Odisha news

ଭାଗ୍ୟ ହେବାଟା ଏମିତି : ୮ ବର୍ଷର କୁକୁର ହେଲା ୩୬ କୋଟିର ମାଲିକ

ନୂଆଦିଲ୍ଲୀ : ଆମେରିକାର ଗୋଟିଏ କୁକୁର ୩୬ କୋଟି ଟଙ୍କାର ମାଲିକ ହୋଇ ଯାଇଛି l ଏହା ଶୁଣିବାକୁ ଆପଣଙ୍କୁ ନିଶ୍ଚିନ୍ତ ଆଶ୍ଚର୍ଯ୍ୟ ଲାଗୁଥିବା କିନ୍ତୁ ଘଟଣାଟି ସତ୍ୟ ଅଟେ l ଆମେରିକାର ଟେନେସି  ସହରରେ ରହୁଥିବା ବିଲ ଡୋରିସ ନିଜର ମୃତ୍ୟୁ ପରେ ନିଜ କୁକୁର ଲୁଲୁ ପାଇଁ ୫ ମିଲିୟନ ଡଲାରର ସମ୍ପତି ଛାଡି ଯାଇଛନ୍ତି l ମିଳିଥିବା ସୂଚନା ଅନୁସାରେ ବିଲ ନିଜ ୮ ବର୍ଷର କୁକୁର ଲୁଲୁକୁ ଖୁବ ଭଲ ପାଉଥିଲେ ମୃତ୍ୟୁ ପୂର୍ବରୁ ଡୋରିସୀ କୁକୁର ପାଇଁ ନିଜର ସ୍ନେହ ଜାହିର କରିଛନ୍ତି l ସେ ନିଜର ଶେଷ ଇଛାରେ ଦର୍ଶାଇଛନ୍ତି ଯେ ତାଙ୍କର ମୃତ୍ୟୁ ପରେ ଏହି ସମସ୍ତ ସମ୍ପ୍ରତି ଗୋଟିଏ ଟ୍ରଷ୍ଟକୁ ଦିଆଯାଉ କାରଣ ଲୁଲୁର ଠିକରେ ଦେଖା ଚାହାଁ ହୋଇ ପାରିବ l ପ୍ରାରମ୍ଭିକ ପ୍ରକ୍ରିୟାରେ ଡୋରିସ କୁକୁରକୁ ନିଜର ସାଙ୍ଗ ମାର୍ଥାଙ୍କ ନିକଟରେ ଦେଖା ଚାହାଁ ପାଇଁ ଛାଡି ଥିଲେ l

ଡୋରିସ ନିଜ ଉଇଲ୍ ରେ ଦର୍ଶାଇଛନ୍ତି ଯେ ଲୁଲୁଙ୍କର ଦେଖା ଚାହାଁ ପାଇଁ ପ୍ରତେକ ମାସରେ ଟ୍ରଷ୍ଟ ପକ୍ଷରୁ ମାର୍ଥାଙ୍କୁ ମାସିକ ଖର୍ଚ ଦିଆଯିବ l ମାର୍ଥା ତାଙ୍କ ବନ୍ଧୁଙ୍କ ପାଇଁ କହିଛନ୍ତି ଯେ ” ମୋ ବନ୍ଧୁ ଡୋରିସ ପ୍ରକୃତରେ ଲୁଲୁଙ୍କୁ ଖୁବ ଭଲପାଉ ଥିଲେ l ତାହା କେବେ ବୟାନ କରାଯାଇ ପାରିବ ନାହିଁ l ମିଳିଥିବା ସୂଚନା ଅନୁସାରେ ତାଙ୍କର ବନ୍ଧୁମାନେ କହିଛନ୍ତି ଯେ ଡୋରିସଙ୍କ ପାଖରେ ଅଚଳାଚଳ ସମ୍ପ୍ରତି ଥିଲା ଓ ସେ ଅଲଗା ଅଲଗା କମ୍ପାନୀରେ ନିବେଶ କରିଥିଲେ l କେବଳ ଲୁଲୁର ଦୈନଦିନ ଖର୍ଚ ପାଇଁ ଡୋରିସଙ୍କ ବନ୍ଧୁଙ୍କୁ ପଇସା ମିଳିବ ସେ ଚାହିଁଲେ ମଧ୍ୟ ନିଜ ଇଛାରେ ଖର୍ଚ କରିପାରିବେ ନାହିଁ l ତାଙ୍କ ବନ୍ଧୁ କହିଛନ୍ତି ଯେ ମୁଁ କେବଳ ଲୁଲୁର ଠିକରେ ଦେଖା ଚାହାଁ କରିବାର ଦାଇତ୍ୱ ନେଇଛି ତେଣୁ ମୁଁ କେବଳ ସେତିକି ହିଁ କରିବି l

Comments are closed.