Odisha news

ପୁଣି ଭାଇରାଲହେଲା ଶ୍ରୀମନ୍ଦିର ଭିତରର ଫଟୋ

ପୁରୀ : ପୁଣିଥିରେ ସୋସିଆଲ ମିଡ଼ିଆରେ ଶ୍ରୀମନ୍ଦିର ଭିରର ଦୁଇଟି ଫଟୋ ଭାଇରାଲ ହୋଇଛି । ସୋସିଆଲ ମିଡ଼ିଆର ଇନ୍ଷ୍ଟାଗ୍ରାମରେ (ଇଣ୍ଡିଆନ୍ ଟେମ୍ପଲ୍ସ ଓ ସାଳିନୀ ପାସି)ଦୁଇଟି ଆଇଡ଼ିରେ ଫଟୋ ଦୁଇଟି ଦେଖିବାକୁ ମିଳିଛି । ଶ୍ରୀମନ୍ଦିରର ଦକ୍ଷିଣ ଦ୍ୱାର ଦେଇ ଶ୍ରୀମନ୍ଦିର ଭିତର ବେଢାକୁ ପ୍ରବଶ ପଥର ଏହି ଫଟା ଦୁଇଟି ସୋସିଆଲ ମିଡ଼ିଆରେ ଘୁରି ବୁଲୁଛି । ଭକ୍ତମାନେ ମାସ୍କପିନ୍ଧିଥିବାରୁ ଫଟୋ ଦୁଇଟି ଏବକାର ବୋଲି ମନେ କରାଯାଉଛି । ଏଭଳି ଫଟା ଦେଖିବାକୁ ମିଳିବା ପରେ ଏହାକୁ ନେଇ ଶ୍ରୀମନ୍ଦିର ସେବାୟତ ଓ ବୁଦ୍ଧିଜୀବୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଘଟଣା ନଜରକୁ ଆସିବା ପରେ ଶ୍ରୀମନ୍ଦିର ସୁରକ୍ଷା ପ୍ରଶାସକ ସ୍ୱପ୍ନ ରଞ୍ଜନ ମହାପାତ୍ର ସିଂହଦ୍ୱାର ଥାନାରେ ଏତଲା ଦେଇଛନ୍ତି । ଘଟଣାର ତଦନ୍ତ ଆରମ୍ଭ ହୋଇଛି ।

ଅଭିଯୁକ୍ତମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶ୍ରୀମହାପାତ୍ର କହିଛନ୍ତି । ପୂର୍ବରୁ ଆନନ୍ଦ ବଜାରର ମହାପ୍ରସାଦ ସହିତ ସେଲଫିର ଫଟୋ ଭାଇରାଲ ହୋଇଥିଲା । ପିଣ୍ଟୁମହାପାତ୍ର ନାମକ ଜଣେ ଯୁବକ ତାଙ୍କ ଫେସ୍ ବୁକ୍ ଆକାଉଣ୍ଟରେ ତାହାକୁ ପୋଷ୍ଟ କରିଥିଲେ । ସେହିପରି ଦୁଇଜଣ ଯୁବତୀ ଶ୍ରୀମନ୍ଦିର ଭିତରର ଭିଡିÿଓ ପୋଷ୍ଟ କରିଥିଲେ । ସେହି ଘଟଣା ପରେ ପୁଲିସ ନିରାକାରପୁର ଅଞ୍ଚଳର ଯୁବତୀଙ୍କୁ ଉଠାଇ ଆଣିଥିଲେ ମଧ୍ୟ ପରେ ବ୍ୟକ୍ତିଗତ ମୁଚାଲିକାରେ ଛାଡିÿ ଦେଇଥିଲା । ଶ୍ରୀମନ୍ଦିର ଭିତରକୁ ମୋବାଇଲ ବାରଣ କରାଯାଇଥିବାବେଳେ ବାରମ୍ବାର କପରି ଶ୍ରୀମନ୍ଦିର ଭିରର ଫଟୋ ଭାଇରାଲ ହେଉଛି ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ବୁଦ୍ଧିଜୀବୀମାନେ ଏଭଳି ଫଟୋ ଭାଇରାଲ ଘଟଣା ପାଇଁ ଶ୍ରୀମନ୍ଦିରର ସୁରକ୍ଷା ବ୍ୟବସ୍ଥାକୁ ଦାୟୀ କରିଛନ୍ତି

Comments are closed.