୁକୁରଟି ତାଙ୍କ ପଛେ ପଛେ ଯାଉଥିଲା ଓ ତାଙ୍କ ପଛେ ପଛେ ମଧ୍ୟ ଫେରୁଥିଲା l ନିଜ ପୋଷା କୁକୁରକୁ ହରାଇ ସୋମଦେବ ଦୁଃଖରେ ଭାଙ୍ଗି ପଡ଼ିଥିଲେ l ତାହାପରେ ଦିନେ ଘରେ କେହି ନଥିବା ବେଳେ ସୋମଦେବ ଆତ୍ମହତ୍ୟା କରିଥିଲେ l ସୋମଦେବଙ୍କ ପୁଅ ପୋଲିସକୁ ସୂଚନା ଦେବା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚିଥିଲା l ସେ ପୋଲିସକୁ କହିଛନ୍ତି ଆମ ପୋଷା କୁକୁରଟି ଦୁଇଦିନ ପୂର୍ବରୁ କିପରି ଭାବରେ ମରି ଯାଇଥିଲା l

କୁକୁରର ମୃତ୍ୟୁ ପରେ ମୋ ପିତା ଅତ୍ୟନ୍ତ ଦୁଃଖିତ ଥିଲେ ସେ ସବୁବେଳେ ମନେ ମନେ ତାକୁ ଖୋଜି ଖାଇବା ପିଇବା ଛାଡି ଦେଇଥିଲେ l ଆମେ ଯେତେ ବୁଝାଇଲେ ମଧ୍ୟ ବୁଝିବାକୁ ଚେଷ୍ଟା କରିନଥିଲେ l କାରଣ ମୋ ପିତା ଯେତେବେଳେ ବାହାରୁ ଫେରୁଥିଲେ ପୋଷା କୁକୁରଟି ତାଙ୍କୁ ଦେଖି ଭୁକୁଥିଲା ଓ ତାଙ୍କ ଛାତି ଉପରେ ଦୁଇ ପାଦରଖି ଠିଆ ହେଉଥିଲା l ମୋ ପିତାଙ୍କର ଖୁବ ପ୍ରିୟ ଥିଲା କୁକୁରଟି l ଆମେ ଭାଵୀନଥିଲୁ ଯେ ସେ କୁକୁରର ସ୍ନେହରେ ଏପରି ଭାବରେ ନିଜ ଜୀବନ ହରିଦେବେ l ମୁଁ ଯେତେବେଳେ କାମରୁ ଫେରିଲି ଓ କବାଟ ଖୋଲି ଭିତରକୁ ପଶିଲି ମୋ ପିତାଙ୍କୁ ମୃତ ଅବସ୍ଥାରେ ପାଇଥିଲି l

ପୋଲିସ ଘଟଣା ସ୍ଥଳରେ ପହଞ୍ଚି ସମସ୍ତ ଘଟଣା ଅନୁଧ୍ୟାନ କରି ଜାଣିବାକୁ ପାଇଥିଲା ଯେ ସୋମଦେବ ନିଜ କୁକୁରର ମୃତ୍ୟୁ ଘଟଣାରେ ମର୍ମାହତ ହୋଇ ନିଜର ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କରିଥିଲେ l ପୋଲିସ ମୃତ ସୋମଦେବଙ୍କର ଶବ ଜବତ କରିଛି l

Leave A Reply